ସେଲିବ୍ରେସନ ବେଳେ ଶାମିଙ୍କ ମା'ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ବିରାଟ

ଗତକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଥିଲା ବଡ଼ ମ୍ୟାଚ। ଆଉ ଏହି ମ୍ୟାଚକୁ ୪ ଓ୍ବିକେଟରେ ଜିତିନେଇଛି ଭାରତ। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ୪ ଓ୍ବିକେଟରେ ଜିତିଛି। ଏହା ସହିତ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ଏବଂ ୨୦୧୩ ପରେ ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର କିଙ୍ଗ ହୋଇଛି। ସମସ୍ତେ ଖୁସି। ସବୁଠି ସେଲିବ୍ରେସନ। ଖାଲି ଅପେକ୍ଷା ଭାରତୀୟ ଦଳ ଦୁବାଇ ମାଟିରୁ କେବେ ଭାରତ ଫେରିବେ। ଆଉ ଏହାପରେ ପାଳନ ହେବ ବିଜୟ ଉତ୍ସବ। ପଡ଼ିଆରେ ସବୁ ଖେଳାଳି ଏଞ୍ଜୟ କରୁଥିବାବେଳେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି କିଛି ଏମିତି କରିଲେ ଯାହାକୁ ଦେଖିଲା ପରେ ସମସ୍ତେ କହୁଛନ୍ତି ସତରେ ଭାରତୀୟଙ୍କ ପାଖରେ ଯେଉଁ ସଂସ୍କାର ରହିଛି ତାହା ଆଉ କେଉଁ ଦେଶରେ ନାହିଁ।
VIDEO--- pic.twitter.com/bEn2VYhJdT
— NDTV India (@ndtvindia) March 9, 2025
📱 Get Argus News App
✨ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ, ଷ୍ଟାଡିୟମରେ ଖେଳାଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଏକତ୍ରିତ ହୋଇଥିଲେ। ବିରାଟ ପରମ୍ପରା, ପ୍ରତିଷ୍ଠା ଏବଂ ଶୃଙ୍ଖଳା ପାଳନ କରି ଲୋକଙ୍କ ହୃଦୟ ଜିତିଥିଲେ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିଜୟ ପରେ ଫଟୋଶୁଟ ସମୟରେ କୋହଲି ମହମ୍ମଦ ଶାମିଙ୍କ ମା’ଙ୍କୁ ଦେଖି ପାଦ ଛୁଇଁଥିଲେ। ଏହା ପରେ ସେ ଶାମିଙ୍କ ସମଗ୍ର ପରିବାର ସହିତ ଏକ ଫଟୋ ମଧ୍ୟ ଉଠାଇଥିଲେ। ଏହି ସମୟରେ କୋହଲି ଶାମିଙ୍କ ମା’ଙ୍କ ଡାହାଣ ପାର୍ଶ୍ୱରେ ଠିଆ ହୋଇଥିବାର ଦେଖାଯାଇଥିଲା ଏବଂ ଶାମି ବାମ ପାର୍ଶ୍ୱରେ ଠିଆ ହୋଇଥିଲେ। ପାଦ ଛୁଇଁବା ମାତ୍ରେ ଶାମିଙ୍କ ମା’ ମଧ୍ୟ କୋହଲିଙ୍କ ପିଠିରେ ହାତ ରଖି ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଶାମିଙ୍କ ମା’ ଏବଂ କୋହଲିଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫାଇନାଲ ମ୍ୟାଚ୍ରେ ମହମ୍ମଦ ଶାମିଙ୍କ ଇନିଂସ ସେତେ ଖାସ ନ ଥିଲା। ସେ ୯ ଓଭର ବୋଲିଂ କରି ୭୪ ରନ ଦେଇଥିଲେ ଏବଂ ଡାରିଲ ମିଚେଲଙ୍କ ଉଇକେଟ ମଧ୍ୟ ନେଇଥିଲେ।