Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିରାଟଙ୍କ ମହାନତା: ରିଙ୍କୁ ସିଂହଙ୍କୁ ବ୍ୟାଟ ଦେଲେ ଉପହାର

Ritu Das
Browse all articles by Ritu Das
·2 years ago
ବିରାଟଙ୍କ ମହାନତା: ରିଙ୍କୁ ସିଂହଙ୍କୁ ବ୍ୟାଟ ଦେଲେ ଉପହାର

ଅର୍ଗସ ବ୍ୟୁରୋ: ଶୁକ୍ରବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ କେକେଆର୍‌ଠୁ ଆର୍‌ସିବି ପରାଜିତ ହୋଇଥିଲା। ତଥାପି ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରି ମ୍ୟାଚ୍‌ ଶେଷ ହେବା ପରେ ଆର୍‌ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି କେକେଆର ଉଦୀୟମାନ ଖେଳାଳି ରିଙ୍କୁ ସିଂହଙ୍କୁ ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ଏହି ଉପହାର ପାଇବା ପରେ ରିଙ୍କୁ ସୋସିଆଲ ମିଡିଆରେ କୋହଲିଙ୍କୁ ବ୍ୟାଟ୍‌ ଓ ପରାମର୍ଶ ପାଇଁ ଧନ୍ୟବାଦ ଜଣାଇଥିଲେ। 

୩ ଦିନ ହେଲା ପେନକିଲର ନେଉଥିଲେ କିନ୍ତୁ କାଲି ମ୍ୟାଚରେ ସାଜିଲେ ହିରୋ

ଉତ୍ତର ପ୍ରଦେଶର ରିଙ୍କୁ ଗତବର୍ଷ ଆଇପିଏଲ୍‌ରେ ୟଶ ଦୟାଲଙ୍କୁ ଲଗାତାର ୫ ଛକା ମାରି ଦଳର ୨୦୦+  ଜିତିନେଇଥିଲେ। ଏହାପରଠୁ ସେ ଚାରିଆଡ଼େ ଆକର୍ଷଣର କେନ୍ଦ୍ର ପାଲଟିଯାଇଥିଲେ। ଭାରତୀୟ ଦଳରେ ମଧ୍ୟ ସାମିଲ ‌ହୋଇଥିଲା। ଆଇପିଏଲ୍‌ରେ ରିଙ୍କୁ ୧୫ ମ୍ୟାଚ୍‌ରୁ ୮୯ ହାରରେ ୩୫୬ ରନ୍‌ ସଂଗ୍ରହ କରିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat's Greatness | Argus News