Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାମ୍ପିଅନ୍ସ ଟ୍ରଫିରେ କାହିଁକି ଖେଳାଳିଙ୍କୁ ପିନ୍ଧାଯାଏ ଧଳା ବ୍ଲେଜର

Sports

ଚାମ୍ପିଅନ୍ସ ଟ୍ରଫିରେ କାହିଁକି ଖେଳାଳିଙ୍କୁ ପିନ୍ଧାଯାଏ ଧଳା ବ୍ଲେଜର

Ritu Das
Browse all articles by Ritu Das
·1 year ago·1 min read
ଚାମ୍ପିଅନ୍ସ ଟ୍ରଫିରେ କାହିଁକି ଖେଳାଳିଙ୍କୁ ପିନ୍ଧାଯାଏ ଧଳା ବ୍ଲେଜର

ଚଳିତ ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଭାରତ ନିଜ ନାଁରେ କରିଛି। ରବିବାର ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା । ମ୍ୟାଚ୍ ସରି ସରି ଆସିଲାବେଳକୁ ରବିନ୍ଦ୍ର ଜାଡେଜାଙ୍କ ଚଉକା ଭାରତୀୟ ଟିମ୍ ହାତରେ ଟ୍ରଫି ଦେଇଥିଲା ।


୨୦୦୯ରୁ ଏହା ଆରମ୍ଭ ହୋଇଥିଲା: ସବୁ ଠାରୁ ରୋମାଞ୍ଚକର କଥା ଚଳିତ ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫ୍ ପାକିସ୍ତାନ ପକ୍ଷରୁ ଆୟୋଜନ କରାଯାଇଥିଲା । ଆଉ ମ୍ୟାଚକୁ ଭାରତ ଜିତିବା ସବୁଠୁ ବଡ଼ କଥା। ଭାରତୀୟ ଦଳ ବିଜୟୀ ଘୋଷିତ ହେବା ପରେ ଭାରତୀୟ ଖେଳାଳିଙ୍କୁ ଧଳା କୋଟ୍ ପିନ୍ଧିବାକୁ ଦିଆଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି ଧଳା କୋଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।


ଧଳା କୋଟ ପିନ୍ଧିବା ପଛର ରହସ୍ୟ କ’ଣ ଚାଲନ୍ତୁ ଜାଣିବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାହିଁକି ଦିଆଯାଏ ସମ୍ମାନ: ୧୯୯୮ରେ ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ହୋଇଥିଲା । କିନ୍ତୁ ବିଜୟୀ ଟିମକୁ ଧଳା ରଙ୍ଗର ବ୍ଲେଜର ପିନ୍ଧିବା ପରମ୍ପରା, ୨୦୦୯ରୁ ଆରମ୍ଭ ହୋଇଥିଲା । ଆଇସିସି ଅଫିସିଆଲ ୱେବସାଇଟ୍ ତଥ୍ୟ ଅନୁସାରେ, ଏହା ମତରେ ଧଳା କୋଟ୍ ‘ବେଜ ଅଫ୍ ଅନର’ । ବିଜେତା ଟିମ୍ ପ୍ରତି ସମ୍ମାନ ଜଣାଇ ଏହି କୋଟ୍ ସେମାନଙ୍କୁ ଦିଆଯାଇଥାଏ ।


ଆଗରୁ ମିଳିଛି: ୨୦୦୯ରେ ଖେଳାଯାଇଥିବା ଆଇସିସି ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ଅଷ୍ଟ୍ରେଲିଆ ହରାଇଥିଲା । ୨୦୧୩ରେ ବିଜୟୀ ଭାରତୀୟ ଟିମକୁ ମଧ୍ୟ ଏହି କୋଟ୍ ପିନ୍ଧିବାକୁ ଦିଆଯାଇଥିଲା । ସେହିପରି ୨୦୧୭ରେ ଆଇସିସି ଚାମ୍ପିୟନ୍ସ ଜିତିଥିବା ପାକିସ୍ତାନକୁ ମଧ୍ୟ ହ୍ୱାଇଟ୍ ବ୍ଲେଜର ପ୍ରଦାନ କରାଯାଇଥିଲା।

Argus Whatsapp Channel Mobile Top
Sponsored
why-do-players-wear-white-blazers-in-the-champions-trophy | Argus News