Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରୋହିତ, କୋହଲିଙ୍କ ସହ ଜାଡ଼େଜାଙ୍କୁ ହୋଇପାରେ ବଡ଼ କ୍ଷତି, ଜାଣନ୍ତୁ କାହିଁକି ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରୋହିତ, କୋହଲିଙ୍କ ସହ ଜାଡ଼େଜାଙ୍କୁ ହୋଇପାରେ ବଡ଼ କ୍ଷତି, ଜାଣନ୍ତୁ କାହିଁକି ?

ଝଟ୍‌କା ଦେଇପାରେ ବିସିସିଆଇ ବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ବିସିସିଆଇ ଖୁବଶୀଘ୍ର ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହ ଜଡ଼ିକ ବାର୍ଷିକ ଚୁକ୍ତି ତାଲିକା ଜାରି କରିପାରେ । ଆଉ ଏହି ବାର୍ଷିକ ଚୁକ୍ତିରେ ଚଳିତ ଥର ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛି ବିସିସିଆଇ । ଭାରତୀୟ ଦଳର ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏହା କ୍ଷତି ପହଞ୍ଚାଇପାରେ । ଆଉ ଏହି ତାଲିକାରେ ରବୀନ୍ଦ୍ର ଜାଡ଼େଜା ବି ରହିଛନ୍ତି । ଏବେ ତିନି ଜଣ ଖେଳାଳି ଏ' ପ୍ଲସ୍ ଗ୍ରେଡ୍‌ରେ ରହିଥିବା ବେଳେ ଏମାନଙ୍କ ଗ୍ରେଡ୍ ବଦଳି ଏ' ହୋଇପାରେ ।


୨୦୨୪ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପରେ ରୋହିତ, କୋହଲି ଓ ଜାଡ଼େଜା ଟି-ଟ୍ଵେଣ୍ଟିରୁ ଅବସର ଘୋଷଣା କରିଥିଲେ । ବିସିସିଆଇ ନିୟମ ଅନୁସାରେ, ଯେଉଁ ଖେଳାଳି ଦିନିକିଆ, ଟେଷ୍ଟ ଓ ଟି-ଟ୍ଵେଣ୍ଟି ତିନିଟି ଯାକ ଫର୍ମାଟ୍ ଖେଳନ୍ତି ସେମାନଙ୍କୁ ଏ' ପ୍ଲସ୍ ଗ୍ରେଡ୍‌ରେ ରଖା ଯାଇଥାଏ । କିନ୍ତୁ ରୋହତ, କୋହଲି ଓ ଜାଡ଼େଜା ଟି-ଟ୍ଵେଣ୍ଟିକୁ ବାଏ ବାଏ କହି ସାରିଛନ୍ତି । ତେଣୁ ୩ ବରିଷ୍ଠଙ୍କ ଗ୍ରେଡ୍‌ରେ ପରିବର୍ତ୍ତନ ହୋଇପାରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରେଡ୍ ହିସାବରେ ଖେଳାଳିଙ୍କୁ ପାରିଶ୍ରମିକ ବା ଦରମା ଦେଇଥାଏ ବିସିସିଆଇ । ଏଭଳି ସ୍ଥିତିରେ ରୋହିତ, କୋହଲି ଓ ଜାଡ଼େଜାଙ୍କୁ ଦରମା କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିବ । ଏହି ୩ ଖେଳାଳିଙ୍କୁ ଅତି କମ୍‌ରେ ୨ କୋଟି ଟଙ୍କା କ୍ଷତି ହୋଇପାରେ । ଏ' ପ୍ଲସ୍ ଗ୍ରେଡ୍ ଖେଳାଳିଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଦେଉଥିବା ବେଳେ ଏ' ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ୫ କୋଟି ଟଙ୍କା ଦେଉଛି ।


ଏବେ ବିସିଆଇର କଣ୍ଟ୍ରାକ୍ଟ ଅନୁସାରେ, ଏ' ପ୍ଲସ୍ ଗ୍ରେଡ୍‌ରେ ମାତ୍ର ୪ ଜଣ ଖେଳାଳି ଅଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ଏ' ପ୍ଲସ୍ ଗ୍ରେଡ୍‌ରେ ଅଛନ୍ତି ଯଶପ୍ରୀତ ବୁମ୍‌ରା । ସେହିଭଳି ଗ୍ରେଡ୍ ଏ'ରେ ଏବେ ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁବମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ଓ ରବିଚନ୍ଦ୍ରନ ଅଶ୍ଵିନ ଅଛନ୍ତି । ଯେତେବେଳେ କି ବି' ଗ୍ରେଡ୍‌ରେ ଋଷଭ ପନ୍ତ, କୁଲଦୀପ ଯାଦବ, ଯଶସ୍ଵୀ ଜୟସୱାଲ, ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି ।

Sponsored
Virat Kohli Rohit Sharma Ravindra Jadeja Likely In Grade A In BCCI Fresh Annual Contract | Argus News