Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Auction / ହାର୍ଡ ହିଟିଂ ପାଇଁ ଜଣାଶୁଣା କାର୍ତ୍ତିକ ଶର୍ମା, ୧୪ କୋଟିରେ ବିକ୍ରି

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ହାର୍ଡ ହିଟିଂ ପାଇଁ ଜଣାଶୁଣା କାର୍ତ୍ତିକ ଶର୍ମା, ୧୪ କୋଟିରେ ବିକ୍ରି
Kartik Sharma

Key Points

ଭାରତୀୟ ଘରୋଇ କ୍ରିକେଟରେ କାର୍ତ୍ତିକ ଶର୍ମା ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026)ର ୧୯ତମ ସିଜିନ୍ ପାଇଁ ଆବୁଧାବିରେ ମିନି ନିଲାମ ହୋଇଛି। ମାଲାମାଲ୍ ହେଲେ ଖେଳାଳି, ଟଙ୍କା ବର୍ଷା କଲେ ଫ୍ରାଞ୍ଚାଇଜ୍ । ଆଇପିଏଲ୍ ଖେଳାଳି ନିଲାମରେ ମଙ୍ଗଳବାର ପ୍ଲେୟାରଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍ । ତେବେ ଆଇପିଏଲ ଇତିହାସରେ ବିଦେଶୀ ଖେଳାଳୀଙ୍କ ମଧ୍ୟରୁ କ୍ୟାମରନ ଗ୍ରୀନ୍‌ ସବୁଠୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି । କ୍ୟାମରନ ଗ୍ରୀନ୍‌ଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ନିଲାମ ଟେବୁଲରେ ଲଢେଇ ଦେଖିବାକୁ ମିଳିଥିଲା । ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନ୍‌ଙ୍କ ପାଇଁ ଦୀର୍ଘ ସମୟ ଧରି ଲଢେଇ ଚାଲିଥିଲା ।

ଏହାପରେ ଚେନ୍ନାଇ ଏବଂ କେକେଆର ମଧ୍ୟରେ ଗ୍ରୀନ୍‌ଙ୍କ ପାଇଁ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ହେଲେ ଶେଷରେ ଗ୍ରୀନ୍‌ଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । ସେହିପରି ଶ୍ରୀଲଙ୍କାର ଦ୍ରୁତ ବୋଲର ମଥୀଶା ପଥିରାନାଙ୍କୁ ୧୮ କୋଟି ଟଙ୍କା ଦେଇ ନିଜ ଟିମରେ ସାମିଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ସେପଟେ ଭାରତୀୟ ସ୍ପିନ୍ ବୋଲର ରବି ବିଷ୍ଣୋଇ ସମସ୍ତଙ୍କୁ ଚମକାଇ ୭ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମରେ ସାମିଲ କରିଛି ।

ତେବେ ଏହାରି ଭିତରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି କାର୍ତ୍ତିକ ଶର୍ମା । ଏହି ନିଲାମିରେ ୩୬୦ରୁ ଅଧିକ ଖେଳାଳିଙ୍କ ଉପରେ ବିଡ୍ ଲାଗିଥିଲା । ଆକିବ ନବି ଦାର ଏବଂ ପ୍ରଶାନ୍ତ ବୀରଙ୍କ ପରେ, କାର୍ତ୍ତିକ ଶର୍ମା ଏକ ନୂଆ ନାଁ ଯାହା ଉଭା ହୋଇଛି । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୧୪.୨୦ କୋଟିରେ ଆଇପିଏଲ ୨୦୨୬ ନିଲାମରେ କିଣିଥିଲା। କାର୍ତ୍ତିକ ଶର୍ମାଙ୍କ ମୂଳ ମୂଲ୍ୟ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା ଏବଂ ୧୪.୨୦ କୋଟିର ନିଲାମ ତାଙ୍କୁ IPL ଇତିହାସର ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି କରିଦେଇଛି।

ମୁମ୍ବାଇ ଇଣ୍ଡିଆନ୍ସ କାର୍ତ୍ତିକ ଶର୍ମାଙ୍କ ପାଇଁ ପ୍ରଥମ ନିଲାମ ଡାକିଥିଲା, କିନ୍ତୁ ତା'ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟ ନିଲାମ ଡାକିଥିଲେ। ତେବେ ଏଲଏସଜି ଓହରିଯିବା ପରେ ଚେନ୍ନାଇ ସୁପର କିଙ୍ଗସ୍, କୋଲକାତା ନାଇଟ୍ ରାଇଡର୍ସକୁ ଚ୍ୟାଲେଞ୍ଜ କରିଥିଲା। ଶେଷରେ, ସିଏସକେ ୧୯ ବର୍ଷୀୟ କାର୍ତ୍ତିକ ଶର୍ମାଙ୍କୁ କିଣିବା ପାଇଁ ୧୪.୨୦ କୋଟି ଟଙ୍କା ବିଡ୍ କରିଥିଲା। କାର୍ତ୍ତିକ ଜଣେ ୱିକେଟକିପର-ବ୍ୟାଟସମ୍ୟାନ।

କାର୍ତ୍ତିକ ଶର୍ମା କିଏ ?

ଭାରତୀୟ ଘରୋଇ କ୍ରିକେଟରେ କାର୍ତ୍ତିକ ଶର୍ମା ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି। ସେ ତାଙ୍କର ବଡ଼ ହିଟିଂ ଦକ୍ଷତା ଏବଂ ତାଙ୍କ ବିସ୍ଫୋରକ ଷ୍ଟ୍ରାଇକ୍ ରେଟ୍ ପାଇଁ ଜଣାଶୁଣା। ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫-୨୬ ସିଜନରେ, ସେ ୧୩୩ ରନ ସ୍କୋର କରିଥିଲେ। ରାଜସ୍ଥାନ ପାଇଁ ପାଞ୍ଚଟି ମ୍ୟାଚ୍‌ରେ ୧୬୦ର ଏକ ଚମତ୍କାର ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରିଥିଲେ। କାର୍ତ୍ତିକ ଶର୍ମାଙ୍କ ଆଉ ଏକ ବିଶେଷତ୍ୱ ​​ହେଉଛି ଡେଥ୍ ଓଭରରେ ବଡ଼ ସଟ୍ ମାରି ଫିନିସର ଭୂମିକା ଗ୍ରହଣ କରିବାରେ ତାଙ୍କର ଦକ୍ଷତା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Auction Held In Abu Dhabi | Who Is Kartik Sharma: CSK's New Young Sensation Who Broke IPL Auction Record With Rs 14.2 Crore Bid | Argus News