Videos
|
Sports

RCB ଟ୍ରଫି ଜିତିଲେ IPLରୁ ଅବସର ନେବେ ବିରାଟ କୋହଲି!

Ritu Das
Browse all articles by Ritu Das
·1 year ago·1 min read
RCB ଟ୍ରଫି ଜିତିଲେ IPLରୁ ଅବସର ନେବେ ବିରାଟ କୋହଲି!

Key Points

RCB ଟ୍ରଫି ଜିତିଲେ IPLରୁ ଅବସର ନେବେ ବିରାଟ କୋହଲି!

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି

ଜୁନ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ ଟାଇଟଲ ପାଇଁ ଖେଳିବେ ଉଭୟ ଦଳ


ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ତାଙ୍କର ଏହି ନିଷ୍ପତ୍ତିରେ କେବଳ ଦର୍ଶକ ନୁହନ୍ତି, ବରଂ ବିସିସିଆଇ ଅଧିକାରୀ ବି ଦୁଃଖିତ ଅଛନ୍ତି। ସେମାନେ ଭୟ କରୁଛନ୍ତି ଯେ, IPL ଟାଇଟଲ ଜିତିବା ପରେ ବିରାଟ କୋହଲି କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ସେମାନେ ଏନେଇ ବିରାଟ କୋହଲିଙ୍କୁ ଏକ ବିଶେଷ ଆବେଦନ ମଧ୍ୟ କରିଛନ୍ତି। ସେମାନଙ୍କ କହିବା କଥା ଯଦି ଆଇପିଏଲରେ ଆରସିବି ଜିତେ ତେବେ ବିରାଟ କୋହଲି ଅବସର ନେଇପାରନ୍ତି। ଏହି ସିଜନରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ ଫାଇନାଲରେ ପ୍ରବେଶ କରିଛି। ଜୁନ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ ଟାଇଟଲ ପାଇଁ ଖେଳିବେ ଉଭୟ ଦଳ।


ଏହି ସମୟରେ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଭୟ କରୁଛନ୍ତି ଯେ, କୋହଲି ଫାଇନାଲ ମ୍ୟାଚ୍ ପରେ ଅବସର ନେଇପାରନ୍ତି। କ’ଣ କହିଲେ ଆଇପିଏଲ ଚେୟାରମ୍ୟାନ୍: ଆଇପିଏଲ ଚେୟାରମ୍ୟାନ୍ ଅରୁଣ ସିଂହ ଧୂମଲ୍ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ନେଇ ବହୁତ ଦୁଃଖିତ। ସେ ଏହା ପୁନଃବିଚାର କରିବାକୁ କୋହଲିଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବିରାଟ କୋହଲି କ୍ରିକେଟକୁ ସେତିକି ଭଲ ପାଆନ୍ତି ଯେପରି ରୋଜର ଫେଡେରର୍ ଏବଂ ନୋଭାକ୍ ଜୋକୋଭିଚ୍ ଟେନିସକୁ ଭଲ ପାଆନ୍ତି। ସେ ଆହୁରି କହିଛନ୍ତି ଯେ, ଆମେ ଭୟ କରୁଛୁ ଯେ; ଯଦି ଆରସିବି ଏଥର ଟ୍ରଫି ଜିତେ, ତେବେ ବିରାଟ କୋହଲି ଏଥିରୁ ମଧ୍ୟ ଅବସର ନେଇପାରନ୍ତି। ମୁଁ ତାଙ୍କୁ ଏପରି ନ କରିବାକୁ ଅନୁରୋଧ କରିବି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
virat-kohli-will-retire-from-ipl-if-rcb-wins-the-trophy | Argus News