Videos
|
Sports

ଏମର୍ଜେନ୍ସିରେ ଘରକୁ ଆସିଥିବା ବିରାଟ କୋହଲି ପୁଣି ଦଳରେ ଯୋଗଦେଲେ

Ritu Das
Browse all articles by Ritu Das
·2 years ago·1 min read
ଏମର୍ଜେନ୍ସିରେ ଘରକୁ ଆସିଥିବା ବିରାଟ କୋହଲି ପୁଣି ଦଳରେ ଯୋଗଦେଲେ

ଅର୍ଗସ ବ୍ୟୁରୋ: ପାରିବାରିକ ଜରୁରୀ କାର୍ଯ୍ୟ ପାଇଁ ଘରକୁ ଫେରି ଆସିଥିବା ଭାରତୀୟ ବ୍ୟାଟର ବିରାଟ କୋହଲି ପୁଣି ଦଳ ସହିତ ଯୋଗ ଦେଇଛନ୍ତି। ଏହି ଛୁଟି ଅବଧି ମଧ୍ୟରେ ସେ ଲଣ୍ଡନ ଆସିଥିଲେ। କୋହଲି ପୂର୍ବରୁ ବିସିସିଆଇ ଓ ଦଳୀୟ ପରିଚାଳନା ମଣ୍ଡଳୀକୁ ଜଣାଇ ଦେଇଥିଲେ। ଏବେ ଦଳ ସହିତ ଯୋଗ ଦେଇଥିବାରୁ ସେଞ୍ଚୁରିଆନ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ତେବେ ଛୁଟିରେ ଯିବା ପୂର୍ବରୁ କୋହଲି ଏକାଧିକ ଥର ଅଭ୍ୟାସ ‌କରିସାରିଛନ୍ତି। ଏବେ ଦଳ ସହିତ ଯୋଗ ଦେଇଥିବାରୁ ପୁଣି ଅଭ୍ୟାସ ଜାରି ରଖିବେ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରେ ଲୁଙ୍ଗି ଏନ୍‌ଗିଡି, କାଗିସୋ ରବାଡ଼ାଙ୍କ ଭଳି ଖେଳାଳି ଅଭ୍ୟାସ ଆରମ୍ଭ କରିଥିବାରୁ ଭାରତ ତାଙ୍କ ଦଳକୁ ହରାଇପାରିବନି ବୋଲି ଘରୋଇ ଦଳ ପ୍ରଶିକ୍ଷକ ସୁକ୍ରି କନରାଡ୍‌ କହିଛନ୍ତି। ରବାଡ଼ାଙ୍କୁ ଧଳାବଲ୍‌ ମ୍ୟାଚ୍‌ରୁ ଦୂରେଇ ରଖାଯାଇଥିଲା ବେଳେ ଏନ୍‌ଗିଡି‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳେ ଆହତ ହୋଇଥିଲେ। ହେଲେ ଉଭୟ ଶନିବାର ଅପରାହ୍ନରେ ପ୍ରଚୁର ବୋଲିଂ କରିଥିଲେ। ଏମାନଙ୍କୁ ‌ବିଦାୟୀ ଶୃଙ୍ଖଳା ଖେଳୁଥିବା ନ ଏଲଗର ସାମ୍ନା କରୁଥିଲେ। ସେଞ୍ଚୁରିଆନ୍‌ ପିଚ୍‌ ଦ୍ରୁତ ବୋଲରଙ୍କୁ ଅଧିକ ସୁହାଉଥିବା ବେଳେ ରବାଡ଼ା ଓ ଏନ୍‌ଗିଡି ଏବେ ବୋଲିଂ କରିବାକୁ ସତେଜ ଅଛନ୍ତି। ତଥାପି ମ୍ୟାଚ୍‌ରେ ସେମାନେ ଖେଳିବେ କି ନାହିଁ ତାହା ମ୍ୟାଚ୍‌ ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି କନରାଡ କହିଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Virat Kohli, | Argus News