ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ ଟିମ୍

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଦିନ ପାଖେଇବା ସହ ବଢୁଛି ଉତ୍କଣ୍ଠା । ଏହାରି ମଧ୍ୟରେ ଆଜି ଭାରତ ଓ ଇଲଣ୍ଡ ଟିମ ଭୁବନେଶ୍ବରରେ ପହଂଚିବେ । ସୁରକ୍ଷା ପାଇଁ ଏୟାରପୋର୍ଟଠୁ ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି । ଆସନ୍ତାକାଲି ଅଭ୍ୟାସ ପାଇଁ ଯିବା ବେଳେ ରାସ୍ତାରେ ଯେଭଳି କୌଣସି ଟ୍ରାଫିକ ସମସ୍ୟା ନ ହେବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିଅମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
#INDvsENGODI at Barabati Stadium in Cuttack: Both the Indian and England teams will arrive today in Bhubaneswar. Spectators will not be allowed to carry water bottles to the stadium during the match. 50 platoons of police force will be deployed for the match, informs Commissioner… pic.twitter.com/1ni5HCJW6k
— Argus News (@ArgusNews_in) February 7, 2025
ଶୁକ୍ରବାର ଖେଳାଳୀମାନେ ବିଶ୍ରାମ ନେବା ପରେ ଶନିବାର କଟକ ଯାଇ ବାରବାଟୀରେ ଅଭ୍ୟାସ କରିବେ । ଇଂଲଣ୍ଡ ଖେଳାଳିମାନେ ଅପରାହଣ 1 ରୁ 4 ଏବଂ ଭାରତୀୟ ଦଳ 4 ରୁ 8 ପର୍ଯ୍ୟନ୍ତ ଅଭ୍ୟାସ କରିବେ । ପୁଣି କଡା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ । ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ ।
📱 Get Argus News App
✨ତେବେ ଷ୍ଟାଡିୟମକୁ ପାଣି ବୋତଲ ମନା । ଷ୍ଟାଡିଅମକୁ ଫିଙ୍ଗିବା ଭଳି ସାମଗ୍ରୀ ଉପରେ କଟକଣା ରହିଛି । ସୂଚନାନୁସାରେ କମିଶନରେଟ ପୋଲିସ ଖେଳାଳିମାନଙ୍କୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବେ ।
ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ କରି 7 ଜଣ ଗିରଫ ହୋଇଛନ୍ତି । 3 ଜଣଙ୍କୁ ଗିରଫ କରିଛି ଦରଘା ବଜାର ଥାନା ପୋଲିସ । ଅନ୍ୟ 4 ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । 7 ଜଣଙ୍କୁ ଗିରଫ ସହ 30 ହଜାର ଟଙ୍କା ଜବତ କରିଛି ପୋଲିସ । ଡିଲ୍ ବେଳେ ମାଡ଼ି ବସିଲା ସାଦା ପୋଷାକଧାରୀ ପୋଲିସ । 30 ହଜାର ଟଙ୍କା ସହ 25ଟି ଗାଡ଼ି ଜବତ ହୋଇଛି । 700 ଟଙ୍କିଆ ଟିକେଟ୍କୁ 3 ହଜାର ଟଙ୍କାରେ ବିକ୍ରି କରୁଥିଲେ । 1100 ଟଙ୍କିଆ ଟିକେଟ୍କୁ 5 ରୁ 10 ହଜାର ଟଙ୍କାରେ ବିକୁଥିଲେ ।