Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଓ୍ବିଲ ଜାକ୍ସଙ୍କ ବିସ୍ଫୋରକ ଶତକ ଦେଲା ଆରସିବିକୁ ବଡ଼ ବିଜୟ

Ritu Das
Browse all articles by Ritu Das
·2 years ago·1 min read
ଓ୍ବିଲ ଜାକ୍ସଙ୍କ ବିସ୍ଫୋରକ ଶତକ ଦେଲା ଆରସିବିକୁ ବଡ଼ ବିଜୟ

ଅର୍ଗସ ବ୍ୟୁରୋ: ଆରସିବି କ୍ୟାମ୍ପରେ ଖୁସିର ମାହୋଲ। ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୯ ଓ୍ବିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଓ୍ବିଲ ଜାକ୍ସଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ହାଫ ସେଞ୍ଚୁରୀ ବଲରୁ ୭୦ ରନ) ବଳରେ ବିଜୟୀ ୨୦୧ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ବେଙ୍ଗାଲୁରୁ । ଫାଫ ଡୁପ୍ଲେସିସ ୨୪ ରନ କରିଥିଲେ ।

ଏହି ମ୍ୟାଚରେ ବେଙ୍ଗାଲାରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇଥିଲେ । ସେ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ସେହିପରି ଅନ୍ୟ ଓପନର ଶୁଭମନ ଗିଲ ମଧ୍ୟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ତେବେ ସାଇ ସୁଦର୍ଶନ ଓ ଶାହରୁଖ ଖାଁ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସୁଦର୍ଶନ ଅପରାଜିତ ୮୪ ରନ କରିଥିବାବେଳେ ଶାହରୁଖ ୫୮ ରନ କରିଥିଲେ । ଡେଭିଡ୍ ମିଲର ମଧ୍ୟ ୧୯ ବଲ ଖେଳି ୨୬ ରନ କରିଥିଲେ । ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । 
ଏହା ଫଳରେ ବେଙ୍ଗାଲୁରୁ ଆଗରେ ବିଜୟ ପାଇଁ ୨୦୧ରନର ଲକ୍ଷ୍ୟ ରହିଛି ।  ଆରସିବି ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ, ସ୍ବପ୍ନିଲ ସିଂ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will Jax's | Argus News