Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କଟକ ଦିନିକିଆରେ କୋହଲି ଖେଳିବେ ନା ନାହିଁ: ଆସିଲା ବଡ଼ ଅପଡେଟ୍‌

Ritu Das
Browse all articles by Ritu Das
·1 year ago·1 min read
କଟକ ଦିନିକିଆରେ କୋହଲି ଖେଳିବେ ନା ନାହିଁ: ଆସିଲା ବଡ଼ ଅପଡେଟ୍‌

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ନ ଖେଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କୋହଲି ବିଶ୍ୱର ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ, ତେଣୁ ଫିଟନେସ କାରଣରୁ ତାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ ଦିଆଯିବା ଏକ ଏପରି ଖବର ଯାହା ବିଶ୍ୱାସ କରିବା ଟିକେ କଷ୍ଟକର। ସତ କଥା ହେଉଛି, ଆଣ୍ଠୁ ଆଘାତ ଯୋଗୁ ବିରାଟଙ୍କୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ନ ଥିଲେ। ଏବେ ତାଙ୍କ ଆଘାତ ଏବଂ କଟକରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ ଖେଳିବା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି। ଶୁଭମନ ଗିଲ ଏକ ଅପଡେଟ ଦେଇ କହିଛନ୍ତି, ମ୍ୟାଚ ପୂର୍ବରୁ ସନ୍ଧ୍ୟାରେ ଅଭ୍ୟାସ ସମୟରେ ବିରାଟ ସମ୍ପୂର୍ଣ୍ଣ ଫିଟ ଦେଖାଯାଉଥିଲେ।


ନାଗପୁରରେ ପ୍ରଥମ ଏକଦିବସୀୟ ମ୍ୟାଚ ଖେଳାଯିବା ପୂର୍ବରୁ ତାଙ୍କୁ ଅଭ୍ୟାସ କରୁଥିବାର ମଧ୍ୟ ଦେଖାଯାଇଥିଲା। କିନ୍ତୁ ରୋହିତ ଶର୍ମା ଟସ ସମୟରେ କହିଲେ ଯେ, ବିରାଟ ପ୍ଲେଇଙ୍ଗ-୧୧ର ଅଂଶ ହେବେ ନାହିଁ, ଏହା ବିଶେଷକରି ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଏବଂ ଆଶ୍ଚର୍ଯ୍ୟଜନକ ଖବର ଥିଲା। ପୂର୍ବରୁ ଲାଗୁଥିଲା ଯେ, ଯଶସ୍ବୀ ଜୟସ୍ବାଲଙ୍କୁ କୋହଲିଙ୍କ ସ୍ଥାନରେ ନିଆଯାଇଛି, କିନ୍ତୁ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ, ତାଙ୍କୁ କୋହଲିଙ୍କ ସ୍ଥାନରେ ନିଆଯାଇଛି। ଅଭ୍ୟାସ ସମୟରେ ବିରାଟଙ୍କ ଆଣ୍ଠୁରେ କୌଣସି ସମସ୍ୟା ନ ଥିଲା, କିନ୍ତୁ ହୋଟେଲରେ ପହଞ୍ଚିବା ପରେ ଏହା ଫୁଲି ଯାଇଥିଲା। ଏହା ଏକ ବହୁତ ଗମ୍ଭୀର ସମସ୍ୟା ନୁହେଁ, ସେ ନିଶ୍ଚିତ ଭାବରେ କଟକରେ ହେବାକୁ ଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Kohli play in Cuttack Dinikia or not: Big update | Argus News