Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Barabati Stadium / ବାରବାଟୀ ଷ୍ଟାଡିୟମକୁ ଯିବା ବେଳେ କ'ଣ ନେବା ମନା ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·2 min read
ବାରବାଟୀ ଷ୍ଟାଡିୟମକୁ ଯିବା ବେଳେ କ'ଣ  ନେବା ମନା ଜାଣନ୍ତୁ...
Barabati Stadium

Key Points

ଆଜି ବାରବାଟୀରେ ବିଗ ଫାଇଟ
ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ
ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ
ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ

ଆଜି ବାରବାଟୀରେ ବିଗ ଫାଇଟ...ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି । ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ ।

ସୋମବାର ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀରେ ପହଂଚିଥିଲେ । ଆଉ ପରେ ୩ଘଣ୍ଟା ଧରି ଅଭ୍ୟାସ କରିଛନ୍ତି । ଭାରତର ବ୍ୟାଟସମ୍ୟାନ ଓ ବୋଲର ଅଭ୍ୟାସ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଖେଳାଳି ମଧ୍ୟ ପ୍ରାକ୍ଟିସ କରିଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, ଆମ ଟିମ ପୁରା ଫିଟ ଅଛି । ଦିନିକିଆ ସିରିଜ ଆମେ ଜିତିଛୁ । ପୁରା ଟିମ୍ ଦମରେ ପଡିଆକୁ ଓହ୍ଲାଇବ । ଟି ଟ୍ଵେ ଣ୍ଟି ସିରିଜର ଆରମ୍ଭରୁ ବିଜୟ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।

ବାରବାଟୀ ଷ୍ଟାଡିୟମକୁ ଯିବା ବେଳେ କଣ ନେବା ମନା । ଜାରି ହେଲା କଟକଣା, ହେଲମେଟ, ଛତା, ପାଣି ବୋତଲ, ଟିଫିନ୍, ମନିପର୍ସ, କଏନ, ସିଗାରେଟ, ଲାଇଟର, ପାୱାର ବ୍ୟାଙ୍କ, ବାହାର ଖାଦ୍ୟ, କ୍ୟାମେରା ଷ୍ଟାଣ୍ଡ, ଫାୟାର ଗନ୍, ବାଣ ନେଇପାରିବେ ନାହିଁ । ଯିଏ ବି ଏ ସବୁ ସାମଗ୍ରୀ ଆଣିବ ତାକୁ ସୁରକ୍ଷା କର୍ମୀ ଷ୍ଟାଡିୟମ ବାହାରେ ରଖିଦେବେ। ସମସ୍ତେ ଏହି ନିୟମକୁ ପାଳନ କରିବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି। ଏ ନେଇ ଷ୍ଟାଡିୟମର ପ୍ରବେଶ ଦ୍ଵାରରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ସେପଟେ T20 ମ୍ୟାଚ ପାଇଁ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ ରାସ୍ତା । ସିସିଟିଭି ନଜରରେ ରହିଛି ପୁରା ବାରବାଟୀ ଷ୍ଟାଡିୟମ ଓ ଗ୍ୟାଲେରୀ । ସେପଟେ ବିଦ୍ୟୁତ୍ ବିଭ୍ରାଟ ନେହେବା ପାଇଁ OCA ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ପ୍ରତି ଫ୍ଳଡ ଲାଇଟ ପାଇଁ ରହିଛି ୨ଟି ଡିଜି ବ୍ୟାକ୍ ଅପ୍ ପାଇଁ ରହିଛି ଅତିରିକ୍ତ ୨ଟି ଡିଜି । ଆଠଟି ଫ୍ଳଡ ଲାଇଟ୍ ତଳେ ୧୮ ଟି ଜିନେରେଟର ବ୍ୟବସ୍ଥା ହୋଇଛି । ପ୍ରତି ଡିଜିର କ୍ଷମତାକୁ ବୃଦ୍ଧି କରି ୪୦୦ କେଭି କରାଯାଇଛି । ପ୍ରଥମ ଥର ପାଇଁ ବାରବାଟୀରେ ଫ୍ଳଡ ଲାଇଟ କଣ୍ଟ୍ରୋଲ ରୁମ କରାଯାଇଛି ।

ଅଧିକ ପଢ଼ନ୍ତୁ ଖେଳ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barabati Stadium | What Not to Bring to Barabati Stadium — Stadium Rules & Visitor Guide | Argus News