Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs West Indies / ଓ୍ୱେଷ୍ଟ୍ ଇଣ୍ଡିଜର ପଲ୍ଲା ଭାରି, ଏଥିରେ ପଛରେ ରହିଛି ଟିମ୍ ଇଣ୍ଡିଆ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଓ୍ୱେଷ୍ଟ୍ ଇଣ୍ଡିଜର ପଲ୍ଲା ଭାରି, ଏଥିରେ ପଛରେ ରହିଛି ଟିମ୍ ଇଣ୍ଡିଆ...
India vs West Indies

Key Points

ଆଜି ମୁହାଁମୁହିଁ ହେବେ ଇଣ୍ଡିଆ-ଓ୍ୱେଷ୍ଟ୍ ଇଣ୍ଡିଜ୍
ଏହି ସବୁ ମାମଲାରେ ପଛରେ ରହିଛି ଟିମ୍ ଇଣ୍ଡିଆ
ସୁପର ସଣ୍ଡେରେ ସୁପର୍ ଫାଇଟ୍ । ସେମି ପୂର୍ବରୁ ନକ୍ ଆଉଟ୍ ମ୍ୟାଚ୍ । ସୁପର ୮ର ଶେଷ ମୁକାବିଲା । ମିଳିବ ସେମି ଫାଇନାଲ୍ ପାଇଁ ଚାରି ନମ୍ବର ଟିମ୍ । ମୁହାଁମୁହିଁ ହେବେ ଭାରତ ଏବଂ ଇଣ୍ଡିଜ୍ । କେହି କାହାଠୁ ନୁହେଁ କମ୍ । ବ୍ୟାଟିଂ ଏବଂ ବୋଲିଂ । ଉଭୟ ଦଳର ପ୍ରଦର୍ଶନ ଜବରଦସ୍ତ । । ଜିମ୍ବାଓ୍ୱେକୁ ବଡ ବ୍ୟବଧାନରେ ହରାଇଛନ୍ତି ଦୁଇ ଟିମ୍ । କର ବା ମର ଫାଇଟ୍ । ହାରିଲେ ସବୁ ରାସ୍ତା ବନ୍ଦ । ଧୂଳିସାତ ହେବ ଟି୨୦ ଚାମ୍ପିଅନ୍ ଲକ୍ଷ୍ୟ । ସୁପର୍ ୮ରୁ ବିଦା ହେବ ଟିମ୍ ଇଣ୍ଡିଆ । ଖେଳିପାରିବନି ସେମି ଫାଇନାଲ । ଶେଷ ସୁଯୋଗରେ ଭାରତ ଆଗରେ ଓ୍ୱେଷ୍ଟ୍ ଇଣ୍ଡିଜ୍ କଣ୍ଟା ।

ଶକ୍ତିଶାଳୀ ଇଣ୍ଡିଜକୁ ହରାଇଲେ ସେମିରେ ଏଣ୍ଟ୍ରି । କିନ୍ତୁ ସହଜ ନୁହେଁ ବିଜୟ । ମ୍ୟାଚ୍ ନହେଲେ ବି ବିଦା ହୋଇଯିବ ଡିଫେଣ୍ଡି ଚାମ୍ପିଅନ୍ । କାରଣ ବର୍ଷା ଭାରତୀୟ ଦଳ ପାଇଁ କାଳ ହୋଇପାରେ । ଦକ୍ଷିଣ ଆଫ୍ରିକାଠୁ ହାରିଛନ୍ତି । ଦୁଇ ଦଳ ପାଖରେ ସମାନ୍ ପଏଣ୍ଟ । କିନ୍ତୁ ନେଟ୍ ରନ୍ ରେଟରେ ଇଣ୍ଡିଡ୍ ଆଗରେ । ଆହୁରି ମଧ୍ୟ କାରଣ ଅଛି ଯେଉଁଥିରେ ଭାରତ ବିପକ୍ଷରେ ଇଣ୍ଡିଜର ପଲ୍ଲା ଭାରି ରହିଛି । ୨୦୧୬ରେ ଯେତେବେଳେ ଇଣ୍ଡିଜ ଚାମ୍ପିଅନ୍ ହୋଇଥିଲା ସେତେବେଳେ ଟିମ୍ ର ଅଧିନାୟକ ଥିଲେ ଡାରେନ୍ ସାମୀ । ଏବେ ସେ ଟିମ୍ ର ମୁଖ୍ୟ କୋଚ୍ । ଭାରତକୁ କିପରି ମାତ୍ ଦିଆଯାଇପାରିବ ତାହାର କୌଶଳ ଡାରେନଙ୍କୁ ଭଲ ଭାବେ ଜଣା ଅଛି।

ଏଥିସହ ପଢ଼ନ୍ତୁ: ହିରୋଇନ୍‌ ହେବେ ତାନ୍ୟା, OTTରେ କରିବେ ଧମାଲ୍‌

ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଭାରତୀୟ ବୋଲର ଭଲ ବୋଲିଂ କରୁଥିଲେ । କିନ୍ତୁ ପରେ ବୋଲିଂରେ ଦଳ ଚମକ ହରାଇଛି । ଦୁର୍ବଳ ଦଳ ଭାରତ ବିପକ୍ଷରେ ଭଲ ସ୍କୋର କରିଛନ୍ତି । ଜିମ୍ବାଓ୍ୱେ ବିପକ୍ଷରେ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ଯାହା ଦଳ ପାଇଁ ବଡ ଟେନସନ୍ । ଓ୍ୱେଷ୍ଟ୍ ଇଣ୍ଡିଜର ବ୍ୟାଟିଂ ଲାଇନ୍ ଅଫ୍ ଶକ୍ତିଶାଳୀ ରହିଛି । ଦଳରେ ଅନେକ ପାଓ୍ୱାର ହିଟର ରହିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ଦଳ ସଅଳ ଓ୍ୱିକେଟ ହରାଇଥିଲା । ତଥାପି ଲଢୁଆ ସ୍କୋର କରିବାରେ ଦଳ ସକ୍ଷମ ହୋଇଥିଲା । ଜିମ୍ବାଓ୍ୱେ ବିପକ୍ଷରେ ଇଣ୍ଡିଜ ବ୍ୟାଚର ଦମଦାର୍ ବ୍ୟାଟିଂ କରିଥିଲେ । ରଦରଫୋର୍ଡ ଏବଂ ଜାସନ ହୋଲଡରଙ୍କ ଭଳି ବ୍ୟାଟର ଏବେ ଫର୍ମରେ ଅଛନ୍ତି । ୨୦୧୬ ବିଶ୍ୱକପ୍ ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୨ ରନ୍ କରିଥିଲା । ଟିମ୍ ସହଜରେ ମ୍ୟାଚ୍ ଜିତିବ ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ସିମନସ୍ ଦମଦାର ବ୍ୟାଚିଂ କରି ଭାରତ ହାତରୁ ବିଜୟ ଛଡାଇ ନେଇଥିଲେ । ସେ ୮୨ ରନ କରି ନଟଆଉଟ୍ ରହିଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs West Indies | Is rain really expected for India vs West Indies T20 World Cup match | Argus News | Argus News