Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅଶ୍ଲୀଳ କମେଣ୍ଟ ଦେବାପରେ ରଣବୀରଙ୍କୁ ଅନଫଲୋ କଲେ ବିରାଟ କୋହଲି

Ritu Das
Browse all articles by Ritu Das
·1 year ago·1 min read
ଅଶ୍ଲୀଳ କମେଣ୍ଟ ଦେବାପରେ ରଣବୀରଙ୍କୁ ଅନଫଲୋ କଲେ ବିରାଟ କୋହଲି

ଗତ ୨ ଦିନ ହେଲା ରଣବୀର ଆଲହାବାଦିଆଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ କାଲିଠୁ ଗୋଟିଏ ନ୍ୟୁଜ ଟ୍ରେଣ୍ଡ କରୁଛି। ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଇନଫ୍ଲୁଏନ୍ସର ତଥା ୟୁଟ୍ୟୁବର ରଣବୀର ଆଲହାବାଦିଆଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରିଛନ୍ତି। ବିରାଟ କୋହଲି ଯାହାଙ୍କୁ ପୋଡକାଷ୍ଟରେ ନେବାକୁ ସମସ୍ତଙ୍କ ଏକ ସ୍ବପ୍ନ ଥିଲା। ଆଉ ରଣବୀରଙ୍କର ମଧ୍ୟ ବଡ଼ ସ୍ବପ୍ନ ଥିଲା। କିନ୍ତୁ ଏହି ସ୍ବପ୍ନ ଏବେ ତାସ୍‌ର ଘର ଭଳି ଭାଙ୍ଗିଯାଇଛି। ଆଉ ବିରାଟ କେବେ ବି ରଣବୀରଙ୍କ ଭଳି ଜଣେ ଇମମାଚ୍ୟୁର ବ୍ୟକ୍ତିଙ୍କ ସହ କାମ କରିବେ ନାହିଁ ବୋଲି ତାଙ୍କ ଇନଷ୍ଟା ଶେୟାରିଂରୁ ଜଣାପଡ଼ିଛି। ଆଉ ଏସବୁ ଇଣ୍ଡିଆଜ ଗଟ୍‌ ଲାଟେଣ୍ଟରେ ହୋଇଥିବା ବିବାଦ ଯୋଗୁ ହୋଇଛି।


କିଛି ସୋସିଆଲ ମିଡିଆ ୟୁଜର୍ସ ବିରାଟଙ୍କର ରଣବୀରଙ୍କୁ ଅନଫଲୋ କରିବାର ସ୍କ୍ରିନଶଟ ଶେୟାର କରୁଛନ୍ତି। ସୂଚନା ଥାଉ କି, ବିରାଟ ରଣବୀରଙ୍କୁ ଆଉ ଫଲୋ କରୁ ନାହାନ୍ତି। କିନ୍ତୁ ରଣବୀରଙ୍କ ଆଇଡଲ ହେଉଛନ୍ତି ବିରାଟ କୋହଲି। ଗୋଟିଏ ଇଣ୍ଟରଭ୍ୟୁରେ ରଣବୀର ଆଲହାବାଦିଆ କହିଥିଲେ ମୁଁ ବିରାଟଙ୍କର ବଡ଼ ଫ୍ୟାନ। ରଣବୀର ଆଉ ମଧ୍ୟ କହିଥିଲେ ଯୋଉଦିନ ବିରାଟ କୋହଲି ମୋ ପୋଡକାଷ୍ଟକୁ ଆସିବେ, ସେହିଦିନ ମୋର ଶେଷ ପୋଡକାଷ୍ଟ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli unfollows Ranveer Allahbadia after making obscene comments | Argus News