Videos
|
Sports

ପାଟିରେ କଳାଫିତା କାମୁଡି କାହିଁକି ବ୍ୟାଟିଂ କଲେ ଶାକିବ

Ritu Das
Browse all articles by Ritu Das
·1 year ago·2 min read
ପାଟିରେ କଳାଫିତା କାମୁଡି କାହିଁକି ବ୍ୟାଟିଂ କଲେ ଶାକିବ

ଅର୍ଗସ ବ୍ୟୁରୋ: ସବୁଦିନ ଆପଣ କ୍ରିକେଟ ଦେଖୁଥିବେ ହେଲେ ଏଫଟୋ ଉପରେ ଭଲ ଭାବେ ନଜର ପକାନ୍ତୁ। ଆପଣଙ୍କୁ ଏ ଫଟୋ ପ୍ରଥମେ ସାଧାସିଧା ଲାଗିବ। କିନ୍ତୁ ଫଟୋ ପଛର କଳାଫିତାର ରହସ୍ୟ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। 

 

ବାଂଲାଦେଶ ବ୍ୟାଟ୍ସମ୍ୟାନ ନିକଟରେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିଲେ। ଶାକିବ ଅଲ ହାସନ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ବ୍ୟାଟିଂ କରିବାବେଳେ ବାରମ୍ବାର ଚୋବାଉଥିଲେ। ଯେତେବଳେ ତାଙ୍କ ସାମ୍ନାରେ ବଲ ଆସୁଥିଲା। ସେ ତାକୁ ଟାଇଟରେ ଚୋବାଉଥିଲେ। ହେଲେ ଏହା ସବୁ ଫ୍ୟାନଙ୍କ ଚକିତ୍ କରିଥିଲା। କିଛି ଜଣ ଭାବିଲେ ଏହା ହେଲମେଟର ବ୍ୟାଣ୍ଡ କିନ୍ତୁ ଏହା ତାହା ନୁହେଁ। ଏହା ଏକ ଅଲଗା ଫିତା ଥିଲା।

ଶାକିବଙ୍କ ଏହି ଭିଡିଓ ଏବେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। କ୍ରିକେଟ ଫ୍ୟାନମାନେ କହିଛନ୍ତି ଯେ, ଭାରତୀୟ ବୋଲରଙ୍କ ବିପକ୍ଷରେ ବ୍ୟାଟିଂ କରିବା ସହଜ କରିବା ପାଇଁ ଶାକିବ ଏହି କୌଶଳ ଅବଲମ୍ବନ କରିଛନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକରେ କେତେ ସତ୍ୟତା ଅଛି ତାହା ଜଣାପଡିନାହିଁ। ତେବେ ଚାଲନ୍ତୁ ଜାଣିବା ଏହାର କାରଣ କଣ? ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଏନେଇ ଏକ ବିବୃତ୍ତି ଶେୟାର କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାକିବ ଅଲ ହାସନଙ୍କ ପାଟିରେ କଳାଫିତା କାମୁଡୁଥିବା ଉପରେ ନିଜର ମତ ରଖିଛନ୍ତି। ଆକାଶଙ୍କ କହିବା ଅନୁଯାୟୀ, ଶାକିବ ହେଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ। ଲାଗୁଛି ତାଙ୍କୁ ବୋଧେ ତାଙ୍କ କୋଚ କହିଛି ଭଲ ସନ୍ତୁଳନ ପାଇଁ ଶାକିବ ଅଲ ହାସନ କଳାଫିତାର ସାହାଯ୍ୟ ନେଇଥିଲେ। କାରଣ ଶାକିବଙ୍କ ମୁଣ୍ଡ ପ୍ରାୟତଃ ଆଗକୁ ଝୁଲି ରହିଥାଏ, କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ସେ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ଆସିଥିଲେ, ଯାହାଫଳରେ ବ୍ୟାଟିଂ ସମୟରେ ଭଲ ସନ୍ତୁଳନ ବଜାୟ ରହିପାରିବ।  କାରଣ ପୂର୍ବ ମ୍ୟାଚ ଗୁଡ଼ିକରେ ସେ ଏତେ ଭଲ ଖେଳିପାରୁ ନ ଥିଲେ। ତାଙ୍କୁ କିଛି ସମସ୍ୟା ହେଉଥିଲା। କାରଣ ତାଙ୍କର ଫର୍ମ ସେତେ ଭଲ ନ ଥିଲା। ଯେତେବେଳେ ମୁଣ୍ଡ ଆଗକୁ ଝୁଲୁଥିଲା ପୁରା ଶରୀର ଆଗକୁ ଝୁଲୁଥିଲା ସେ ଆଦୌ ଖେଳିପାରୁ ନ ଥିଲେ। ସେଥିପାଇଁ ଯେତେବଳେ ବଲ ଆସୁଥିଲା ବାରବାର ତାକୁ ଟାଇଟରେ କାମୁଡ଼ୁଥିଲେ ଏବଂ ମୁଣ୍ଡ ଏକଦମ ସିଧା ରହୁଥିଲା। 

ଏବଂ ସେ ମିଡ ଅନରେ ଖେଳୁଥିଲେ। ଏଥିପାଇଁ ସେ ଖେଳିପାରୁଥିଲେ। ଏବଂ ଏପରି ସେ ବାରମ୍ବାର କରୁଥିଲେ। ସେହିପରି ଆଉ କିଛି ଜଣ କହିଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଦିଗଜ ଖେଳାଳିଙ୍କ ସାମ୍ନାରେ ବ୍ୟାଟିଂ କରିବାକୁ ସେ ଏହିଭଳି ଫର୍ମୁଲା ଆପ୍ଲାଏ କରିଥାନ୍ତି। କାରଣ ତାଙ୍କର ଆଙ୍ଗର ଇସ୍ୟୁ ରହିଥିଲା। ତେବେ ଶାକିବ କଳାଫିତା ଚୋବାଇବାର ରିଜନ ଏହା ଥିଲା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Why did | Argus News