Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଶ୍ରେୟସ ଆୟରଙ୍କ ସହ ଏତେ ବଡ଼ ଅନ୍ୟାୟ କାହିଁକି ?

Ritu Das
Browse all articles by Ritu Das
·10 months ago·3 min read
ଶ୍ରେୟସ ଆୟରଙ୍କ ସହ ଏତେ ବଡ଼ ଅନ୍ୟାୟ କାହିଁକି ?

Key Points

ଏସିଆ କପ୍ ୨୦୨୫ ପାଇଁ ମଙ୍ଗଳବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଟିମର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ରହିବ । କିନ୍ତୁ ଘୋଷଣାରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଆଉ ବିବାଦୀୟ କଥା ହେଉଛି ଶ୍ରେୟସ ଆୟରଙ୍କୁ ସ୍ଥାନ ନ ମିଳିବା ।

ଏସିଆ କପ୍ ୨୦୨୫ ପାଇଁ ମଙ୍ଗଳବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଟିମର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ରହିବ । କିନ୍ତୁ ଘୋଷଣାରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଆଉ ବିବାଦୀୟ କଥା ହେଉଛି ଶ୍ରେୟସ ଆୟରଙ୍କୁ ସ୍ଥାନ ନ ମିଳିବା । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଆଉ ଅସନ୍ତୋଷ ମଧ୍ୟ ରହିଛି। ପୂର୍ବରୁ ଅନେକ ମ୍ୟାଚ୍ ଓ ସିରିଜରେ ଆୟରଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା। କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଟିମରେ ସ୍ଥାନ ମିଳିପାରି ନାହିଁ । ଏହି ନିଷ୍ପତ୍ତି ଉପରେ ବିସିସିଆଇ ଓ ଚୟନ କମିଟି ଉପରେ ପ୍ରଶ୍ନ ଉଠୁଛି। ଆୟରଙ୍କୁ ସ୍ଥାନ ନ ମିଳିବାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି boycott bcci. ସେପଟେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଏସିଆ କପ୍ ୨୦୨୫ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିମ୍ ଇଣ୍ଡିଆର ଚୟନ ଉପରେ ପ୍ରଶ୍ନ ଉଠାଇ ହରଭଜନ ସିଂହ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଉପରେ ନିଆଁ ପରି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ହରଭଜନ ସିଂହ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ମୁଁ ଭାବୁଛି ମହମ୍ମଦ ସିରାଜଙ୍କୁ ମଧ୍ୟ ଏସିଆ କପ୍ ୨୦୨୫ ପାଇଁ ଭାରତର ଟି-୨୦ ଦଳରେ ସାମିଲ କରାଯିବା ଉଚିତ ଥିଲା। ମହମ୍ମଦ ସିରାଜ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ବହୁତ ଭଲ ବୋଲିଂ କରିଛନ୍ତି।



