Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

WTC ଫାଇନାଲ ଖେଳିବ ତ ଭାରତ?

Sangram Tripathy
Browse all articles by Sangram Tripathy
·1 year ago·2 min read
WTC ଫାଇନାଲ ଖେଳିବ ତ ଭାରତ?

ଅର୍ଗସ ବ୍ୟୁରୋ:ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ପୂର୍ବରୁ ବଢିଛି ଟିମ୍ ଇଣ୍ଡିଆର ଟେନସନ,ରୋହିତଙ୍କ ଆଖିରୁ ହଜିଛି ନିଦ। ଚର୍ଚ୍ଚା WTC ଫାଇନାଲ ଖେଳିବ ତ ଭାରତ। ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ରୋହିତ ସେନାକୁ ଲାଗିଛି ବଡ଼ ଝଟକା,WTC କୁ ନେଇ ବଦଳିପାରେ ସମୀକରଣ। ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାସ୍ତ ହୋଇଛି । ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ମଧ୍ୟ ଭାଙ୍ଗିଛି। ଉଭୟ ମ୍ୟାଚରେ ଭାରତ ପରାସ୍ତ ହେବା ପରେ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଖେଳିବାକୁ ଦଳ ସଂଘର୍ଷ କରିବାକୁ ପଡିପାରେ,କେବଳ ସେତିକି ନୁହେଁ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ଟିମ ଇଣ୍ଡିଆ ଫାଇନାଲରୁ ବାଦ୍ ପଡ଼ିପାରେ ବୋଲିଜୋରଧରିଛି ଚର୍ଚ୍ଚା । କିନ୍ତୁ WTC  ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆକୁ କଡ଼ା ସଂଘର୍ଷ କରିବାକୁ ପଡ଼ିପାରେ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ୬୨.୮୨ ପ୍ରତିଶତ ସହ ରୋହିତ ସେନା ଶୀର୍ଷ ସ୍ଥାନରେ ରହିଥିବାବେଳେ ୬୨.୫୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଚତୁର୍ଥ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ

ସମୀକରଣ ଦେଖିଲେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପୂର୍ବରୁ ୫ଟି ମ୍ୟାଚ୍ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଫାଇନାଲରେ ପ୍ରବେଶକୁ ହେଲେ ୩ଟି ବିଜୟ ହାସଲ କଲେ ଭାରତକୁ ଅନ୍ୟ ଟିମର ବିଜୟ ଏବଂ ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିପାରେ କିନ୍ତୁ ଯଦି ଟିମ ଇଣ୍ଡିଆ ୪ଟି ମ୍ୟାଚରେ ବିଜୟୀ ହୁଏ, ତେବେ ଫାଇନାଲରେ ସ୍ଥାନ ପ୍ରାୟତଃ ନିଶ୍ଚିତ ହୋଇପାରିବ । ଆଇସିସିର ନିୟମ ଅନୁସାରେ ଟେଷ୍ଟ ମ୍ୟାଚ୍ କୌଣସି ଦଳକୁ ବିଜୟ ଲାଗି ୧୨ ପଏଣ୍ଟ, ମ୍ୟାଚ୍ ଡ୍ର ଲାଗି ୪ ପଏଣ୍ଟ ଏବଂ ମ୍ୟାଚ୍ ଟାଇ ରହିଲେ ୬ ପଏଣ୍ଟ ଦିଆଯାଏ । ତେବେ ଭାରତ WTC ଫାଇନାଲ ଖେଳୁ ବିଜୟ ହାସଲ କରୁ ବୋଲି କ୍ରିକେଟ୍ ଫ୍ୟାନ୍ ଆଶା ରଖିଥିବାବେଳେ । ତେବେ ଆଗାମୀ ମ୍ୟାଚ୍ ଗୁଡିକ ହିଁ ନିର୍ଦ୍ଧାରଣ କରିବ ଭାରତ WTC ଫାଇନାଲ ଖେଳିପାରିବ କି ନାହିଁ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will India play the WTC final? | Argus News