Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୀର୍ଘ ଦୁଇ ମାସ ପରେ ଭାରତ ଫେରିଲେ ବିରାଟ

Sports

ଦୀର୍ଘ ଦୁଇ ମାସ ପରେ ଭାରତ ଫେରିଲେ ବିରାଟ

Ritu Das
Browse all articles by Ritu Das
·2 years ago·1 min read
ଦୀର୍ଘ ଦୁଇ ମାସ ପରେ ଭାରତ ଫେରିଲେ ବିରାଟ

ଅର୍ଗସ ବ୍ୟୁରୋ: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୋ ଜବରଦସ୍ତ ପ୍ରଦର୍ଶନ ଲାଗି ସେ ପୁରା ପ୍ରସ୍ତୁତ। ଏହାପୂର୍ବରୁ ତାଙ୍କର ନୂଆ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଆରସିବି ଫ୍ୟାନମାନେ କିଲର ବୋଲି କହିବା ଆରମ୍ଭ କରିଛନ୍ତି। ତେବେ ନୂଆ ଟୁର୍ନାମେଣ୍ଟ ନଚେତ ସିରିଜ ଲାଗି ନିଜର ମେକଓଭର ପରମ୍ପରାକୁ କୋହଲି ଜାରି ରଖି ନୂଆ ଲୁକ କ୍ରିଏଟ କରିଛନ୍ତି।

ଆଇପିଏଲ ୨୦୨୪ ପୂର୍ବରୁ କୋହଲିଙ୍କୁ ଖ୍ୟାତନାମା ସେଲିବ୍ରିଟି ହେୟାରଷ୍ଟାଇଲିଶ ଆଲିମ ହକିମ ନୂଆ ଲୁକ ଦେଇଛନ୍ତି। ଏହାର ଫଟୋ ହେୟାରଷ୍ଟାଇଲିଷ୍ଟ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିଶେଷକରି କୋହଲି ନିଜର ଆଇବ୍ରୋ କାଟିଥିବାରୁ ତାହା ଚର୍ଚ୍ଚାରେ ରହିଛି। ଆଗାମୀ ଆଇପିଏଲରେ ଏହି ଲୁକର ନକଲ କିଛି ପ୍ରଶଂସକ ନିଶ୍ଚିତ ଭାବେ କରିବେ ବୋଲି କୁହାଯାଉଛି।

ଆରସିବି ଚେନ୍ନାଇ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଫ୍ୟାନମାନେ ଏକ୍ସାଇଟେଡ ବିରାଟଙ୍କୁ ଦେଖିବାକୁ। ଫ୍ୟାନମାନେ କହିଛନ୍ତି କିଙ୍ଗ is always କିଙ୍ଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Virat returned | Argus News