Virat Kohli / ୧୦ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ନେଇ କୋହଲି ସିରିୟଶ...ନେଟ୍ ବୋଲର୍ଙ୍କୁ ଦେଲେ ସ୍ମରଣୀୟ ଉପହାର
·6 months ago·2 min read

Key Points
ମୁମ୍ବାଇ ନିକଟସ୍ଥ ଉପକୂଳବର୍ତ୍ତୀ ସହର ଆଲିବାଗରେ ଅଭ୍ୟାସ କରୁଥିବା ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ବିରାଟ କୋହଲି ସୋମବାର ଝାଡ଼ଖଣ୍ଡର ଜଣେ ନେଟ୍ ବୋଲର୍ଙ୍କୁ ତାଙ୍କ ଜୀବନର ସବୁଠୁ ବଡ଼ ଓ ସ୍ମରଣୀୟ ଉପହାର ଦେଇଛନ୍ତି।
ବିଜୟ ହଜାରେ ଟ୍ରଫି ପାଇଁ ଇଣ୍ଡିଆ ଟିମ୍ର ଷ୍ଟାର ବିରାଟ କୋହଲିଙ୍କ ସ୍ବାଗ ଅଲଗା ପ୍ରକାର। ଦୀର୍ଘ ୧୦ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି ବିରାଟ। ଏଥିପାଇଁ ଚଳିତଥର ବିଜୟ ହଜାରେ ଟ୍ରଫି ଏକ ଅଲଗା ପ୍ରକାର ଆକର୍ଷଣ ହୋଇଛି। ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଜୟ ହଜାରେ ମ୍ୟାଚ। ମୁମ୍ବାଇ ବେଳାଭୂମି ନିକଟରେ କୋହଲି ନେଟ ପ୍ରାକ୍ଟିସ କରିଛନ୍ତି। ଆଉ ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼।
ମୁମ୍ବାଇ ନିକଟସ୍ଥ ଉପକୂଳବର୍ତ୍ତୀ ସହର ଆଲିବାଗରେ ଅଭ୍ୟାସ କରୁଥିବା ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ବିରାଟ କୋହଲି ସୋମବାର ଝାଡ଼ଖଣ୍ଡର ଜଣେ ନେଟ୍ ବୋଲର୍ଙ୍କୁ ତାଙ୍କ ଜୀବନର ସବୁଠୁ ବଡ଼ ଓ ସ୍ମରଣୀୟ ଉପହାର ଦେଇଛନ୍ତି। ରିତ୍ବିକ ପାଠକ ନାମକ ଏହି ନେଟ୍ ବୋଲର୍ କୋହଲିଙ୍କୁ ତିନି ଦିନ ଧରି ନେଟ୍ସରେ ବୋଲିଂ କରିଥିଲେ।
ଏହାସହ ପଢ଼ନ୍ତୁ: ରୋହିତ ଏବଂ ବିରାଟ କେବେ ବିଜୟ ହଜାରେ ଟ୍ରଫିରେ ଖେଳିବେ?...ଜାଣିନିଅନ୍ତୁ ପୁରା ସ୍କେଡ୍ୟୁଲ
ଅଭ୍ୟାସ ଶିବିରର ଶେଷରେ ସେ କୋହଲିଙ୍କୁ ଫଟୋ ପାଇଁ ଅନୁରୋଧ କରିଥିଲେ। କୋହଲି କେବଳ ରିତ୍ବିକଙ୍କ ସହ ଫଟୋ ଉଠାଇ ନଥିଲେ ବରଂ ଭିଡିଓ ଉତ୍ତୋଳନ କରୁଥିଲା ବେଳେ ତାଙ୍କ ଆଇଫୋନ୍ରେ ଦସ୍ତଖତ କରି ଏହାର ମୂଲ୍ୟ ବଢ଼ାଇ ଦେଇଥିଲେ। କୋହଲିଙ୍କ ସହ ଉଠାଇଥିବା ଫଟୋ ଏବଂ ତାଙ୍କ ଦସ୍ତଖତ ସମ୍ବଳିତ ଆଇଫୋନ୍ର ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ପ୍ରକାଶ କରି ରିତ୍ବିକ ଏହାକୁ ତାଙ୍କ ଜୀବନର ଅମୂଲ୍ୟ ସମ୍ପଦ ଭାବେ ବର୍ଣ୍ଣନା କରିବା ସହ ଏହି ମୋମେଣ୍ଟ ମୋ ପାଇଁ ସବୁବେଳେ ସ୍ପେଶାଲ ବୋଲି କହିଛନ୍ତି।
ଏହାସହ ପଢ଼ନ୍ତୁ: ଟି-୨୦ ବିଶ୍ବକପ ପରେ ଅଧିନାୟକ ପଦରୁ ହଟିବେ ସୂର୍ଯ୍ୟକୁମାର...ଏହି ୩ ଖେଳାଳିଙ୍କୁ ମିଳିପାରେ ସୁଯୋଗ
ଲେଖିଛନ୍ତି, ଫୋନ୍ଟି ହୁଏତ ସାରା ଜୀବନ ରହି ନ ପାରେ, ହେଲେ କୋହଲିଙ୍କ ସହ ଉଠାଇଥିବା ଫଟୋ ଏବଂ ନେଇଥିବା ଭିଡିଓ ସର୍ବଦା ମୋ ପାଖରେ ରହିବ। ସୂଚନାଯୋଗ୍ୟ ଯେ ଭାରତୀୟ ଦଳର ସବୁ ଖେଳାଳିଙ୍କୁ ବିଜୟ ହଜାରେ ପ୍ରତିଯୋଗିତାରେ ଅନ୍ୟୂନ ଦୁଇଟି ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ବୋଲି ବିସିସିଆଇ କଟକଣା ଜାରି କରିଛି। ସେଥିପାଇଁ କୋହଲି ନିଜ ରାଜ୍ୟ ଦିଲ୍ଲୀ ପକ୍ଷରୁ ଦୁଇଟି ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏଥିଲାଗି ଅଲୀବାଗରେ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି। ବିଜୟ ହଜାରେ ଟ୍ରଫି ଚଳିତ ଡିସେମ୍ବର ୨୪ରୁ ଆରମ୍ଭ ହେଉଥିଲା ବେଳେ ଦିଲ୍ଲୀର କେଉଁ ଦୁଇଟି ମ୍ୟାଚ୍ ଖେଳିବେ ସେ କଥା କୋହଲି ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories