Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ଟେଷ୍ଟ୍ କ୍ରିକେଟକୁ ଫେରିବେ କୋହଲି: ଏମିତି କହିଲେ ପୂର୍ବତନ ଖେଳାଳି, BCCI କରିବ କ୍ୟାପ୍ଟେନ୍ !

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଟେଷ୍ଟ୍ କ୍ରିକେଟକୁ ଫେରିବେ କୋହଲି: ଏମିତି କହିଲେ ପୂର୍ବତନ ଖେଳାଳି, BCCI କରିବ କ୍ୟାପ୍ଟେନ୍ !
Virat Kohli

Key Points

ଟେଷ୍ଟ୍ କ୍ରିକେଟକୁ ଫେରିବେ ବିରାଟ କୋହଲି
ପୂର୍ବତନ ଖେଳାଳି କହିଲେ...
ଆଇପିଏଲ୍ ୨୦୨୬ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକଟରେ ହରାଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଆରସିବି ବିଜୟରେ ବିରାଟ କୋହଲି ଖେଳିଛନ୍ତି ବିସ୍ଫୋରକ ପାଳି । ୩୮ ବଲ୍‌ରେ ବିରାଟ ଅପରାଜିତ ୬୯ ରନ୍ ସ୍କୋର୍ କରି ରୋହିତ ଶର୍ମାଙ୍କୁ ଅତିକ୍ରମ କରିଛନ୍ତି । ଏହାପରେ ଗୋଟେ ପରେ ଗୋଟେ କବର ବିରାଟଙ୍କୁ ନେଇ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ପିନ୍ଧିବେ ଧଳା ଜର୍ସି । ପୁଣି ଥରେ ଟେଷ୍ଟ୍ କ୍ରିକେଟକୁ କରିବେ ବ୍ୟାକ୍ । ଆଇପିଏଲର ପ୍ରଥମ ମୁକାବିଲା ପରେ କିଛି ଏମିତି ଚର୍ଚ୍ଚା । ହାଇଦ୍ରାବାଦ ବିପକ୍ଷରେ ଦମଦାର୍ ପାଳି ଖେଳିଛନ୍ତି ରନ୍ ମେସିନ୍ । ଯାହାକୁ ନେଇ ଭାରତୀୟ ଦଳର ପୂର୍ବତନ ଖେଳାଳି ବଡ କଥା କହିଛନ୍ତି ।

ସିଏସକେର ପୂର୍ବତନ ସୁପରଷ୍ଟାର୍ ରାୟଡୁ ଆହୁରି କହିଛନ୍ତି ଯେ, ଟେଷ୍ଟ୍ କ୍ରିକେଟରେ ବିରାଟଙ୍କୁ ନେତୃତ୍ୱ ପ୍ରଦାନ କଲେ ଖୁବ୍ ଭଲ ହେବ । ସେ ଦଳକୁ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଜିତାଇବାରେ ସାହାଯ୍ୟ କରିପାରିବେ । ସେ ଫିଟ୍ ଅଛନ୍ତି । ତାଙ୍କ ପାଇଁ ଫିଚନେସ୍ କୌଣସି ସମସ୍ୟା ନୁହେଁ ବୋଲି ରାୟଡୁ କହିଛନ୍ତି । ଏସବୁକୁ ନେଇ ଅମ୍ବତି କହିଛନ୍ତି ଯେ, ବିରାଟ ଖାଲି ଦିନିକିଆରେ ଫୋକସ କରିବା ଅନୁଚିତ୍ । ଏବେବି ସେ ଟେଷ୍ଟ୍ ଖେଳିପାରିବେ । ଟେଷ୍ଟ୍ କ୍ରିକେଟକୁ ତାଙ୍କର ଅବଦାନ ଅପୂରଣୀୟ ରହିଛି । ନାଲି ବଲର କ୍ରିକେଟରୁ ସେ ଆହୁରି କିଛି ଅବଦାନ ଦେଇପାରିବେ । ସେ ଏବେ ପୁରା ଫିଟ୍ ଅଛନ୍ତି । ଏବେ ଆଇପିଏଲରେ ବିରାଟ କେବଳ ଟ୍ରେଲର ଦେଖାଇଛନ୍ତି ।

ପୂର୍ବତନ କ୍ରିକେଟର ଅମ୍ବତି ରାୟଡୁ କହିଛନ୍ତି ଯେ, ବିରାଟ ଫିଟ୍ ଅଛନ୍ତି । ସେ ଆହୁରି ୫ ରୁ ୬ ବର୍ଷ ଯାଏଁ କ୍ରିକେଟ୍ ଖେଳିପାରିବେ । ସେ ଖେଳିବା ଉଚିତ୍ । ଶନିବାର ବିରାଟ ଏସଆରଏଚ ବିପକ୍ଷରେ ୬୯ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରେ ଆଇପିଏଲରେ ମଧ୍ୟ ବିରାଟ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।ଅମ୍ବତି ରାୟଡୁ ଆହୁରି କହିଛନ୍ତି ଯେ, ତାଙ୍କର କୌଣସି ଶାରୀରିକ ସମସ୍ୟା ଥିଲା ଭଳି ମନେ ହେଉନାହିଁ । ପଡିଆରେ ସେ ଜବରଦସ୍ତ ଫିଲ୍ଡିଂ କରୁଛନ୍ତି । କେବଳ ମାନସିକ ସ୍ତରରେ ହିଁ ସେ ପଛକୁ ହଟିପାରିବେ ।

ନହେଲେ କୌଣସି ଅସୁବିଧା ନାହିଁ । ଏବେବି ତାଙ୍କ କ୍ୟାରିଅର ବହୁତ ବର୍ଷ ରହିଥିବା ଲାଗୁଛି । ବିସିସିଆଇ ତାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ୱ ଦେବାକୁ ବିଚାର କରିବା ଦରକାର । ଟେଷ୍ଟରେ ସେ ଏବେବି ରନ୍ ଭୋକରେ ଅଛନ୍ତି । ତେଣୁ ସେ ଟେଷ୍ଟ୍ କ୍ରିକେଟକୁ କମ୍ ବ୍ୟାକ୍ କରିବା ଆବଶ୍ୟକ । ଯଦି ସେ ନଖେଳିବେ ତାହାଲେ ଏହା ଭାରତୀୟ ଦଳର କ୍ଷତି ବୋଲି ରାୟଡୁ କହିଛନ୍ତି ।

ଅଧିକ ଫଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli | ‘Loss of Indian cricket’: Ex-India star urges Virat Kohli to come out of Test retirement after RCB heroics | Argus News