Videos
|
Sports

ପଡ଼ିଆରେ ବିରାଟ କୋହଲିଙ୍କ ଜବରଦସ୍ତ ଡ୍ୟାନ୍ସ

Ritu Das
Browse all articles by Ritu Das
·2 years ago·1 min read
ପଡ଼ିଆରେ ବିରାଟ କୋହଲିଙ୍କ ଜବରଦସ୍ତ ଡ୍ୟାନ୍ସ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟର ବିରାଟ କୋହଲି ଜନ୍ମଦିନ ଅବସରରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ହାସଲ କରି ନିଜକୁ ଏବଂ ଫ୍ୟାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସ୍ବାମୀଙ୍କ ଶତକ ପରେ ଏକ ପୋଷ୍ଟ ଶେୟାର କରି ନିଜର ଖୁସି ବ୍ୟକ୍ତ କରିଥିଲେ। ବିରାଟ ସବୁବେଳେ ତାଙ୍କ ମ୍ୟାଚରେ କିଛି ନା କିଛି କରନ୍ତି ଯାହା ଭାଇରାଲ ହୁଏ। ଏହି ମ୍ୟାଚରେ କିଙ୍ଗ କୋହଲି ଏପରି କିଛି କରିଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। 


ମ୍ୟାଚ ସମୟରେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ଏଭୟେଁ ଏଭୟେଁ ଲୁଟଗୟା ନାଚୁଥିବାର ନଜର ଆସିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଙ୍ଗ କୋହଲି ଅନୁଷ୍କାଙ୍କ ଗୀତର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସମସ୍ତେ ଟିମ ଇଣ୍ଡିଆ ପାଇଁ ଖୁସି ଥିବା ଦେଖିବାକୁ ମିଳିଛି। 

କେବଳ ଏତିକି ନୁହେଁ ମ୍ୟାଚ ସମୟରେ ବିରାଟ କୋହଲି ଶାହାରୁଖ ଖାନଙ୍କ ଷ୍ଟେପ ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର

Virat Kohli's | Argus News