ପାଣ୍ଡ୍ୟା ନୁହେଁ, କାହିଁକି ବିସିସିଆଇର ପସନ୍ଦ ସୂର୍ଯ୍ୟ କୁମାର ?

ଅର୍ଗସ ବ୍ୟୁରୋ: ସସପେନ୍ସ ଉପରୁ ପରଦା ହଟାଇଛି ବିସିସିଆଇ,ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ନୁହେଁ ଟିମ ଇଣ୍ଡିଆର ଟି-୨୦ରେ ମଙ୍ଗ ଧରିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ସମସ୍ତଙ୍କୁ ଚକମା ଦେଇଛି ବିସିସିଆଇ। ପୂର୍ବରୁ ରୋହିତଙ୍କ ଡେପୁଟି ଥିଲେ ପାଣ୍ଡ୍ୟା, ଶ୍ରୀଲଙ୍କା ବିପକ୍ଷ ସିରିଜରେ କେବଳ ଅଲରାଉଣ୍ଡର ଭାବେ ପାଇଛନ୍ତି ସ୍ଥାନ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ସୂର୍ଯ୍ୟ କୁମାର ନିଜର ନୂଆ ଦାୟିତ୍ୱ ଆରମ୍ଭ କରିବେ।
ଟି-୨୦ରେ ଭାରତର ଉପ ଅଧିନାୟକ ହୋଇଛନ୍ତି ଗିଲ୍। ହେ଼ଡ କୋଚ ଭାବେ ମଧ୍ୟ ନଜର ଆସିବେ ଗୌତମ ଗମ୍ଭୀର। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ। ପ୍ରଥମ ମ୍ୟାଚ୍ ୨୭, ଦ୍ୱିତୀୟ ମ୍ୟାଚ୍ ୨୮ ଓ ତୃତୀୟ ଟି-୨୦ ଜୁଲାଇ ୩୦ ତାରିଖରେ ଖେଳାଯିବ।ଜିମ୍ବାୱେକୁ ତାର ନିଜ ମାଟିରେ ହରାଇବା ପରେ ଏବେ ଭାରତୀୟ ଟିମର ପରବର୍ତ୍ତୀ ମିଶନ ହେଉଛି ଶ୍ରୀଲଙ୍କା । ରୋହିତ ଶର୍ମାଙ୍କ ଖାସ ଭାବେ ବେଶ ଜଣାଶୁଣା ସୂର୍ଯ୍ୟ କୁମାର,ବେଶ ଶାନ୍ତ ସ୍ବଭାବର ହୋଇଥିବାରୁ ବିସିସିଆଇ ତାଙ୍କ ଉପରେ ଭରସା କରିଛି,ଆଗକୁ ୨୦୨୬ ଟି-୨୦ ବିଶ୍ବକପ ଉପରେ ରହିଛି ଭାରତର ନଜର।
📱 Get Argus News App
✨
ଦେଖିବାକୁ ଗଲେ ସୂର୍ଯ୍ୟ କୁମାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତ ପକ୍ଷରୁ ଅଧିନାୟକତ୍ବ କରିଥିଲେ,ସୂର୍ଯ୍ୟ କୁମାର ଅଧିନାୟକତ୍ବରେ ଟି-୨୦ରେ ଭାରତ ୭ଟି ମ୍ୟାଚ୍ ବିଜୟ ହେବା ସହ ୫ଟି ପରାସ୍ତ,୨ଟି ଡ୍ରରଖିଥିବାବେଳେ ବିଜୟ ପ୍ରତିଶତ ରହିଛି ୭୧.୪୩ ପ୍ରତିଶତ। ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଭାରତ ୧୬
ମ୍ୟାଚ୍ ଜିତିଛି,୧୦ ହାରିଛି,୫ଟି ଡ୍ର ରହିଛି,ବିଜୟ ପ୍ରତିଶତ ରହିଛି ୬୨.୫ ପ୍ରତିଶତ । ଗୌତମ ଗମ୍ଭୀରଙ୍କ କୋଚିଂ,ସୂର୍ଯ୍ୟ କୁମାରଙ୍କ ଅଧିନାୟକତ୍ବରେ ଟି-୨୦ରେ ଭାରତର ପ୍ରର୍ଦଶନ କେମିତି ରହୁଛି ତାହା ଉପରେ ସମସ୍ତଙ୍କ ନଜର ।