Videos
|
Sports

ଫାଇନାଲ ପୂର୍ବରୁ କଣ କହିଲେ ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା

Ritu Das
Browse all articles by Ritu Das
·2 years ago·1 min read
ଫାଇନାଲ ପୂର୍ବରୁ କଣ କହିଲେ ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା

ଅର୍ଗସ ବ୍ୟୁରୋ: ଆସନ୍ତା କାଲି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ। ସେଥିପାଇଁ ସମସ୍ତେ ଏକ୍ସାଇଟେଡ। ବିଶ୍ବ ଚାମ୍ପିୟନ ହେବାକୁ ଆମନା-ସାମନା ହେବେ ଭାରତ ଓ ଅଷ୍ଟ୍ରେଲିଆ । ସବୁଠୁ ବଡ଼ ମ୍ୟାଚ। ସମସ୍ତଙ୍କ ହାର୍ଟବିଟ ବଢ଼ି ଚାଲିଛି। ଏହି ଐତିହାସିକ ମ୍ୟାଚର ଦିନକ ପୂର୍ବରୁ ଏକା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା। 

ପିଚ ସମ୍ପର୍କରେ ସେ କହିଛନ୍ତି ଯେ,  ଭାରତ-ପାକ୍ ମ୍ୟାଚ୍ ଖେଳାଯାଇଥିବା ପିଚରେ ଘାସ ନଥିଲା, କିନ୍ତୁ ଏଥର ହାଲୁକା ଘାସ ରହିଛି। ମୁଁ ଆଜି ପିଚ୍ ଦେଖିନାହିଁ, କିନ୍ତୁ ପିଚ ଧୀମା ରହିବ । ଆମେ ଆସନ୍ତାକାଲି ପିଚ୍ ଦେଖିବୁ ଏବଂ ତା’ପରେ ପରିସ୍ଥିତିକୁ ପରଖିବୁ । ଖେଳାଳିମାନେ ଏ ବିଷୟରେ ଜାଣନ୍ତି। ଗତ ମ୍ୟାଚ ତୁଳନାରେ ପରିସ୍ଥିତି ବଦଳିଯାଇଛି, ତାପମାତ୍ରା କମିଛି।

ଟସ୍ ସମ୍ପର୍କରେ ସେ କହିଛନ୍ତି ଯେ ଏହି ମ୍ୟାଚ ପାଇଁ ଟସ୍ ମହତ୍ତ୍ବପୂର୍ଣ୍ଣ ହେବ ନାହିଁ । ଆମେ ପରିସ୍ଥିତିକୁ ଭଲ ଭାବରେ ବୁଝିବୁ ଏବଂ ଭଲ କ୍ରିକେଟ୍ ଖେଳିବୁ। ସେ ଆହୁରି ମଧ୍ୟ କହିଛନ୍ତି ଆମକୁ ବାହ୍ୟ ଚାପକୁ ଏଡ଼େଇ ନିଜ ଯୋଜନା ଅନୁସାରେ ଖେଳିବୁ । ପରିସ୍ଥିତି ଅନୁସାରେ ଖେଳିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ରୋହିତ କହିଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
What Team India | Argus News