ଧୋନୀଙ୍କ ପରେ ରୋହିତ ହେବେ କି ଟିମର କ୍ୟାପଟେନ?

ଅର୍ଗସ ବ୍ୟୁରୋ: ଫ୍ୟାନମାନଙ୍କ ପାଇଁ ଏକ ଝଟକାଦାର ଖବର। ଚେନ୍ନାଇରେ ଖେଳିବେ ରୋହିତ। ହଁ ଏଇକଥା ଏବେ ସବୁଠି ଚର୍ଚ୍ଚା କିନ୍ତୁ ଏନେଇ ଅଫିସିଆଲି ଆନାଉନ୍ସମେଣ୍ଟ ହୋଇନି। ରୋହିତ ଶର୍ମାଙ୍କୁ IPL ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ପଦରୁ ହଟାଇବା ପରେ କ୍ରିକେଟ୍ ଫ୍ୟାନଙ୍କୁ ବଡ଼ ଝଟକା ଲାଗିଥିଲା। କାରଣ ବେଶ୍ କିଛି ବର୍ଷ ଧରି ମୁମ୍ବାଇର ଅଧିନାୟକ ଭାର ତୁଲାଇ ଆସୁଥିବା ଏବଂ ଦଳକୁ ପାଞ୍ଚ ପାଞ୍ଚ ଥର ଚାମ୍ପିୟନ୍ କରାଇଥିବା ରୋହିତ କିଛି କ୍ଷଣ ମଧ୍ୟରେ କ୍ୟାପଟେନ୍ ପଦରୁ ହଟିଥିଲେ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ କ୍ୟାପଟେନ ଭାବେ ନିଯୁକ୍ତି କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସେପଟେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଚଳିତ ସିଜନ ପରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ୪୧ବର୍ଷୀୟ ଧୋନୀ ଏଇଥର ଶେଷ ମ୍ୟାଚ ଖେଳିବେ ବୋଲି ସ୍ପଷ୍ଟ କରିସାରିଛନ୍ତି। ରୋହିତଙ୍କୁ ଏନେଇ ପଚାରିବାରୁ ସେ ଏକ ମଜାଳିଆ ଉତ୍ତର ଦେଇଛନ୍ତି ସେ କହିଛନ୍ତି ମୁଁ ଏଥର ଚେନ୍ନାଇ ଟିମରେ ଖେଳିବି। ଆଉ କ୍ୟାପଟନ ବି ହେବି। ତେବେ ଏହା କେତେଦୂର ସତ ତାହା ଆମେ ଜାଣିନାହୁଁ। କିନ୍ତୁ ଫ୍ୟାନ ମାନେ ଏହି ଖବର ଶୁଣି ଖୁସି ହୋଇଯାଇଛନ୍ତି। ଆଉ ଚାହୁଁଛନ୍ତି ରୋହିତ ସିଏସକେ ଟିମରେ ଖେଳନ୍ତୁ।
ତେବେ ରୋହିତ ଶର୍ମାଙ୍କ ଅଧିନାୟକ ପଦରୁ ହଟାଯିବା ପରେ ତାଙ୍କର ଅନେକ ଫ୍ୟାନ ଖପ୍ପା ହୋଇଥିଲେ । ଏପରିକି ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଇନଷ୍ଟା ଫଲୋଅର୍ସ ସଂଖ୍ୟା ପ୍ରାୟ ୪ ଲକ୍ଷ ହ୍ରାସ ପାଇଥିଲା । ଆଉ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦ ଲକ୍ଷ ଫ୍ୟାନ MIକୁ ଅନ୍ଫଲୋ କରିଦେଇଥିଲେ । ଆଉ ଇନଷ୍ଟାରେ ଟ୍ରେଣ୍ଟ ଚାଲିଥିଲା #shameonMI
ଆଇପିଏଲ ୨୦୨୪ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ହେବେ। କିନ୍ତୁ ଏମଆଇ ଟିମ ପ୍ରତି ରୋହିତଙ୍କ ଅବଦାନକୁ କେବେ ଭୂଲି ହେବନି। ରୋହିତ ଶର୍ମା ଗତ ୧୧ଟି ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଥିଲେ । ରୋହିତ ଶର୍ମା ପ୍ରଥମ ଥର ପାଇଁ ଆଇପିଏଲ ୨୦୧୩ ସିଜନରେ ଅଧିନାୟକ ହୋଇଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଟାଇଟଲ ଜିତିଥିଲା। କିନ୍ତୁ ଚର୍ଚ୍ଚା ହେଉଛି ରୋହିତ ଶର୍ମାଙ୍କ ଇଚ୍ଛା ବିରୁଦ୍ଧରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ MIର ଅଧିନାୟକ କରାଗଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର