Videos
|
Sports

ଜିମ୍ବାୱେରେ କାହା ସହ ବୁଲୁଛନ୍ତି ଏହି ଷ୍ଟାର ବ୍ୟାଟର

Ritu Das
Browse all articles by Ritu Das
·2 years ago·2 min read
ଜିମ୍ବାୱେରେ କାହା ସହ ବୁଲୁଛନ୍ତି ଏହି ଷ୍ଟାର ବ୍ୟାଟର

ଅର୍ଗସ ବ୍ୟୁରୋ: ଜିମ୍ବାଓ୍ବେ ଟୁରରେ ରିଙ୍କୁ ସିଂ ବର୍ତ୍ତମାନ ଟିମ ଇଣ୍ଡିଆର ଜଣେ ପ୍ରମୁଖ ଖେଳାଳି କହିଲେ ଭୁଲ ହେବନାହିଁ। ଜଣେ ବଡ଼ ହିଟର ହେଉଛନ୍ତି ରିଙ୍କୁ ସିଂ। କୋଲକାତା ସିରିଜର ଦ୍ବିତୀୟ ମ୍ୟାଚରେ ରିଙ୍କୁ ଏକ ଚମତ୍କାର ଇନିଂସ ଖେଳି ୪୮ ରନ ସ୍କୋର କରିଥିଲେ। ଏହାପରେ ସେ ତୃତୀୟ ମ୍ୟାଚରେ ୧ ରନରେ ଅପରାଜିତ ରହିଥିଲେ। ବର୍ତ୍ତମାନ ଏହି ସିରିଜ ଭିତରେ ରିଙ୍କୁ ସିଂ ଜିମ୍ବାଓ୍ବେରେ ଏକ ମିଷ୍ଟ୍ରି ଗର୍ଲ ସହିତ ନଜର ଆସିଥିଲେ। 

ସୋସିଆଲ ମିଡିଆରେ ରିଙ୍କୁ ଏବଂ ମିଷ୍ଟି ଗର୍ଲର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କିଏ ମିଷ୍ଟ୍ରି ଗର୍ଲ। କାହା ପ୍ରେମରେ ରିଙ୍କୁ ପାଗଳ ବୋଲି କ୍ରିକେଟ ଫ୍ୟାନ ମାନେ ଜାଣିବାକୁ ଖୁବ ଏକ୍ସାଇଟେଡ ଅଛନ୍ତି। ତେବେ ଚାଲନ୍ତୁ ଜାଣିବା।  ଭିଡିଓରେ ଥିବା ମିଷ୍ଟ୍ରି ଗର୍ଲ ଆଉ କେହି ନୁହନ୍ତି ସେ ହେଲେ ଶୁଭମନ ଗିଲଙ୍କ ଭଉଣୀ ଶେହନୀଲ ଗିଲ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶେହନୀଲ ଏବଂ ରିଙ୍କୁ ଜିମ୍ବାଓ୍ବେରେ ଏକାଠି ଜଙ୍ଗଲ ଲାଇଫକୁ ଏଞ୍ଜୟ କରୁଛନ୍ତି। ଉଭୟ ଏକାଠି ବହୁତ ଖୁସି ଦେଖାଯାଉଛନ୍ତି। ସତରେ କଣ ରିଙ୍କୁ ଆଉ ଶେହନୀଲଙ୍କ ଭିତରେ କିଛି ଚାଲିଛି। ତେବେ କାରଣ ଯାହା ହେଉନା କହିଁକି। ଜିମ୍ବାଓ୍ବେରେ ଟିମ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଛି।  ଜୁନ ୨୯ରେ ଯେଉଁଭଳି ଟି-୨୦ ବିଶ୍ବକପ ଭାରତ ଜିତିଥିଲା। ଲୋକେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ସେଥିପାଇଁ ଭାରତୀୟ ଟିମ ଗିଲଙ୍କ ନେତ୍ବତ୍ବରେ ଟି-୨୦ ସିରିଜ ଜିତିବ ବୋଲି ବିଶ୍ବାସ ରଖିଛନ୍ତି।

ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରଜରେ ଶୁଭମନ ଗିଲ ଟିମ ଇଣ୍ଡିଆର ନେତୃତ୍ବ ନେଉଛନ୍ତି। ଗିଲ ପ୍ରଥମଥର ପାଇଁ ଭାରତୀୟ ଦଳର କ୍ୟାପଟେନ ଅଛନ୍ତି। କ୍ୟାପଟେନ ଭାବେ ଗିଲ ଏକ ପରାଜୟରୁ ଆରମ୍ଭ କରିଥିଲେ। ସିରିଜର ପ୍ରଥମ ମ୍ୟାଚରେ ଜିମ୍ବାଓ୍ବେ ଭାରତକୁ ୧୩ ରନରେ ପରାସ୍ତ କରିଥିଲା। ତେବେ ଦ୍ବିତୀୟ ଏବଂ ତୃତୀୟ ଟି-୨୦ ଜିତିବା ପରେ ଭାରତ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ସିରିଜର ଚତୁର୍ଥ ମ୍ୟାଚ ଶନିବାର ଖେଳାଯିବ। 

ପଞ୍ଚମ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ତେବେ ରିଙ୍କୁ ସିଂ ଏହି ସିରିଜରେ ଭଲ ଫର୍ମରେ ଅଛନ୍ତି। ସିରିଜର ପ୍ରଥମ ମ୍ୟାଚରେ ରିଙ୍କୁ ସିଂ ଖାତା ଖୋଲି ପାଭିଲିୟନକୁ ଫେରିଥିଲେ ଯେଉଁଥିପାଇଁ ଟିମ ଇଣ୍ଡିଆକୁ ପରାସ୍ତ ହେବାକୁ ପଡ଼ିଥିଲା। ଏହାପରେ ଦ୍ବିତୀୟ ଟି-୨୦ରେ ରିଙ୍କୁ ଏକ ଭଲ କମବ୍ୟାକ କରିଥିଲେ। ୪୮ ରନର ଶାନଦାର ପାଳି ଖେଳିଥିଲେ। ତା'ପରେ ତୃତୀୟ ଟି-୨୦ରେ ରିଙ୍କୁଙ୍କ ପର୍ଯ୍ୟାୟ ବିଳମ୍ବରେ ଆସିଥିଲା। ସେଥିପାଇଁ ସେ ମାତ୍ର ୧ ରନ ସ୍କୋର କରିଥିଲେ। ସେତେବେଳକୁ ଭାରତ ଜିତିସାରିଥିଲା। ଆଇପିଏଲରେ ରିଙ୍କୁଙ୍କ ବଡ଼ ବଡ଼ ଛକାକୁ କେହି ଭୁଲିପାରିବେନି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 


 

Who is the | Argus News