Videos
|
Sports

ରୋହିତଙ୍କ ସହ ଏକାସାଙ୍ଗେ ଅବସର ଘୋଷଣା କରିବାକୁ ଚାହୁଁଥିଲେ ବିରାଟ

Ritu Das
Browse all articles by Ritu Das
·1 year ago·1 min read
ରୋହିତଙ୍କ ସହ ଏକାସାଙ୍ଗେ ଅବସର ଘୋଷଣା କରିବାକୁ ଚାହୁଁଥିଲେ ବିରାଟ

Key Points

ଅନେକ କଳ୍ପନାଜଳ୍ପନା ପରେ ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ।

ଅନେକ କଳ୍ପନାଜଳ୍ପନା ପରେ ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ। କୋହଲିଙ୍କ ଅବସର ସହିତ, ଏକ ଯୁଗର ଅନ୍ତ ଘଟିଥିଲା। ମେ’ ୧୨ରେ କୋହଲି ଅବସର ନେଉଥିବା ନେଇ ଘୋଷଣା କରିଥିଲେ ବି ମେ’ ୭ରୁ ସେ ନିଷ୍ପତ୍ତି ନେଇସାରିଥିଲେ ବୋଲି ଜଣାପଡ଼ିଛି। ତେବେ ସେ ୫ଦିନ କାହିଁକି ଅପେକ୍ଷା କଲେ ଆସନ୍ତୁ ଜାଣିବା। କୁହାଯାଉଛି ଯେ, ମେ’ ୭ରେ ହିଟ୍‌ମ୍ୟାନ୍ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହି ଦିନ ବିରାଟ ମଧ୍ୟ ଅବସର ଘୋଷଣା କରିବା ନେଇ ବିସିସିଆଇକୁ ଜଣାଇଥିଲେ।


ହେଲେ ତାଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା। ବିସିସିଆଇ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲା। ଭାରତର ପାକିସ୍ତାନ ବିରୋଧ‌ରେ ଆରମ୍ଭ ହୋଇଥିବା 'ଅପରେସନ ସିନ୍ଦୂର' ଫୁଲ୍ ଜୋସରେ ଚାଲିଥିବାରୁ ବିସିସିଆଇ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲା। ରବିବାର ଅସ୍ତ୍ରବିରତି ପରେ ସୀମାରେ ଶାନ୍ତି ଫେରିବାରୁ ବିରାଟ ସୋମବାର ଏହି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ସହିତ ଅଧିକ ସମୟ ବିତାଇବାକୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
virat-wanted-to-announce-his-retirement-at-the-same-time-as-rohit | Argus News