ହରଭଜନ ସିଂହ ଆଉ ମଧ୍ୟ କହିଛନ୍ତି, ଆୟର ବହୁତ ରନ କରିଥିଲେ, ସେ ଆଇପିଏଲ ଫାଇନାଲରେ ମଧ୍ୟ ଖେଳିଥିଲେ ଏବଂ ବହୁତ ଭଲ ଫର୍ମରେ ଥିଲେ। କିନ୍ତୁ ତାଙ୍କୁ ଦଳରେ ସାମିଲ ନ କରିବା ଅତ୍ୟନ୍ତ ଦୁଃଖର ବିଷୟ। ଆୟର ନିକଟରେ ଶେଷ ହୋଇଥିବା ଟୁର୍ଣ୍ଣାମେଣ୍ଟ ଓ ଆଇପିଏଲ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଇପିଏଲ୍‌ରେ ସେ ୬୦୪ ରନ୍ କରିଥିଲେ । ୫୦.୩୩ ହାର ଓ ୧୭୫.୦୭ ଷ୍ଟ୍ରାଇକ୍ ରେଟ୍ ସହ ରନ୍ କରିଥିଲେ । ଏହା ଛଡ଼ା ଦୁବାଇରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ସେ ୨୪୩ ରନ୍ କରିଥିଲେ । ଏହା ସତ୍ତ୍ୱେ ତାଙ୍କୁ ଏସିଆ କପ୍ ପାଇଁ ଅଣଦେଖା କରାଯାଇଛି । ଆହୁରି ବଡ଼ କଥା ହେଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଦୁବାଇରେ ହିଁ ଖେଳାଯିବାକୁ ଅଛି, ଯେଉଁଠାରେ ଆୟରଙ୍କ ବ୍ୟାଟରୁ ଖୁବ୍ ରନ୍ ବାହାରେ। କ୍ରିକେଟ ଫ୍ୟାନ୍ସ କହୁଛନ୍ତି ଯେ, ଆୟର ବୋଧେ ଫେଭରେଟଜିମ୍‌ରେ ନାହାନ୍ତି। ଆୟର କେବଳ ଆଇପିଏଲ୍ କିମ୍ୱା ଚାମ୍ପିଅନ୍ସ ଟ୍ରଫିରେ ନୁହେଁ, ବରଂ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି । ରଣଜୀ ଟ୍ରଫିରେ ୪୮୦ ରନ୍, ସୈୟର ମୁସ୍ତାକ ଅଲି ଟ୍ରଫିରେ ୩୪୫ ରନ୍ ଓ ବିଜୟ ହଜାରେ ଟ୍ରଫିରେ ୩୨୫ ରନ୍ କରିଥିଲେ । ଟି-୨୦ ଫର୍ମାଟ୍‌ରେ ଆୟର ୧୩୦୦ ରନ୍ କରିଛନ୍ତି । ଏଥିରେ ତାଙ୍କ ଆଭରେଜ୍ ୪୬.୪ ଓ ଷ୍ଟ୍ରାଇକ୍ ରେଟ୍ ୧୬୯.୫ ପ୍ରତିଶତ ରହିଛି, ଯାହା ତାଙ୍କ ନିରନ୍ତର ପ୍ରଦର୍ଶନକୁ ଦର୍ଶାଉଛି। ସେହିପରି ଏସିଆ କପରେ ଜୈସଓ୍ବାଲଙ୍କୁ ମଧ୍ୟ ସ୍ଥାନ ମିଳିନି। ନିକଟରେ ଇଂଲଣ୍ଡ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ। କେବଳ କଣ ଶୁଭମନ ଗିଲଙ୍କ ପାଇଁ ଭାରତ ଟେଷ୍ଟ ସିରିଜ ବରାବର କରିଥିଲା। ନା ଗିଲଙ୍କୁ ବିସିସିଆଇ ସର୍ବୋତ୍ତମ ଖେଳାଳି ବୋଲି ପ୍ରମାଣ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରେସମିଟରେ ଅଜିତ୍ ଅଗରକରଙ୍କୁ ଏହା ଉପରେ ପ୍ରଶ୍ନ କରାଯାଇଥିଲା, ଆଉ ତାଙ୍କ ଜବାବ ଆଶ୍ଚର୍ଯ୍ୟଜନ ଥିଲା । ଅଗର୍‌କର୍ କହିଥିଲେ, ଶ୍ରେୟସ ଆୟର କାହା ସ୍ଥାନ ନେବେ ? ଏହା ନା ତାଙ୍କ ଭୁଲ, ନା ଆମର । ଏହି ବୟାନ ସେହି କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି, ଯେଉଁମାନେ ଆୟରଙ୍କୁ ଟିମ୍‌ରେ ଦେଖିବାକୁ ଚାହୁଁଥିଲେ । ଅଗର୍‌କର୍‌ଙ୍କ ବୟାନ ସ୍ପଷ୍ଟ କରୁଛି, ଟିମରେ ସ୍ଥାନର ଅଭାବ ଥିଲା, କିନ୍ତୁ ଜଣେ ଭଲ ଖେଳାଳି, ଯିଏ ଅଧିନାୟକ ଭାବେ ବି ଚମତ୍କାର ପ୍ରଦର୍ଶନ କରିସାରିଛନ୍ତି, ତାଙ୍କୁ ବାହାରେ ରଖିବା ନିଶ୍ଚୟ ପ୍ରଶ୍ନ ସୃଷ୍ଟି କରିବ। ତେବେ ଚୟନରେ ସବୁଠୁ ବଡ଼ କଥା କମ ଫର୍ମ ନୁହେଁ କି ? ଯିଏ ଯାହାର ପ୍ରିୟ ତାଙ୍କୁ ହିଁ ରଖାଯାଉଛି ବୋଲି ଚର୍ଚ୍ଚା ହେଉଛି। ଟିମରେ ସାମିଲ ଅନେକ ଖେଳାଳିଙ୍କ ଫର୍ମ ଠିକ୍ ନୁହେଁ, ତଥାପି ସେମାନଙ୍କୁ କାହିଁକି ସ୍ଥାନ ଦିଆଯାଇଛି।


ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର ...

Sponsored
why-is-there-so-much-injustice-with-shreyas-iyer | Argus News