୩୫ବର୍ଷରେ ପାଦ ଥାପିଲେ ବିଶ୍ବର ଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି

ଅର୍ଗସ ବ୍ୟୁରୋ: ଭାରତର ଶ୍ରେଷ୍ଠ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ବିରାଟ କୋହଲି ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ। ଆଜି ୨୦୨୩ ବିଶ୍ବକପ କୋଲକତାର ଇଡେନ ଗାର୍ଡେନରେ ମ୍ୟାଚ ଅଛି। ଆଜି ସାଉଥଆଫ୍ରିକାକୁ ଭେଟିବ ଭାରତ। ଆଜିର ମ୍ୟାଚ ସବୁଠୁ ଏକ୍ସାଇଟିଂ ଆଉ ଇଣ୍ଟେରେଷ୍ଟିଂ ରହିବ।
ଆଜି ବିଶ୍ବ କ୍ରିକେଟରେ ସବୁଠୁ ସଫଳ ଓ ଅନ୍ୟତମ କ୍ରିକେଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବିରାଟ । ୨୦୧୦ ମସିହା ଜୁନ ୧୨ ତାରିଖରେ ଜିମ୍ବାଓ୍ବେ ବିପକ୍ଷ ଟି ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ଜୁନ ୨୦ରେ ସେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ। ତେବେ ଆମ ତରଫରୁ ବିରାଟଙ୍କୁ ଜନ୍ମଦିନର ଢ଼େର ସାରା ଶୁଭେଚ୍ଛା ଏବଂ ଶୁଭକାମନା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର