Inderjit Bindra / କିଏ ଏହି ଇନ୍ଦ୍ରଜିତ୍ ବିନ୍ଦ୍ରା ? ଯାହାଙ୍କ ପରଲୋକରେ ଏମିତି କହିଲା ବିସିସିଆଇ...
·7 months ago·2 min read

Key Points
ଆଇ.ଏସ୍.ବିନ୍ଦ୍ରାଙ୍କ ନିଧନରେ ଶୋକ
ଏମିତି କହିଲା ବିସିସିଆଇ
ଏମିତି କହିଲା ବିସିସିଆଇ
କ୍ରିକେଟ ଜଗତ ପାଇଁ ଦୁଃଖ ଖବର। ଭାରତୀୟ କ୍ରିକେଟ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସିଂହ ବିନ୍ଦ୍ରାଙ୍କ ପରଲୋକ ହୋଇଛି । ସୋମବାର ବିସିସିଆଇ ଓ ହରଭଜନ ସିଂହଙ୍କ ପରି ପୂର୍ବତନ କ୍ରିକେଟର ଦୁଃଖ ବ୍ୟକ୍ତ କରିଛନ୍ତି । ଏହାସହ ଅନେଇ ଖେଳାଳି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ବିସିସିଆଇ ନିଜ ପୋଷ୍ଟରେ ବିନ୍ଦ୍ରାଙ୍କୁ ଜଣେ ଦୂରଦର୍ଶୀ ପ୍ରଶାସକ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଫଳ ସ୍ଥପତି ଭାବେ ବର୍ଣ୍ଣନା କରିଛି ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, "ଭାରତୀୟ କ୍ରିକେଟ୍ ଏହାର ଜଣେ ପ୍ରଭାବଶାଳୀ ସ୍ଥପତିଙ୍କୁ ହରାଇଛି ।" ଖେଳ ପ୍ରତି ବିନ୍ଦ୍ରାଙ୍କ ପ୍ରତିବଦ୍ଧତା, ତାଙ୍କର ପ୍ରଶାସନିକ ଦୂରଦୃଷ୍ଟି ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପ୍ରତି ତାଙ୍କର ଆଗ୍ରହ ଏକ ଏପରି ଐତିହ୍ୟ ଛାଡିଛି ଯାହାକୁ କ୍ରିକେଟ ଜଗତରେ ସମ୍ମାନର ସହିତ ମନେ ରଖାଯିବ । ବିନ୍ଦ୍ରା, ପୂର୍ବତନ ଅଧ୍ୟକ୍ଷ ଏନକେପି ସାଲଭେ ଏବଂ ଜଗମୋହନ ଡାଲମିଆଙ୍କ ସହିତ ମିଶି ୧୯୮୭ ମସିହାରେ ଭାରତରେ ଏକଦିବସୀୟ ବିଶ୍ୱକପ୍ ଆୟୋଜନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପ୍ରଥମ ଥର ଥିଲା ଯେତେବେଳେ ଇଂଲଣ୍ଡ ବାହାରେ ଏକଦିବସୀୟ ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା ।
ବିସିସିଆଇର ସଭାପତି ଭାବରେ କାର୍ଯ୍ୟକାଳ ମଧ୍ୟରେ ବିନ୍ଦ୍ରା କ୍ରିକେଟ ଜଗତରେ ଭାରତର ସ୍ଥିତିକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୧୯୭୮ରୁ ୨୦୧୪ ପର୍ଯ୍ୟନ୍ତ ପଞ୍ଜାବ କ୍ରିକେଟ ଆସୋସିଏସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୫ରେ ମୋହାଲିର ପିସିଏ ଷ୍ଟାଡିୟମକୁ ତାଙ୍କ ସମ୍ମାନାର୍ଥେ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ ଭାବରେ ନାମିତ କରାଯାଇଥିଲା ।
ବିନ୍ଦ୍ରା ୧୯୯୩ରୁ ୧୯୯୬ ଯାଏ ବିସିସିଆଇର ଅଧ୍ୟକ୍ଷ ଥିଲେ । ରବିବାର ୮୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସ୍ କହିଛନ୍ତି, ଆଇ.ଏସ୍. ବିନ୍ଦ୍ରା ଦୂରଦର୍ଶୀ ପ୍ରଶାସକ ଥିଲେ, ଯାହାଙ୍କ ନେତୃତ୍ୱରେ ବିଶ୍ୱ କ୍ରିକେଟରେ ଭାରତର ଭୂମିକାକୁ ପୁଣି ଥରେ ପରିଭାଷିତ କରିବାରେ ସହାୟକ ହୋଇଥିଲା । ସେ କହିଛନ୍ତି, ପ୍ରଶାସନ ବ୍ୟତୀତ ବି ତାଙ୍କର ଯୋଗଦାନ ବହୁ ଅଧିକ ଥିଲା । ସେ ଏପରି ପ୍ରଣାଳୀ ଓ ସଂସ୍ଥାନର ନିର୍ମାଣରେ ସାହାଯ୍ୟ କରିଛନ୍ତି, ଯାହା ଆଜି ବି ଖେଳାଳି, ପ୍ରଶାସକ ଓ ଖେଳର ସେବା କରୁଛନ୍ତି । ବିସିସିଆଇ ଭାରତୀୟ କ୍ରିକେଟ୍ ପ୍ରଶାସନର ମହାନ ବ୍ୟକ୍ତିଙ୍କ ନିଧନରେ ଶୋକ ବ୍ୟକ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories