Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Celebration News / 'ମୁଁ ପୁଣି ମୋଟା ହୋଇଯିବି': ସିରିଜ୍ ଜିତିବା ପରେ ବିରାଟ କୋହଲିଙ୍କ କଥା ମାନିଲେନି ରୋହିତ

Ritu Das
Browse all articles by Ritu Das
·7 months ago·3 min read
 'ମୁଁ ପୁଣି ମୋଟା ହୋଇଯିବି': ସିରିଜ୍ ଜିତିବା ପରେ ବିରାଟ କୋହଲିଙ୍କ କଥା ମାନିଲେନି ରୋହିତ
cake celebration

Key Points

କେକ୍ କାଟିବା ପରେ ସେ ପ୍ରଥମେ ବିରାଟଙ୍କୁ କେକ୍ ଖୁଆଇଥିଲେ । ଏହାପରେ ସେ ରୋହିତଙ୍କୁ କେକ୍ ଖୁଆଇବା ପାଇଁ ଯାଇଥିଲେ। ତେବେ ରୋହିତ ସିଧାସିଧା କେକ୍ ଖାଇବେ ନାହିଁ ବୋଲି କହିଥିଲେ ।
ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ତିନି ଟିକିଆ ସିରିଜକୁ ୨-୧ରେ ଜିତି ନେଇଛି ଭାରତ । ତେବ ଟୁର୍ଣ୍ଣାମେଣ୍ଟରେ ଖୁବ୍ ଚାଲିଥିଲା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବ୍ୟାଟ୍ । ବିରାଟ ଦୁଇଟି ଶତକ ଏବଂ ଗୋଟିଏ ଅର୍ଧଶତକ ହାସଲ କରିଥିଲେ । ସେହିପରି ରୋହିତ ମଧ୍ୟ ଦୁଇଟି ଅର୍ଧଶତକ ହାସଲ କରିଥିଲେ ।

ମୁକାବିଲା ଆରମ୍ଭ ପୂର୍ବରୁ ରୋହିତ ଏବଂ ବିରାଟଙ୍କ ଫର୍ମ ଓ ଫିଟନେସକୁ ନେଇ ଅନେକ ପ୍ରଶ୍ନ କରିଥିଲେ । ଯାହାର ଜବାବ ଦୁଇ ଭେଟରାନ ବ୍ୟାଟରେ ଦେଉଛନ୍ତି । ସେମାନେ ପଡିଆରେ ପୁରା ଫିଟ୍ ବୋଲି ପ୍ରମାଣ ଦେଇଛନ୍ତି । ଯାହା ଉଭୟଙ୍କ ବ୍ୟାଟିଂ ଏବଂ ଫିଲ୍ଡିଂରୁ ସ୍ପଷ୍ଟ ଭାବେ ଜଣାପଡିଛି । ତେବେ ସିରିଜ୍ ବିଜୟ ପରେ ଖେଳାଳିମାନେ କେକ୍ କାଟିଥିଲେ । ହେଲେ କେକ୍ ଖାଇବାକୁ ମନା କରିଦେଇଛନ୍ତି ରୋହିତ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।



ଶନିବାର ମ୍ୟାଚ୍ ଜିତିବା ପରେ ହୋଟଲରେ ଟିମ୍ ଇଣ୍ଡିଆ ଖେଳାଳି ପାର୍ଟି କରିଥିଲେ । ଏଥିରେ ଯଶସ୍ୱୀ ଜୟସ୍ୱାଲ କେକ୍ କାଟୁଥିବା ନଜର ଆସିଥିଲା। ସେ ତୃତୀୟ ଦିନିକଆରେ ଦମଦାର ଶତକ ହାସଲ କରିଥିଲେ । କେକ୍ କାଟିବା ପରେ ସେ ପ୍ରଥମେ ବିରାଟଙ୍କୁ କେକ୍ ଖୁଆଇଥିଲେ । ଏହାପରେ ସେ ରୋହିତଙ୍କୁ କେକ୍ ଖୁଆଇବା ପାଇଁ ଯାଇଥିଲେ। ତେବେ ରୋହିତ ସିଧାସିଧା କେକ୍ ଖାଇବେ ନାହିଁ ବୋଲି କହିଥିଲେ । ଏହାଦ୍ୱାରା ତାଙ୍କର ଓଜନ ବଢିଯିବ ଏବଂ ସେ ପୁଣି ଥରେ ମୋଟା ହୋଇଯିବେ ବୋଲି ପ୍ରକାଶ କରିଥିଲେ । ଯାହା ଭିଡିଓରେ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଟେଷ୍ଟ୍ ଫର୍ମାଟରୁ ଅବସର ନେଲା ପରେ ରୋହିତ ଏବେସୁଦ୍ଧା ୧୦ କେଜି ଓଜନ କମାଇଛନ୍ତି । ସେ ଏବେ ନିଜ ଖାଦ୍ୟପେୟ କଡାକଡି ଭାବେ ଜଗୁଛନ୍ତି । ଅଧିକ କ୍ୟାଲୋରି କିମ୍ବା ଫ୍ୟାଟ୍ ଯୁକ୍ତ ଖାଦ୍ୟ ସେ ଗ୍ରହଣ କରୁ ନାହାଁନ୍ତି । ଏପରିକି କେକ୍ ର ଛୋଟ ଖଣ୍ଡ ମଧ୍ୟ ସେ ହାତରେ ଧରୁନାହାଁନ୍ତି।



ଦକ୍ଷିଣ ଆଫ୍ରିକା ସିରିଜରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ

ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜରେ ରୋହିତ ଶର୍ମା ତିନୋଟି ମ୍ୟାଚ୍ ରେ 202 ରନ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ 48.67 ହାରରେ 146 ରନ କରିପାରିଥିଲେ। ସେ ତିନୋଟି ଇନିଂସରେ ଦୁଇଟି ଅର୍ଦ୍ଧଶତକ କରିଥିଲେ। ରୋହିତ ସିରିଜରେ 110.61 ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଥିଲେ ଏବଂ ମୋଟ 15 ଚୌକା ଏବଂ 6 ଛକା ମାରିଥିଲେ।

ବିରାଟ କୋହଲି ହେଉଛନ୍ତି ସିରିଜର ଶ୍ରେଷ୍ଠ ଖେଳାଳି

ରୋହିତ ଶର୍ମାଙ୍କ ପରି, ବିରାଟ କୋହଲି ମଧ୍ୟ ଏକ ଦିବସୀୟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଇନିଂସରେ 151 ହାରରେ ବ୍ୟାଟିଂ କରିଥିଲେ ଏବଂ 302 ରନ କରିଥିଲେ। ବିରାଟ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଥିଲେ। ସିରିଜରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ 117.05 ଥିଲା। ସେ 22 ଚୌକା ଏବଂ 12 ଛକା ମାରିଥିଲେ। ଏହା ତାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kohli’s ‘I’ll Get Fat Again’ Joke: Rohit Ignores His Warning | Argus News