Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଗେଲଙ୍କ ବିଶ୍ବ ରେକର୍ଡ ଭାଙ୍ଗିଦେଲେ ପୂରନ

Sangram Tripathy
Browse all articles by Sangram Tripathy
·1 year ago·1 min read
ଗେଲଙ୍କ ବିଶ୍ବ ରେକର୍ଡ ଭାଙ୍ଗିଦେଲେ ପୂରନ


ଅର୍ଗସ ବ୍ୟୁରୋ:କ୍ରିକେଟ୍ ଏକ ଅନିଶ୍ଚିତା ଖେଳ,କେତେବେଳେ କିଏ ରେକର୍ଡ କରେ ତ ଆଉ କେତେବେଳେ କିଏ ଭାଙ୍ଗେ ବିଶ୍ବ ରେକର୍ଡ।ବିଶ୍ବ କ୍ରିକେଟର ଚର୍ଚ୍ଚିତ ବ୍ୟାଟର ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି  ନିକୋଲାସ ପୂରନ। ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାରେ ଏହା ପୂର୍ବରୁ କ୍ରିସ୍ ଗେଲଙ୍କ ନାମରେ ରହିଥିଲା।

ଗେଲ୍‌ ୨୦୧୫ ମସିହାରେ ୧୩୫ ଛକା ମାରିଥିଲେ। କିନ୍ତୁ ଚଳିତ ବର୍ଷର ଆହୁରି ୪ ମାସ ବାକି ଥିବାବେଳେ ନିକୋଲାସ୍ ୨୦୨୪ରେ ନିଜ ଛକା ସଂଖ୍ୟାକୁ ୧୩୯ରେ ପହଞ୍ଚାଇ ସାରିଛନ୍ତି। ଫଳରେ  ନିକୋଲାସ ପୂରନ ଛକାରେ ଏକ ନୂଆ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ସିପିଏଲ୍‌ରେ ତ୍ରିନ୍‌ବାଗ୍ ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ପୂରନ ସେଣ୍ଟ୍ କିଟ୍ସ ଆଣ୍ଡ ନେଭିସ୍‌ ପ୍ୟାଟ୍ରିଅଟ୍ସ ବିପକ୍ଷରେ ୪୩ ବଲ୍‌ରୁ ୯୭ ରନ୍ କରିବା ଅବସରରେ ୯ ଛକା ମାରିଥିଲେ। ତାଙ୍କ ଦଳ ୨୫୦ ରନ୍ କରିବା ସହ ଏହି ମ୍ୟାଚ୍‌କୁ ୪୪ ରନ୍‌ରେ ବିଜୟ ହାସଲ କରିଛି। ଏବେ ଗୋଟିଏ କ୍ୟାଲେଣ୍ଡର୍ ବର୍ଷର ସର୍ବାଧିକ ଛକା ତାଲିକାରେ ପୂରନ ଶୀର୍ଷକୁ ଉଠିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Indies' Nicholas Pooran broke Gayle's world record | Argus News