Videos
|
Sports

Cricket Match Updates / ୧୨୫ ରନ୍‌ର ଧମାକାଦାର ଇନିଂସ ଖେଳିଲେ ୱିଲ୍ ୟଙ୍ଗ୍… ଭାରତକୁ ୩୩୪ ରନ୍‌ର ଟାର୍ଗେଟ୍

Ritu Das
Browse all articles by Ritu Das
·1 hour ago·2 min read
୧୨୫ ରନ୍‌ର ଧମାକାଦାର ଇନିଂସ ଖେଳିଲେ ୱିଲ୍ ୟଙ୍ଗ୍… ଭାରତକୁ ୩୩୪ ରନ୍‌ର ଟାର୍ଗେଟ୍
Cricket

Key Points

ଭାରତ ସାମ୍ନାରେ ମ୍ୟାଚ୍ ଏବଂ ସିରିଜ ଜିତିବା ପାଇଁ ୩୩୪ ରନର ଲକ୍ଷ୍ୟ ରହିଛି
ବେ-ଓଭାଲ ମାଉଣ୍ଟ ମାଉଙ୍ଗାନୁଇରେ ଆଜି ସକାଳୁ ହାଇଭୋଲଟେଜ ମ୍ୟାଚ ଚାଲିଛି। ଭାରତ , ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଚତୁର୍ଥ ଦିନିକିଆ ସିରିଜ ଖେଳାଯାଉଛି। ଭାରତ ଏଯାଏ ୨-୦ରେ ସିରିଜ ଅଗ୍ରଣୀ ରହିଛି। ଏବେ ନ୍ୟୁଜିଲାଣ୍ଡ ଟିମକୁ ନିଜ କବଜାକୁ ନେବାକୁ ପ୍ରୟାସ ଜାରି ରଖିଛି। କିଓ୍ବି ଟିମ ଏଥିପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ୍ ହରାଇ ୩୩୩ ରନ ସଂଗ୍ରହ କରିଛି । ଭାରତ ସାମ୍ନାରେ ମ୍ୟାଚ୍ ଏବଂ ସିରିଜ ଜିତିବା ପାଇଁ ୩୩୪ ରନର ଲକ୍ଷ୍ୟ ରହିଛି । କିୱି ପକ୍ଷରୁ ଓପନର ୱିଲ୍ ୟଙ୍ଗ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ସେ ୧୨୫ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି । ସେହିପରି ଭାରତ ପକ୍ଷରୁ ଆକିବ୍ ନବି, ଗୁରନୁର ବ୍ରାର ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଏବଂ ନମନ ଧୀରଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।

ଦିନିକିଆରେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ନ୍ୟୁଜିଲାଣ୍ଡ। ପ୍ରଥମରୁ କିଓ୍ବି ବ୍ୟାଟରଙ୍କ ଉପରେ ଭାରତୀୟ ପେସ୍ ଆଟାକ୍ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏଥିରେ କିଛି ସମୟ ପାଇଁ ସଫଳ ମଧ୍ୟ ହୋଇଥିଲେ । ହେଲେ ଓ୍ବିଲ୍ ୟଙ୍ଗଙ୍କ ଦୁଇଟି କ୍ୟାଚ୍ ହାତ ଛଡ଼ା କରିବା ପରେ ସେ ଭାରତୀୟ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ଦୁଇଟି ଜୀବନ ଦାନ ପାଇ ୟଙ୍ଗ୍ ଦଳ ତରଫରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୧୦୮ଟି ବଲ ଖେଳି ୧୨୫ ରନର ଶତକୀୟ ଇନିଂସ ଖେଳିଥିଲେ । ଏଥିରେ ୧୪ଟି ଚୌକା ଏବଂ ୪ଟି ଛକା ରହିଛି । ୟଙ୍ଗଙ୍କୁ ସାଥ୍ ଦେଇଥିଲେ ଟିମ୍ ସେଫର୍ଟ । ସେ ୪୮ଟି ବଲରୁ ୫୮ରନ ଇନିଂସ ଖେଳିଥିଲେ । ଏହା ତାଙ୍କର ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ । ସେହିପରି ଫିନ୍ ଆଲେନ୍ ୪୧ ଇନିଂସ ଖେଳିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ମିଚେଲ୍ ସାଣ୍ଟନର ୨୪ ରନ୍, ଖ୍ରୀଷ୍ଟନ୍ କ୍ଲାର୍କ ୨୨ ରନ, କେଏଲ୍ ