Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Viral Video: ଅମ୍ପାୟାରଙ୍କୁ ଧକ୍କା ମାରି ତଳେ ପକାଇଦେଲେ ବ୍ୟାଟ୍ସମ୍ୟାନ୍‌ ! ତାପରେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Viral Video: ଅମ୍ପାୟାରଙ୍କୁ ଧକ୍କା ମାରି ତଳେ ପକାଇଦେଲେ ବ୍ୟାଟ୍ସମ୍ୟାନ୍‌ ! ତାପରେ...

ହିନ୍ଦୀରେ ଗୋଟିଏ କଥା ଅଛି, 'ନଜର ହଟି ତୋ ଦୁର୍ଘଟନା ଘଟି' । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଗୋଟିଏ ଛୋଟ ଭୁଲ୍ ବି ଆମକୁ ବଡ଼ ଅସୁବିଧାରେ ପକାଇପାରେ। ଏହି ରୁଢ଼ି ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁଜ୍ୟ। କ୍ରିକେଟ୍ ବି ଏଥିରୁ ବାଦ୍‌ ପଡ଼ିନି । ICC ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ବ୍ୟାଟସମ୍ୟାନ୍ ଏବଂ ଅମ୍ପାୟାର, ଉଭୟ ଅନ୍ୟମନସ୍କ ରହିଥିଲେ । ଆଉ ଏହି ସମୟରେ ଉଭୟଙ୍କ ମଧ୍ୟରେ ଜୋରଦାର ଧକ୍କା ହେଲା । ଫଳରେ ଅମ୍ପାୟାର ତଳେ ପଡ଼ିଯାଇଥିଲେ । ଆଉ ତାପରେ... କ'ଣ ହେଲା ଜାଣିବା ପାଇଁ କାହାଣିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ...

ବିଶ୍ୱକପ୍ ୨୦୧୯ ବେଳେ ଏହି ଘଟଣା ଘଟିଥିଲା । ଏହି ବିଶ୍ୱକପ୍‌ର ଆୟୋଜନ ଇଂଲଣ୍ଡ କରିଥିଲା । ଇଂଲଣ୍ଡ ଟିମ୍‌ର ଓପ୍‌ନର ଜେସନ ରୟ, କାର୍ଡିଫର ସୋଫିଆ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ହେଲେ ସେହି ଶତକର ଖୁସି ଜାହିର କରିବା ପାଇଁ ଜେସନ୍‌ଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । କାରଣ ଚଉକା ମାରିବା ପରେ ଦଉଡ଼ିକି ଗଲା ବେଳେ ଫିଲ୍ଡ ଅମ୍ପାୟାରଙ୍କ ସହ ସେ ଧକ୍କା ହୋଇଯାଇଥିଲେ । ଆଉ ତାଙ୍କ ଧକ୍କାରେ ଅମ୍ପାୟାର ତଳେ ବି ପଡ଼ିଯାଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜେସନ୍‌ ୧୨୧ ବଲ୍‌ରେ ଏକ ଚମତ୍କାର ୧୫୩ ରନ୍ କରିଥିଲେ ଯାହାକି ତାଙ୍କ ପାଇଁ ଏକ ସ୍ମରଣୀୟ ଇନିଂସ ଥିଲା। ଜେସନ୍‌ ତାଙ୍କର ଶତକ ପୂରଣ କରିବା ପାଇଁ ସ୍କୋୟାର ଲେଗ୍ ଆଡକୁ ଏକ ସଟ୍ ମାରିବା ପରେ ବଲ୍‌କୁ ଦେଖୁଥିଲେ ଏବଂ ରନ୍‌ ନେବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ । ଯାହାଫଳରେ ଅମ୍ପାୟାର ୱିଲସନଙ୍କ ସହ ଧକ୍କା ହୋଇ ତାଙ୍କୁ ତଳେ ପକାଇ ଦେଇଥିଲେ ।

ଏହି ଘଟଣା ପରେ, କ୍ରିଜରେ ଉପସ୍ଥିତ ଦୁଇ ବ୍ୟାଟସମ୍ୟାନଙ୍କ ସମେତ ସମଗ୍ର ବାଂଲାଦେଶ ଟିମ୍‌ ୱିଲସନଙ୍କ ପାଖକୁ ଧାଇଁ ଆସିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ । ସୌଭାଗ୍ୟବସତଃ ତାଙ୍କର କିଛି କ୍ଷତି ହୋଇନଥିଲା ।

ହେଲେ ଏହି ଘଟଣା ଦେଖି, ପାଭିଲିୟନରେ ବସିଥିବା ସମଗ୍ର ଇଂଲଣ୍ଡ ଦଳ ମୁହଁରେ ହାତ ଦେଇ ହସିବା ଆରମ୍ଭ କରିଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଖେଳ ମଝିରେ ଏଭଳି ଘଟଣା ଘଟିବା କିଛି ନୂଆ ନୁହେଁ, ଏହା ଏକ ସାଧାରଣ କଥା । ବେଳେ ବେଳେ ଏମିତି ଛୋଟ ଛୋଟ ଦୁର୍ଘଟଣା ଘଟେ । ଅନେକ ସମୟରେ ଏଭଳି ଦୁର୍ଘଟଣା ଖୁବ୍‌ କୌତୁହଳ ମଧ୍ୟ ସୃଷ୍ଟି କରିଥାଏ । ଯେଉଥିପାଇଁ ଦର୍ଶକମାନେ ମଜା ନେଇଥାନ୍ତି ।

Sponsored
When jason roy knocks out on field umpire joel wilson after scoring a boundary in world cup 2019 | Argus News