Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ball Stuck in Pitch / ମ୍ୟାଚ୍ ଅଧାରୁ ପିଚ୍‌ରେ ଫସିଗଲା ବଲ୍, ବାତିଲ୍ ହେଲା ଖେଳ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ମ୍ୟାଚ୍ ଅଧାରୁ ପିଚ୍‌ରେ ଫସିଗଲା ବଲ୍, ବାତିଲ୍ ହେଲା ଖେଳ
Match Cancelled as Ball Sticks in Pitch

Key Points

ମହିଳା ବିଗ୍ ବ୍ୟାଶ୍ ଲିଗ୍ରେ ବଲ୍ ପିଚ୍‌ରେ ଫସିଯିବାରୁ ମ୍ୟାଚ୍‌ ବାତିଲ୍ କରାଯାଇଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ହୋବାର୍ଟ ହରିକେନ୍ସ ମଧ୍ୟରେ ଆଡିଲେଡ୍ ଓଭାଲରେ ଖେଳା ଯାଉଥିବା ମ୍ୟାଚ୍‌କୁ ଅଜବ କାରଣରୁ ବାତିଲ୍ କରି ଦିଆଯାଇଛି ।
ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ପ୍ରଥମଥର । ବଲ୍ ପାଇଁ ବାତିଲ୍ ହେଲା ଖେଳ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ସତ । ଖେଳ ଅଧାରୁ ମ୍ୟାଚ୍‌କୁ ବାତିଲ୍ କରାଯାଇଛି । ତାହା ବି ବଲ୍ ପିଚ୍‌ରେ ଦବିଯିବାରୁ ।

ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାଶ୍ ଲିଗ୍ (WBBL)ରେ ବଲ୍ ପିଚ୍‌ରେ ଫସିଯିବାରୁ ମ୍ୟାଚ୍‌ ବାତିଲ୍ କରାଯାଇଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ହୋବାର୍ଟ ହରିକେନ୍ସ ମଧ୍ୟରେ ଆଡିଲେଡ୍ ଓଭାଲରେ ଖେଳା ଯାଉଥିବା ମ୍ୟାଚ୍‌କୁ ଅଜବ କାରଣରୁ ବାତିଲ୍ କରି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର, ଦିନିକିଆ ସିରିଜ୍‌ ପରେ ଟି-୨୦କୁ ଫେରିବେ ରୋହିତ !

ସୂଚନା ଅନୁସାରେ, ପ୍ରଥମ ଇନିଂସ ପରେ ପିଚ୍‌ ରୋଲିଂ କରାଯାଉଥିଲା । ସେହି ସମୟରେ ଏକ ବଲ୍ ରୋଲର୍‌ ତଳକୁ ଆସିଯାଇ ପିଚ୍‌ରେ ଫସି ଯାଇଥିଲା । ଫଳରେ ପିଚ୍‌ରେ ହୋଇଥିଲା ଗଭୀର ଗାତ । ଫଳରେ ମ୍ୟାଚ୍‌କୁ ବାତିଲ୍ କରାଯାଇଛି । କୁହାଯାଉଛି, କ୍ରିକେଟ୍ ଇତିହାସରେ କୌଣସି ମ୍ୟାଚ୍‌ ବାତିଲ୍ ହେବାର ଏହା ପ୍ରଥମ ମାମଲା ।

ଶୁକ୍ରବାର ମ୍ୟାଚ୍ ବନ୍ଦ ବେଳକୁ ପ୍ରଥମେ ବ୍ଯାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ଆଡିଲେଡ୍ ଷ୍ଟ୍ରାଇକର୍ସ ୪ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା । ପ୍ରଥମ ଇନିଂସ ଖେଳ ପରେ ପିଚ୍‌କୁ ରୋଲ୍ କରା ଯାଉଥିଲା । WBBL ନିୟମ ଅନୁସାରେ, ରୋଲିଂ ବେଳେ ଅଭ୍ୟାସ କରୁଥିବା ଟିମ୍‌ର ଏକ ବଲ୍ ରୋଲର୍ ତଳକୁ ପଳାଇ ଆସି ପିଚ୍‌ରେ ଦବି ଯାଇଥିଲା ।

