୧୨ ବର୍ଷ ପରେ ରଣଜୀ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ବିରାଟ କୋହଲି

ଅର୍ଗସ ବ୍ୟୁରୋ: ଦୀର୍ଘ ୧୨ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କୁ ଦେଖିବା ପାଇଁ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ଖଚାଖଚ ଭିଡ଼ ଜମିଛି। ଚାରିଆଡେ କେବଳ ଗୋଟିଏ ନାଁ ଶୁଭୁଥିଲା ବିରାଟ ଆଉ ବିରାଟ। ଲୋକ ଯେତେ ଗାଳି ଦେଲେ ବି ଆଖଇ କେବଳ ମ୍ୟାଚରେ ଜଣଙ୍କୁ ହିଁ ଖୋଜିଥାଏ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି। ଆଉ ସେ ନ ଥିଲେ ମ୍ୟାଚର ପଇସା ଅସୁଲ ବି ହୁଏନାହିଁ। ଜାନୁଆରୀ ୩୦ରୁ ଏହି ଗ୍ରାଉଣ୍ଡରେ ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ବିରାଟ କୋହଲି ଦିଲ୍ଲୀ ପକ୍ଷରୁ ଖେଳୁଛନ୍ତି।
ମ୍ୟାଚ ଆରମ୍ଭ ହେବା ପୂର୍ବରୁ, କୋହଲିଙ୍କ ଏକ ଝଲକ ପାଇବା ପାଇଁ ଫ୍ୟାନମାନେ ଷ୍ଟାଡିୟମ ବାହାରେ ପହଞ୍ଚି ଯାଇଥିଲେ। ଏହା ବ୍ୟତୀତ ଆର୍ସିବି-ଆର୍ସିବି ସ୍ଲୋଗାନ ମଧ୍ୟ ଦିଆଯାଇଥିଲା। କୋହଲି ଗତ କିଛି ଦିନ ଧରି ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ ଦଳ ସହିତ ଅଭ୍ୟାସ କରୁଥିଲେ। ଏବେ ସେ ଆୟୁଷ ବାଡୋନିଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଦଳରେ ଖେଳିବାର ଦେଖାଯିବେ। ରଣଜୀ ଟ୍ରଫି ୨୦୨୪-୨୫ର ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଆଜିଠାରୁ ଆରମ୍ଭ ହେବ। ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ମ୍ୟାଚ ପୂର୍ବରୁ, ପ୍ରଶଂସକମାନେ କିଙ୍ଗ କୋହଲିଙ୍କୁ ଦେଖିବା ପାଇଁ ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ପହଞ୍ଚି ସାରିଛନ୍ତି। ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବହୁ ସଂଖ୍ୟାରେ ପ୍ରଶଂସକ ଦେଖାଯାଉଛି। କିଙ୍ଗ କୋହଲିଙ୍କ ପ୍ରଶଂସକମାନେ ମଧ୍ୟ ଆର୍ସିବି-ଆର୍ସିବି ସ୍ଲୋଗାନ ଦେଉଛନ୍ତି। ବିରାଟ କୋହଲି ୧୨ ବର୍ଷରୁ ଅଧିକ ସମୟ ପରେ ରଣଜୀ ଟ୍ରଫିରେ ଖେଳୁଛନ୍ତି। ସେ ନଭେମ୍ବର ୨୦୧୨ରେ ଉତ୍ତର ପ୍ରଦେଶ ବିପକ୍ଷରେ ଟୁର୍ନାମେଣ୍ଟର ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।
📱 Get Argus News App
✨ଏବେ ରେଳବାଇ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ସମସ୍ତଙ୍କ ନଜର କୋହଲିଙ୍କ ଉପରେ ରହିବ। ୨୦୨୪-୨୫ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ କୋହଲି ଫ୍ଲପ ଦେଖାଯାଇଥିଲେ। ପ୍ରଶଂସକମାନେ ଚାହିଁବେ ଯେ, କୋହଲି ରଣଜୀ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଫର୍ମକୁ ଫେରି ଆସନ୍ତୁ। ତେବେ ବିରାଟ କୋହଲି ଖେଳୁଥିବାରୁ ତାଙ୍କୁ ଦେଖିବାକୁ ଅରୁଣ ଜେଟଲୀ ଷ୍ଟାଡିୟମ ବାହାରେ ରାତି ୩ଟାରୁ ଦର୍ଶକ ଷ୍ଟାଡିୟମ ବାହାରେ ଛିଡା ହୋଇଛନ୍ତି କୋହଲିଙ୍କ ଟିକେ ଝଲକ ପାଇବା ପାଇଁ। କୋହଲିଙ୍କ କ୍ରେଜ ଏତେ ବଢି ଯାଇଛି ଯେ ଷ୍ଟାଡିୟମ ବାହାରେ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଯେଉଁଥିରେ କିଛି ଫ୍ୟାନ ଆହତ ହୋଇଛନ୍ତି । ପରିସ୍ଥିତି ଏତେ ବିଗିଡି ଯାଇଛି ଯେ ଗାଡି ଭଙ୍ଗାରୁଜା ମଧ୍ୟ ହୋଇଛି । ଏହି ଘଟଣାରେ ୩ ଜଣ ଫ୍ୟାନ ଆହତ ହୋଇଥିବା ବେଳେ ଗୋଟେ ବାଇକ ନଷ୍ଟ ହୋଇଯାଇଛି। ଆହତ ଫ୍ୟାନ୍ସଙ୍କୁ ଡିଡିସିଏ ଆଉ ପୋଲିସ କର୍ମୀ ଉଦ୍ଧାର କରି ଚିକିତ୍ସା କରିଛନ୍ତି । ସେହିପରି ଭିଡକୁ ନିୟନ୍ତ୍ରଣ କରିବା ସମୟରେ ପୋଲିସକର୍ମୀ ବି ଆହତ ହୋଇଛନ୍ତି ।