Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅନୁଷ୍କାଙ୍କୁ ସ୍ବତନ୍ତ୍ର ଉପହାର ହେଲେ ବିରାଟ କୋହଲି: ମେସେଜରେ ଲେଖିଲେ happy birthday My love

Ritu Das
Browse all articles by Ritu Das
·1 year ago·2 min read
ଅନୁଷ୍କାଙ୍କୁ ସ୍ବତନ୍ତ୍ର ଉପହାର ହେଲେ ବିରାଟ କୋହଲି: ମେସେଜରେ ଲେଖିଲେ happy birthday My love

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଅର୍ଥାତ୍‌ ମେ’ ୧ରେ ୩୭ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ବିରାଟ ଅନୁଷ୍କାଙ୍କ ପାଇଁ ଏପରି କିଛି କରିଛନ୍ତି, ଯାହା ପ୍ରକୃତରେ ସମସ୍ତଙ୍କୁ ହସାଇବ। ବିରାଟଙ୍କ ଏହି ଉପହାର କେବଳ ଅନୁଷ୍କାଙ୍କୁ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପସନ୍ଦ ଆସିବ। ବିଶେଷକରି ଯେଉଁମାନେ କେବେ କାହା ପ୍ରେମରେ ପଡ଼ିଛନ୍ତି। ପ୍ରକୃତରେ ବିରାଟ ଅନୁଷ୍କାଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ଇନଷ୍ଟାରେ ବିରାଟ ଲେଖିଛନ୍ତି, ‘My best friend, my companion, my safest place, my best half, my everything. You are the light of all our lives. We love you more every day. Happy birthday my love.’ ବିରାଟ ଏହି ପୋଷ୍ଟରେ ଅନୁଷ୍କାଙ୍କ ପାଇଁ ତାଙ୍କର ସମସ୍ତ ଭାବନା ଢାଳି ଦେଇଛନ୍ତି। ବିରାଟ ଅନୁଷ୍କାଙ୍କୁ ଅନେକ ଉପହାର ଦେଇଥିବେ କିନ୍ତୁ ଏହି ପୋଷ୍ଟରେ ସେ ଅନୁଷ୍କାଙ୍କ ପାଇଁ ଯେଉଁ କିଛି ଶବ୍ଦ ଲେଖିଛନ୍ତି, ତାହା କୌଣସି ମୂଲ୍ୟବାନ ଉପହାରଠାରୁ କମ୍‌ ନୁହେଁ। କେମିତି ଆରମ୍ଭ ହୋଇଥିଲା ବିରୁଷ୍କାଙ୍କ ଲଭ ଷ୍ଟୋରୀ: ଅନୁଷ୍କା ଏବଂ ବିରାଟ କୋହଲି ୨୦୧୩ରେ ଏକ ବିଜ୍ଞାପନ ଶୁଟିଂ ସମୟରେ ପରସ୍ପରକୁ ଭେଟିଥିଲେ।


ସେମାନେ ଦୁହେଁ ବନ୍ଧୁ ହୋଇଗଲେ। ପରେ ସେମାନଙ୍କର ମଧ୍ୟରେ ସମ୍ପର୍କ ବଢ଼ିଲା। ତା’ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହା ପରଠୁ ଅନୁଷ୍କା ତାଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚି ଯାଉଥିଲେ। ୨୦୧୭ରେ ବିରାଟ ଏବଂ ଅନୁଷ୍କା ଅଫିସିଆଲ ଭାବେ ସେମାନଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ଉଭୟ ୨୧ ଡିସେମ୍ବର ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ଇଟାଲୀରେ ବିବାହ କରିଥିଲେ। ଯେଉଁଥିରେ କିଛି ଖାସ୍‌ ଲୋକ ଯୋଗ ଦେଇଥିଲେ। ଆଜି ଅନୁଷ୍କା ଏବଂ ବିରାଟ ଦୁଇଟି ସନ୍ତାନର ମା-ବାପା ମଧ୍ୟ। ତାଙ୍କ ଝିଅର ନାମ ଭାମିକା ଏବଂ ପୁଅର ନାମ ଅକାୟ। ଅନୁଷ୍କା କୋହଲିଙ୍କ ଜୀବନକୁ ବହୁତ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ପାର୍ଟି କରିବାକୁ ଏବଂ ମଜା କରିବାକୁ ଭଲ ପାଉଥିଲେ କିନ୍ତୁ ଏବେ ସେ ବହୁତ ଶୃଙ୍ଖଳିତ। ତାଙ୍କର ଫିଟନେସ୍‌, ତାଙ୍କର ଜୀବନଶୈଳୀ, ଏପରିକି ତାଙ୍କର ଚିନ୍ତାଧାରା ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କେବଳ ଏତିକି ନୁହେଁ, ସେ ଧାର୍ମିକ ମଧ୍ୟ ହୋଇଗଲେଣି। ପ୍ରାୟତଃ ସେ ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କ ସହିତ ମହାନ ସନ୍ଥ ଏବଂ ଋଷିମାନଙ୍କୁ ଭେଟିବାକୁ ଯାଆନ୍ତି। ବିରାଟ ମଧ୍ୟ ନୈନିତାଲର ନିମ୍‌ କାରୋଲି ବାବାଙ୍କୁ ବହୁତ ମାନନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
virat-kohli-sends-a-special-gift-to-anushka-she-wrote-in-the-message-happy-birthday-my-love | Argus News