Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏଥର ମାଗଣା ଦେଖନ୍ତୁ IPL ମ୍ୟାଚ୍‌, JIO ଆଣିଲା ଜବରଦସ୍ତ ଅଫର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏଥର ମାଗଣା ଦେଖନ୍ତୁ IPL ମ୍ୟାଚ୍‌, JIO ଆଣିଲା ଜବରଦସ୍ତ ଅଫର !

ଆସିଗଲା IPL । ଏଥର ମାଗଣା ଦେଖିହେବ ମ୍ୟାଚ୍‌ । ଏଣିକି ଆଉ ଏକ୍ସଟ୍ରା ରିଚାର୍ଜ କରିବାକୁ ପଡ଼ିବନି ମୋବାଇଲ । ଆରମ୍ଭ ହୋଇଗଲା କ୍ରିକେଟ ମହାକୁମ୍ଭ । ଉଡ଼ିବ ଛକା ଚଉକା । ଦୁଲୁକିବ ଷ୍ଟାଡିୟମ । ଆତଶବାଜିରେ ଝଲସିବ ଆକାଶ । କାରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ IPL । ଆଉ IPL ମ୍ୟାଚ୍‌ ଦେଖିବାକୁ ଯୁବ ପିଢ଼ିଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନରେ ଥାଏ ଢେର ଉତ୍କଣ୍ଠା । ଏବେଠାରୁ ନିଜ ନିଜର ଫେଭରାଇଟ୍‌ ଟିମ୍‌ ବାଛି ସାରିଲେଣି ଦର୍ଶକ । ଆଉ ସୋସିଆଲ ମିଡିଆରେ ଅରମ୍ଭ ହୋଇସାରିଛି ଓ୍ୱାର । ନିଜ ନିଜର ଫେଭରାଇଟ୍‌ ଟିମ୍‌କୁ ନେଇ କଥା କଟାକଟି ହେଲେଣି ୟୁଜର୍ସ ।

ଏସମସ୍ତ ପ୍ରସଙ୍ଗ ମଧ୍ୟରେ ସବୁଠାରୁ ବଡ଼ କଥା ହେଲା, ଯୁବ ପିଢ଼ି ଆଇପିଏଲ ଦେଖିବେ କେମିତି ? ସମସ୍ତେ ତ ଷ୍ଟାଡିୟମ ଯାଇପାରିବେ ନାହିଁ । ତେଣୁ ମୋବାଇଲ ହିଁ ସାହାଭରସା । ଆଉ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଆଣିଲା ଏକ ବଡ଼ ଅଫର । ନିଜ ୟୁଜରଙ୍କୁ ମୋବାଇଲରେ ସମସ୍ତ ମ୍ୟାଚ ମାଗଣାରେ ଦେଖିବାର ସୁଯୋଗ ଦେଇଛି ରିଲାଏନ୍ସ ଜିଓ । ଆଇପିଏଲ ଆରମ୍ଭ ପୂର୍ବରୁ କମ୍ପାନୀ ଏକ ଜବରଦସ୍ତ ଅଫର ନେଇ ଆସିଛି । ଯାହାକି ନୂଆ ଓ ପୁରୁଣା ସମସ୍ତ ୟୁଜରଙ୍କୁ ଜିଓ ହଟଷ୍ଟାରରେ ମାଗଣା ମ୍ୟାଚ ଦେଖିବାର ମଉକା ମିଳିବ । ଜିଓ ଫାଇବର ୟୁଜରଙ୍କ ପାଇଁ ମଧ୍ୟ ଏହି ଅଫର ଲାଗୁ ହେବ ।

ଆସନ୍ତୁ ଜାଣିବା ଏହି ଅଫରର କ'ଣ । କେମିତି ଉଠାଇବା ଲାଭ ?

ନୂଆ ଅଫର ଅନୁସାରେ ରିଲାଏନ୍ସ ଜିଓ ୯୦ ଦିନ ପର୍ଯ୍ୟନ୍ତ ନିଜ ୟୁଜରଙ୍କୁ ଜିଓ ହଟଷ୍ଟାରର ସବସ୍କ୍ରିପସନ ମାଗଣାରେ ପ୍ରଦାନ କରୁଛି । ଅଫରର ଲାଭ ଉଠାଇବା ପାଇଁ ୟୁଜରଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ କରିବା ପାଇଁ ପଡ଼ିବ, ଯେଉଁଥିରେ ପ୍ରତ୍ୟେକ ଦିନ ଅତି କମରେ ୧.୫ ଜିବି ଡାଟା ମିଳେ । ଏହା ବ୍ୟତୀତ ନୂଆ ସିମକାର୍ଡକୁ ମଧ୍ୟ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ ସହିତ ଆକ୍ଟିଭେଟ କରି ଏହି ସୁଯୋଗର ଫାଇଦା ଉଠାଇପାରିବେ ୟୁଜର ।

ଜିଓ ଫାଇବର କିମ୍ବା ଜିଓ ଏୟାରଫାଇବର ବିଷୟରେ କହିବାକୁ ଗଲେ, ଏହି ୟୁଜରଙ୍କୁ ୫୦ ଦିନ ପର୍ଯ୍ୟନ୍ତ ମାଗଣା ଟ୍ରାଏଲ ପ୍ରଦାନ କରାଯାଉଛି । ଜିଓର ଏହି ଅଫର ସୀମିତ ସମୟ ପାଇଁ ରହିଛି । ୧୭ ମାର୍ଚ୍ଚରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଅଫର ବୈଧ ରହିବ ।

ପୂର୍ବରୁ ରିଚାର୍ଜ କରିଥିବା ୟୁଜରଙ୍କ ପାଇଁ ସବସ୍କ୍ରିପସନ ୨୨ ମାର୍ଚ୍ଚରୁ ଆକ୍ଟିଭେଟ ହୋସାରିଛି । ଯେଉଁ ୟୁଜରମାନେ ୧୭ ମାର୍ଚ୍ଚ ପୂର୍ବରୁ ରିଚାର୍ଜ କରିସାରିଛନ୍ତି, ସେମାନେ ୧୦୦ ଟଙ୍କାର ଆଡଅନ ପ୍ୟାକ ନେଇପାରିବେ । ଏହି ସବସ୍କ୍ରିପସନରେ ୟୁଜର 4K କ୍ୱାଲିଟିରେ ଆଇପିଏଲ ମୁକାବିଲାର ଷ୍ଟ୍ରିମ ଦେଖିପାରିବେ । ଭୋଡ଼ାଫେନ୍, ଆଇଡିଆ ୟୁଜର ମଧ୍ୟ ନେଇପାରିବେ ଜିଓ ହଟଷ୍ଟାରରେ IPLର ମଜା । ତାଙ୍କ ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ଅଫର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Watch IPL 2025 for free on Jio Hotstar with Vodafone Idea’s latest recharge plans | Argus News