Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପଡ଼ିଆରେ ପୁଣି ହୃଦୟ ଜିତିଲେ ବିରାଟ

Sports

ପଡ଼ିଆରେ ପୁଣି ହୃଦୟ ଜିତିଲେ ବିରାଟ

Ritu Das
Browse all articles by Ritu Das
·2 years ago·2 min read
ପଡ଼ିଆରେ ପୁଣି ହୃଦୟ ଜିତିଲେ ବିରାଟ

ଅର୍ଗସ ବ୍ୟୁରୋ: ବିଶ୍ବକପରେ ଭାରତ ଟିମ ପରାସ୍ତ ହେବାପରେ ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି କ୍ରିକେଟ ପଡ଼ିଆଠାରୁ ଦୂରେଇ ରହିଥିଲେ। ବିରାଟ କୋହଲି ବିସିସିଆଇକୁ ସୂଚନା ଦେଇଥିଲେ ଯେ, ସେ ଓ୍ବାନଡେ ଏବଂ ଟି-୨୦ ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଉଛନ୍ତି। ଏବଂ ସେ ଏହି ଦୁଇ ଫର୍ମାଟକୁ କେବେ ଫେରିବେ ସେ ନିଜେ ଜଣାଇବେ ବୋଲି କହିଥିଲେ। ଏହି କଥା ଶୁଣି ବିରାଟଙ୍କ କୋଟି କୋଟି କ୍ରିକେଟ ଫ୍ୟାନ ନିରାଶ ହୋଇପଡ଼ିଥିଲେ। ନିକଟରେ ଅଷ୍ଟ୍ରେଲିଆ ଏବଂ ସାଉଥଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଅଂଶ ମଧ୍ୟ ହୋଇ ନ ଥିଲେ। ଏବେ ସେଞ୍ଚୁରିଅନ ଟେଷ୍ଟରେ ପଡ଼ିଆକୁ ଫେରି ସେ ଟିମ ଇଣ୍ଡିଆ ପାଇଁ ଏକ ଛୋଟ କିନ୍ତୁ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଛନ୍ତି। 

ବିରାଟ ବିରାଟ କ୍ରିକେଟପ୍ରେମୀଙ୍କ ପାଇଁ ଏହାହେଉଛି ବଡ଼ ନାଁ ପଡ଼ିଆକୁ ବିରାଟ ଆସିଲେ ଫ୍ୟାନମାନେ ଉତ୍ସାହିତ ହୋଇପଡ଼ନ୍ତି। ସେମିତି କିଛି କାଲି ମ୍ୟାଚରେ ଘଟିଥିଲା। ସେଞ୍ଚୁରିଅନରେ ଭାରତ ଏବଂ ସାଉଥଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ସମୟରେ ଏକ ଫଟୋ ସମସ୍ତଙ୍କ ହୃଦୟ କିଣିଛି। ଏହି ଫଟୋରେ ସାଉଥଆଫ୍ରିକାର କୁନି କ୍ରିକେଟ ଫ୍ୟାନଙ୍କୁ ବିରାଟ କୋହଲିଙ୍କ ସହ ଦେଖାଯାଇଛି। ମ୍ୟାଚରେ ଏହି ଫ୍ୟାନ ବିରାଟଙ୍କୁ ଅଟୋଗ୍ରାଫ ପାଇଁ ଅନୁରୋଧ କରିଥିଲେ। ବିରାଟ କେବଳ ଏହି କୁନି ଫ୍ୟାନଙ୍କୁ ଅଟୋଗ୍ରାଫ ଦେଇନାହାନ୍ତି ତାଙ୍କସହ ନିଜେ ମଧ୍ୟ ଏକ ଫଟୋ ନେଇଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

କୁନି ଫ୍ୟାନ ନିଶ୍ଚିତ ଭାବେ ସାଉଥଆଫ୍ରିକାର କିନ୍ତୁ ତାଙ୍କର ପ୍ରିୟ କ୍ରିକେଟ କ୍ଲବ ହେଉଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ ଟିମ। ଯାହା ସବୁ ଭାରତୀୟଙ୍କ ମନ କିଣିଛି। ଆମେ ତ ଏହ ନିଶ୍ଚିତ ଜାଣିଛି ବିରାଟଙ୍କର ସମସ୍ତେ ଦିଓ୍ବାନା। ଏହ କାରଣରୁ ସେ ନିଜେ ଆରସିବି ଜର୍ସିରେ ବିରାଟଙ୍କ ଅଟୋଗ୍ରାଫ ନେଇଥିଲେ। ନିକଟରେ ଉପସ୍ଥିତ ଥିବା ଅନେକ ଲୋକ ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କ୍ୟାପଚର କରୁଥିବା ଦେଖିବାକୁ ମିଳିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Virat won hearts | Argus News