Videos
|
Sports

କାହିଁକି ପାଣ୍ଡ୍ୟା ହେଲେ ନାହିଁ କ୍ୟାପେଟେନ: ଖୁଲାସା କଲେ ଅଗରକର

Ritu Das
Browse all articles by Ritu Das
·2 years ago·1 min read
କାହିଁକି ପାଣ୍ଡ୍ୟା ହେଲେ ନାହିଁ କ୍ୟାପେଟେନ: ଖୁଲାସା କଲେ ଅଗରକର

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପରେ ଉପଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି ପ୍ରସଙ୍ଗରେ ଏବେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। 

ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟକା ପରେ ଝଟକା

ଅଗରକର କହିଛନ୍ତି ହାର୍ଦ୍ଦିକ ଏବେ ମଧ୍ୟ ଆମ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ତେବେ ନିକଟ ଅତୀତରେ ଫିଟନେସ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି। ତା'ପରେ କୋଚ କିମ୍ବା ଚୟନକର୍ତ୍ତାଙ୍କ ପାଇଁ ତାଙ୍କୁ ଅଧିନାୟକ କରିବା କଷ୍ଟସାଧ୍ୟ ହୋଇଯାଏ। ଫିଟନେସ ଏକ ସ୍ପଷ୍ଟ ଚ୍ୟାଲେଞ୍ଜ। ଏବଂ ଆମେ ଏପରି କ୍ୟାପଟେନ ଚାହୁଁଛୁ ଯିଏକି ଅଧିକ ସମୟ ଉବଲବ୍ଧ ରହିବ। ଏ ଦୃଷ୍ଟିରୁ ଆମେ ବିଶ୍ବାସ କରୁ ଯେ, ସୂର୍ଯ୍ୟଙ୍କର କ୍ୟାପଟେନ ହେବା ପାଇଁ ଅଧିକ ଦକ୍ଷତା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Why didn't Pandya | Argus News