Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟିମ୍ ଇଣ୍ଡିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା,ନ୍ୟୁଜିଲାଣ୍ଡ ଭାଙ୍ଗିବ କି ଭାରତରେ ୩୬ବର୍ଷର ପରାଜୟ ଧାରା

Sangram Tripathy
Browse all articles by Sangram Tripathy
·1 year ago·2 min read
ଟିମ୍ ଇଣ୍ଡିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା,ନ୍ୟୁଜିଲାଣ୍ଡ ଭାଙ୍ଗିବ କି ଭାରତରେ ୩୬ବର୍ଷର ପରାଜୟ ଧାରା

ଅର୍ଗସ ବ୍ୟୁରୋ:ଟେଷ୍ଟରେ ବେଷ୍ଟ କରୁଛି ଟିମ୍ ଇଣ୍ଡିଆ,ବ୍ୟାଟିଂ,ବୋଲିଂ ରେ କମାଲ୍ ଦେଖାଉଛି ରୋହିତ ସେନା । ବାଂଲାଦେଶ ବିପକ୍ଷରେ ୨-୦ରେ ଶୃଙ୍ଖଳା ମୂଳପୋଛ କରିବା ପରେ ଟିମ୍ ଇଣ୍ଡିଆର ନଜର ରହିଛି ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଉପରେ,ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। ସେ ଦୃଷ୍ଟିକୋଣରୁ ଦେଖିଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଭାରତ ହାତରେ ଥିବା ଶେଷ ୧୦ ମ୍ୟାଚ୍‌ରୁ ଦୁଇଟି ସଫଳତାର ସହ ଶେଷ ହୋଇଥିବାବେଳେ ଆଉ ମୋଟ ୮ଟି ମ୍ୟାଚ୍ ରହିଛି ପ୍ରଥମେ ନ୍ୟୁଜିଲାଣ୍ଡ ଟିମ୍ ପରେ ପରେ ଅଷ୍ଟ୍ରେଲିଆଦଳ ସହିତ ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ। ଅନ୍ୟପଟେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ଶୃଙ୍ଖଳା ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବାବେଳେ ବର୍ଷା ବାଧକ ସାଜୁଛି। ଫଳରେ ଭାରତ ଭ୍ରମଣକାରୀ ଦଳ ଉପରେ ଚାପ ସୃଷ୍ଟି କରିପାରେ ନ୍ୟୁଜିଲାଣ୍ଡ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରେ ଶ୍ରୀଲଙ୍କାଠୁ ୦-୨ରେ ପରାସ୍ତ ହୋଇଥିଲାବେଳେ ଭାରତ ଲଗାତାର ୬ ଘରୋଇ ମ୍ୟାଚ୍‌ରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ କେନ୍‌ ୱିଲିୟମ୍‌ସନ୍‌ଙ୍କ ଭଳି ଦକ୍ଷ ଖେଳାଳି ନଥିବାରୁ ନ୍ୟୁଜିଲାଣ୍ଡ ଉପରେ ଏହା ଅତିରିକ୍ତ ଚାପ ପକାଇପାରେ।

ଦେଖିବାକୁ ଗଲେ  ନ୍ୟୁଜିଲାଣ୍ଡ ୧୯୮୮ ମସିହା ପରେ ଭାରତରେ ଟେଷ୍ଟ୍ ଶୃଙ୍ଖଳା ଜିତି ନଥିବାରୁ ଏହି ଶୃଙ୍ଖଳା ତାପାଖରେ ୩୬ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କିନ୍ତୁ ରୋହିତ ସେନା ଟେଷ୍ଟରେ ଯେଉଁଭଳି ପ୍ରଦର୍ଶନ କରୁଛି ତାହା  ନ୍ୟୁଜିଲାଣ୍ଡ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି,ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ଟେବୁଲ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଷଷ୍ଠ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ରନ୍ ମେସିନ ବିରାଟଙ୍କ ଉପରେ ରହିଛି ସମସ୍ତଙ୍କ ନଜର,ରେକର୍ଡ ଅପେକ୍ଷାରେ ରହିଛନ୍ତି ବିରାଟ କୋହଲି, ୯୦୦୦ ଟେଷ୍ଟ୍‌ ରନ୍‌ଠୁ ଆଉ ୫୩ ରନ୍‌ ଦୂରରେ ଥିବାରୁ ପ୍ରଥମ ମ୍ୟାଚ୍‌ରେ ସେ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। କୋହଲି ଶେଷ ୮ ମ୍ୟାଚ୍‌ ମଧ୍ୟରେ ଦୁଇଟି ଶତକ ଅର୍ଜନ କରିଛନ୍ତି। ବେଙ୍ଗାଲୁରୁରେ ମ୍ୟାଚ୍ ଥିବାରୁ ତାହା ବିରାଟଙ୍କ ଆରସିବି ଦଳର ହୋମ ଗ୍ରାଉଣ୍ଡ ହୋଇଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି,ପୁଣି ସେ ଶତକୀୟ ପାରି ଖେଳିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ କ୍ଲିନ୍ ସୁଇପ୍ କରୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will New Zealand break the Test series against Team India or India's 36-year losing streak? | Argus News