|
logo
Live

Argus News - କାହିଁକି ଅଲମ୍ପିକ୍ସ ରିଙ୍ଗରେ ୫ ରଙ୍ଗ ?

Sports

କାହିଁକି ଅଲମ୍ପିକ୍ସ ରିଙ୍ଗରେ ୫ ରଙ୍ଗ ?

Sangram Tripathy
Browse all articles by Sangram Tripathy
·1 year ago·2 min read
କାହିଁକି ଅଲମ୍ପିକ୍ସ ରିଙ୍ଗରେ ୫ ରଙ୍ଗ ?

ଅର୍ଗସ ବ୍ୟୁରୋ: ପ୍ରସ୍ତୁତି ସରିଛି ଅପେକ୍ଷା ପ୍ୟାରିସର ଅଲମ୍ପିକ୍ସକୁ। ୨୬ରୁ ଆରମ୍ଭ ହେବାକୁ ଯାଉଛି ମହାଲଢେଇ। କିନ୍ତୁ ଆପଣ ଜାଣନ୍ତି କି କାହିଁକି ଅଲମ୍ପିକ୍ସ ରିଙ୍ଗରେ ଥାଏ ୫ ରଙ୍ଗ ।ଇତିହାସ କଥା କୁହାଯାଏ, ତେବେ ୧୮୯୬ ମସିହାରେ ଏହା ଆରମ୍ଭ ହୋଇଥିଲା ଓ ଏଥିରେ ୫ ରଙ୍ଗରେ ରଙ୍ଗାୟିତ ଗୋଲାକାର ରିଙ୍ଗ ଥାଏ । ଯାହା ଏହି ଖେଳର ପ୍ରତୀକ ଭାବରେ କାର୍ଯ୍ୟ କରିଥାଏ । ରିଙ୍ଗରେ ପାଞ୍ଚ ରଙ୍ଗ ନୀଳ, ଗୋଲାପୀ, କଳା, ହଳଦିଆ ତଥା ନାଲି ରଙ୍ଗର ରହିଥାଏ ।

 

ଅଲମ୍ପିକ୍ସ ରିଙ୍ଗ ବିଶ୍ୱର ୫ ଟି ମହାଦ୍ୱୀପର ପ୍ରତୀକ ଅଟେ । ଏହି ମହାଦ୍ୱୀପ ଗୁଡିକ ହେଉଛି ଆଫ୍ରିକା, ଉତ୍ତର ଓ ଦକ୍ଷିଣ ଆମେରିକା, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆ ପ୍ରଭୃତି । ବିଶ୍ୱର ସବୁ ଦେଶ ମଧ୍ୟରେ ଏକତା ଓ ଅଖଣ୍ଡତା ସ୍ଥାପନ ପାଇଁ ଏହି ୫ ଟି ରଙ୍ଗର ରିଙ୍ଗ ବ୍ୟବହୃତ ହୋଇଥାଏ । ଏହାର ରଚନା ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସଂଘ ର ପୂର୍ବତନ ଅଧ୍ୟକ୍ଷ ପିଏର ଡୁ କୁବର୍ଟିନ କରିଥିଲେ । ଏହା ଅଲମ୍ପିକ୍ସ ମୁଭମେଣ୍ଟର ପ୍ରତୀକ ଭାବରେ କାର୍ଯ୍ୟ କରିଥାଏ। ବିଶ୍ୱର ସବୁ ଦେଶର ଜାତୀୟ ପତାକାରେ ପ୍ରାୟ ଏହି ପାଞ୍ଚଟି ରଙ୍ଗ ମଧ୍ୟରୁ କୌଣସି ବି ରଙ୍ଗ ଦେଖିବାକୁ ମିଳିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଏହି ପାଞ୍ଚ ରଙ୍ଗ ହିଁ ଅଲମ୍ପିକ୍ସରେ ଭାଗ ନେବାକୁ ଆସୁଥିବା ପ୍ରତିଯୋଗୀଙ୍କ ପ୍ରତିନିଧିତ୍ୱ ଭାବରେ କାର୍ଯ୍ୟ କରେ ,ମନୋବଳ ଦୃଢ କରିଥାଏ। ଅଲିମ୍ପିକ୍ସରେ ୧୧୭ ଜଣିଆ ଭାରତୀୟ ଦଳ ଭାଗନେବେ। ଦଳ ସହ କିନ୍ତୁ ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞଙ୍କୁ ମିଶାଇ ୧୪୦ଜଣ ସାଧାରଣ ଅଧିକାରୀ ସେଠାକୁ ଯାତ୍ରା କରିବେ। ଏହାପୂର୍ବରୁ ୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚିବା ସହ  ମୋଟ ୭ଟି ମେଡାଲ ଜିତିଥିଲା । ଏଥର ଭାରତୀୟ ଆଥଲେଟ ଏହି ରେକର୍ଡକୁ ଭାଙ୍ଗିବା ସହ ପଦକ ସଂଖ୍ୟା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। 

Sponsored
କାହିଁକି ଅଲମ୍ପିକ୍ସ ରିଙ୍ଗରେ ୫ ରଙ୍ଗ ? | Argus News