Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Controversy / IPL 2026 ପୂର୍ବରୁ, ବିରାଟ କୋହଲି RCB ଖେଳାଳିମାନଙ୍କୁ ଚେତାବନୀ ଦେଲେ...ଗୋଟିଏ ଭୁଲକୁ ବି କ୍ଷମା କରାଯିବନି

Ritu Das
Browse all articles by Ritu Das
·3 months ago·2 min read
IPL 2026 ପୂର୍ବରୁ, ବିରାଟ କୋହଲି RCB ଖେଳାଳିମାନଙ୍କୁ ଚେତାବନୀ ଦେଲେ...ଗୋଟିଏ ଭୁଲକୁ ବି କ୍ଷମା କରାଯିବନି
India

Key Points

ବିରାଟ କୋହଲି RCB ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି
ସାଥୀ ଖେଳାଳିଙ୍କୁ ଟ୍ରଫି ପାଇବାକୁ ହେଲେ ଆମକୁ ଶତ ପ୍ରତିଶତ ଦେବାକୁ ପଡ଼ିବ
ବିରାଟ କୋହଲି ନାଁ ହିଁ କାଫି। ଆଇପିଏଲରେ ସବୁଠୁ ଲୟାଲ କ୍ରିକେଟର। ବିରାଟ କୋହଲି ଜଣେ ଏମିତି ପ୍ଲେୟର ଯିଏ ପ୍ରଥମରୁ ହିଁ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ଦୀର୍ଘ ୧୮ ବର୍ଷ ପରେ ୨୦୨୫ ମସିହାରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆରସିବି ଚାମିୟନ ଟାଇଟଲ ଜିତିଥିଲା। ଆଉ ବିରାଟଙ୍କ ଆଖିରେ ପୁଣି ସେଇ ଟାଇଟଲର ଭୋକ ଦେଖିବାକୁ ମିଳିଛି। ନେଟ ପ୍ରାକ୍ଟିସରେ ଝାଳ ବୁହାଉଛନ୍ତି। ଆଉ ନିଜର ୧୦୦% ଅଭ୍ୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ କହିଛନ୍ତି କୌଣସି ବି କାହାର ଭୁଲକୁ କ୍ଷମା କରାଯିବ ନାହିଁ ।



IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ, ଟୁର୍ଣ୍ଣାମେଣ୍ଟର ପ୍ରଥମ ହାଇଭୋଲଟେଜ ମ୍ୟାଚ୍ RCB ଏବଂ SRH ମଧ୍ୟରେ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025 ଟାଇଟଲ ଜିତିଛି ଏବଂ ଏବେ ଲଗାତାର ଦ୍ୱିତୀୟ ଟ୍ରଫି ଉଠାଇବାକୁ ଲକ୍ଷ୍ୟ ରଖିଛି। RCB ପାଇଁ ଏହା ଏକ ସହଜ କାମ ହେବନାହିଁ କିନ୍ତୁ ଦଳରେ ଅଛନ୍ତି ବିରାଟ କୋହଲି। ଯିଏ ହେଉଛନ୍ତି ଟିମର ସଙ୍କଟମୋଚକ। ଏବେ ସେ ତାଙ୍କ ସାଥୀ ଖେଳାଳିମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସମସ୍ତ ଦଳ ସେମାନଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ।

ବିରାଟ କୋହଲି RCB ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2026 ପାଇଁ ଅଭ୍ୟାସ ଆରମ୍ଭ କରିଛି। RCB ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ବିରାଟ କୋହଲି IPL 2026 ପୂର୍ବରୁ ତାଙ୍କ ଦଳକୁ ଉତ୍ସାହିତ କରିଛନ୍ତି, ଆଉ କହିଛନ୍ତି ଯେ ସେମାନେ ଚାମ୍ପିଅନ୍ ଏବଂ ଦଳଗୁଡ଼ିକ ଏବେ ସେମାନଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ। ସେ ଆଉ ମଧ୍ୟ କହିଛନ୍ତି, "ଆମେ ଗତ ଦୁଇ କିମ୍ବା ତିନୋଟି ସିଜନରେ କଠିନ ପରିଶ୍ରମ କରିଛୁ, ଏବଂ ସେଥିପାଇଁ ଆମେ ଗତ ବର୍ଷ ଜିତିଥିଲୁ। ବର୍ତ୍ତମାନ ପରିସ୍ଥିତି କଷ୍ଟକର ହେବ, କାରଣ ଅନ୍ୟ ଦଳଗୁଡ଼ିକ ଆମ ସହିତ ପ୍ରତିଯୋଗିତା କରିବାକୁ ଚେଷ୍ଟା କରିବେ।"



ବିରାଟ କୋହଲି ସମସ୍ତଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ, "ଆମେ ଏହି ଦିନଗୁଡ଼ିକୁ ନଷ୍ଟ କରିବା ନାହିଁ। ଆମେ କୌଣସି ସେସନର ଗୋଟିଏ ମିନିଟ୍ ମଧ୍ୟ ନଷ୍ଟ କରିବା ନାହିଁ। ଆଗାମୀ ଅଢ଼େଇ ମାସ ପାଇଁ ଆମକୁ ୧୨୦% ଦେବାକୁ ପଡିବ। ସମସ୍ତଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଆମେ ଚ୍ୟାଲେଞ୍ଜର ହେବାକୁ ଉତ୍ସାହିତ ଅଛେ। ଆଉ ଆମେ କଷ୍ଟ କଲେ ନିଶ୍ଚିତ ସଫଳ ହେବା।
ବିରାଟ କୋହଲି ଅଭ୍ୟାସ ଅଧିବେଶନରେ ଦମଦାର ପ୍ରଦର୍ଶନ କରିଛନ୍ତି

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପରଠାରୁ ବିରାଟ କୋହଲି ପଡ଼ିଆରୁ ଦୂରରେ ଅଛନ୍ତି। ଏବେ, ସେ ସିଧାସଳଖ IPL 2026ରେ ପଡ଼ିଆକୁ ଫେରିବେ। କୋହଲି ତାଙ୍କର ପ୍ରତ୍ୟାବର୍ତ୍ତନକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ନେଟ୍ସରେ ଝାଳ ବୁହାଇଛନ୍ତି। ନିକଟରେ RCB ବିରାଟ କୋହଲିଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ କୋହଲି ବଡ଼ ସଟ୍ ମାରିଥିବାର ଦେଖାଯାଉଛି। ଆଉ ଇନଷ୍ଟାରେ ଏହି ଭିଡିଓ ଭାଇରାଲ ହେଉଛି। ବିରାଟଙ୍କୁ ଏହି ଭିଡିଓରେ ମିଲିୟନ ମିଲିୟନ ଲାଇକ ମିଳିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Warns RCB Teammates Ahead of IPL 2026 | Argus News