Videos
|
Sports

ଦୁବାଇ ଗ୍ରାଉଣ୍ଡରେ ପାକିସ୍ତାନ ଖେଳାଳିଙ୍କ ଜୋତାର ଫିତା ବାନ୍ଧିଲେ ବିରାଟ କୋହଲି: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·1 year ago·1 min read
ଦୁବାଇ ଗ୍ରାଉଣ୍ଡରେ ପାକିସ୍ତାନ ଖେଳାଳିଙ୍କ ଜୋତାର ଫିତା ବାନ୍ଧିଲେ ବିରାଟ କୋହଲି: ଭିଡିଓ ଭାଇରାଲ

ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ବିରାଟ କୋହଲିଙ୍କ ବ୍ୟାଟ ଚମକିଥିଲା। ସେ ୧୧୧ ବଲରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଦୀର୍ଘ ସମୟ ଧରି ଫର୍ମରେ ନ ଥିବା କୋହଲିଙ୍କ ଏହି ଇନିଂସ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ମାନସିକ ଭାବରେ ଆହୁରି ଦୃଢ଼ କରିବ। ଏହା ଟିମ ଇଣ୍ଡିଆ ପାଇଁ ମଧ୍ୟ ଏକ ଭଲ ଖବର। କୋହଲି ବ୍ୟାଟିଂ ପୂର୍ବରୁ ଫିଲ୍ଡିଂ କରୁଥିବା ସମୟରେ ମଧ୍ୟ ସେ ଏପରି କିଛି କରିଥିଲେ ଯାହା ଇଣ୍ଟରନେଟରେ ଆଲୋଚନା ହେବା ଆରମ୍ଭ କରିଥିଲା। ସେ ବିପକ୍ଷ ଦଳର ଖେଳାଳି ନସୀମ ଶାହଙ୍କ ଜୋତାର ଲେସ ବାନ୍ଧି ଦେଇଥିଲେ।


ଯେତେବେଳେ ନସୀମ ଶାହ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଲେ, ସେ ବିରାଟ କୋହଲିଙ୍କଠାରୁ ସାହାଯ୍ୟ ମାଗିଲେ। ସେ ମୋତେ ତାଙ୍କ ଜୋତାର ଫିତାକୁ ଟାଇଟ କରିବାକୁ କହିଲେ। ପ୍ୟାଡ ପିନ୍ଧିବାଥିବା ବେଳେ ବ୍ୟାଟସମ୍ୟାନଙ୍କ ପାଇଁ ତାଙ୍କ ଜୋତା ଫିତା ବାନ୍ଧିବା କଷ୍ଟକର ହୋଇଯାଏ, ତେଣୁ ସେ ନିଜେ ଏହା କରିପାରନ୍ତି ନାହିଁ। କୋହଲି ତାଙ୍କୁ ସାହାଯ୍ୟ କରିଥିଲେ, ଏହାର ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଆସିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ରିକେଟର ମନୋଭାବ ଦେଖାଇବା ପାଇଁ ପ୍ରଶଂସକମାନେ କୋହଲିଙ୍କୁ ପ୍ରଶଂସା କରିଥିଲେ। ତ ଆଉ କିଛି ବିରାଟଙ୍କ ଉପରେ ରାଗିଯାଇଥିଲେ କହିଥିଲେ ଶତ୍ରୁ ମାନଙ୍କ ପାଦ ଆମ କିଙ୍ଗ ଧରିବା କୌଣସି ଆବଶ୍ୟକତା ନାହିଁ। ପାକିସ୍ତାନ ଟସ ଜିତିଥାଇପାରେ କିନ୍ତୁ ସେମାନେ ଏହାର ଫାଇଦା ଉଠାଇପାରିଲେ ନାହିଁ। ସମଗ୍ର ଦଳ ୨୪୧ ରନରେ ଅଲଆଉଟ ହୋଇଯାଇଥିଲା।


ପାକିସ୍ତାନ ପକ୍ଷରୁ ସୌଦ ଶକିଲ ସର୍ବାଧିକ ରନ (୬୨) କରିଥିଲେ। ମହମ୍ମଦ ରିଜୱାନ ୪୬ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ସେ ପ୍ରଥମେ ବାବର ଆଜମ ଏବଂ ତା’ପରେ ସୌଦ ଶକିଲଙ୍କ ଓ୍ବିକେଟ ନେଇଥିଲେ।

Virat Kohli ties Pakistani players' shoelaces at Dubai ground: Video goes viral | Argus News