ଆଉ ରୋଲର ତଳକୁ ବଲ୍ ଆସିଯାଇ ପିଚ୍‌ରେ ଫସି ଯାଇଥିଲା । ପିଚ୍ ମଝିରେ ବଲ୍ ଆକାରର ଗାତ ସୃଷ୍ଟି ହୋଇଥିଲା । ଏହାପରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ମ୍ୟାଚ୍ କାହିଁକି ବାତିଲ୍ ହେଲା ଜଣାଇଥିଲା ।


ଆଡିଲେଡ୍ ଷ୍ଟ୍ରାଇକର୍ସ କହିଛି, "ବଲ୍ ଦବିଯିବାରୁ ପିଚ୍‌ର ସ୍ଥିତି ବଦଳି ଯାଇଛି । ମ୍ୟାଚ୍ ରେଫରି ଏବଂ ଅମ୍ପାୟର୍ ସ୍ଥିତି ପରଖିବା ପରେ ଲାଗିଥିଲା ହୋବାର୍ଟ ହରିକେନ୍ସ ବ୍ୟାଟିଂ କରିବା ଠିକ୍ ନୁହେଁ । କାରଣ ପ୍ରଥମ ଇନିଂସ ପରେ ପିଚ୍‌ର ସ୍ଥିତି ବଦଳି ଯାଇଛି । ଉଭୟ ଦଳର ଅଧିନାୟକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ସହ ସମସ୍ତେ ସହମତ ହୋଇଥିଲେ ।"

ଏଥିସହ ପଢ଼ନ୍ତୁ: ଭାରତର ନୂଆ 'ରନ୍‌ ମେସିନ୍‌' ପ୍ରସିଦ୍ଧ କ୍ରିଷ୍ଣା ! ରେକର୍ଡ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...

ହୋବାର୍ଟ ହରିକେନ୍ସ WBBLର ୯ ମ୍ୟାଚରୁ ୭ଟି ଜିତି ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଦେଇଥିବା ୧୬୭ ରନ୍ ବିଜୟ ଲକ୍ଷ୍ଯର ପିଛା ପାଇଁ ବି ଦଳ ପ୍ରସ୍ତୁତ ଥିଲା । କିନ୍ତୁ ମ୍ୟାଚ୍‌କୁ ବାତିଲ୍ କରି ଦିଆଗଲା । ଆଡିଲେଡ୍ ଷ୍ଟ୍ରାଇକର୍ସ ପକ୍ଷରୁ ମେଡେଲିନ୍ ପେନ୍ନା ବିସ୍ଫୋରକ ବ୍ୟାଟିଂ କରି ୫୧ ବଲ୍‌ରେ ଅପରାଜିତ ୬୩ ରନ୍ କରି ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ ।

ସେହିଭଳି ବଲ୍ ପିଚ୍‌ରେ ଫସିବାରୁ ମ୍ୟାଚ୍ ବାତିଲ୍ ହେବା ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ଆଉ ଏକ ଝଟ୍‌କା ସାବ୍ୟସ୍ତ ହୋଇଛି । କାରଣ ଚଳିତ ସଂସ୍କରଣରେ ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ତୃତୀୟ ମ୍ୟାଚ୍ ଭାବେ ଏଥିରେ କୌଣସି ଫଳାଫଳ ନାହିଁ । ଏବେ ଦଳ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଥିବାବେଳେ ହାତରେ ରହିଛି ମାତ୍ର ଗୋଟିଏ ମ୍ୟାଚ୍ । ଯାହାକି ସିଡନୀ ସିକ୍ସର୍ସ ବିପକ୍ଷରେ ଖେଳାଯିବ । ଫାଇନାଲ୍‌କୁ ଯିବାକୁ ହେଲେ ଆଡିଲେଡ୍ ଷ୍ଟ୍ରାଇକର୍ସକୁ ଯେମିତି ହେଲେ ବି ମ୍ୟାଚ୍ ଜିତିବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WBBL Match Abandoned After Ball Gets Stuck in Pitch | Argus News | Argus News