Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports History / ମହିଳା କ୍ରିକେଟ୍, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ୍ ?

Banajyotshna Ray
Browse all articles by Banajyotshna Ray
·8 months ago·2 min read
ମହିଳା କ୍ରିକେଟ୍, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ୍ ?

Key Points

ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌
କେବେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ୍?
ଜାଣନ୍ତୁ ମହିଳା କ୍ରିକେଟର ଇତିହାସ
ଭାରତୀୟ ମହିଳା କ୍ରିକେଟ୍ ଦଳ ନଭେମ୍ବର ୨ ତାରିଖରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ଏକଦିବସୀୟ ବିଶ୍ୱକପ୍ ଟାଇଟଲ ଜିତିଥିଲା। ବିଶ୍ୱକପ୍ ଇତିହାସରେ ଏହା ପ୍ରଥମ ଥର ଯେ କୌଣସି ମହିଳା ଦଳ ଆଇସିସି ଟ୍ରଫି କବଜା କରିଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଥିବାବେଳେ ଆଉ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି।ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିନ୍ତୁ ମହିଳା କ୍ରିକେଟ ଏହି ସ୍ଥିତିରେ ପହଞ୍ଚିବା ଏତେ ସହଜ ନ ଥିଲା । ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା ମହିଳା କ୍ରିକେଟର୍ ମାନଙ୍କୁ ।

କ୍ରିକେଟ ଇତିହାସରେ ୨୬ ଜୁଲାଇ ୧୭୪୫ରେ ଖେଳାଯାଇଥିଲା ପ୍ରଥମ ମହିଳା ମ୍ୟାଚ । ତେବେ ସରକାରୀ ଆକଳନ ଅନୁଯାୟୀ, ୧୮୮୭ରେ ୟର୍କସାୟାର ପ୍ରଥମ କ୍ରିକେଟ କ୍ଲବ ନିର୍ମାଣ ହୋଇଥିଲା । ଯେଉଁଠାରେ ତିନି ବର୍ଷ ପରେ ପ୍ରଥମଥର ପାଇଁ ଏକ ମହିଳା କ୍ରିକେଟ ଟିମ୍ ଗଠନ ହେଲା ।ଆଜି ସାରା ବିଶ୍ୱରେ ମହିଳା କ୍ରିକେଟର ବେଶ ଦବ୍‌ଦବା ରହିଛି । ତଥାପି, ଏତେ ସଂଘର୍ଷ ପରେ ବି ମହିଳା କ୍ରିକେଟ ପୁରୁଷଙ୍କ ତୁଳନାରେ କମ ଧ୍ୟାନ ପାଇଥାଏ । ତେବେ ଆସନ୍ତୁ ଜାଣିବା ମହିଳା କ୍ରିକେଟର ଇତିହାସ ବିଷୟରେ । ଏହି ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇଥିଲା । ୧୯୭୩ରେ, ଟେଷ୍ଟ ପରେ ମହିଳା କ୍ରିକେଟର ପ୍ରଥମ ଦିନକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ମହିଳା କ୍ରିକେଟ ଆଉ ପଛକୁ ଫେରି ଚାହିଁନାହିଁ, ମହିଳାମାନେ ସେମାନଙ୍କର ଦକ୍ଷତା ଏବଂ ଦୃଢ ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱରେ ନିଜର ଛାପ ଛାଡିଛନ୍ତି । ଆଜିର ସମୟରେ ମହିଳା କ୍ରିକେଟ ବହୁତ ଉପର ସ୍ତରରେ ଅଛି । ଆଉ ଗତକାଲି ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ ସାରା ଦେଶ ଗର୍ବିତ ।

ପ୍ରଥମ ମହିଳା କ୍ରିକେଟ ଟିମ୍ ନାମ ଇଂଲଣ୍ଡ ‘ଲେଡି କ୍ରିକେଟର’ ରଖାଯାଇଥିଲା । ଏହି ଟିମ୍ ଗଠନ ହେବା ସହିତ ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ । ଆଗକୁ ଯାଇ ଏହା ଅନ୍ୟ ଦେଶରେ ମଧ୍ୟ ପହଞ୍ଚିଥିଲା । ଧୀରେ ଧୀରେ କ୍ରିକେଟ ମହିଳାମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାକୁ ଲାଗିଲା । ଖୁବ ଶୀଘ୍ର ଏହା ଅନେକ ଦେଶରେ ଖେଳାଯିବା ମଧ୍ୟ ଆରମ୍ଭ ହେଲା । ମହିଳା କ୍ରିକେଟ ମ୍ୟାଚ ପାଇଁ ଲୋକଙ୍କ କ୍ରେଜ ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଲା । ଯାହାପରେ ୧୯୩୪ରେ ପ୍ରଥମ ମହିଳା ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା ।

ଅଧିକ ପଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sports History | When Did Women’s Cricket Begin? | History of Women’s Cricket | Argus News | Argus News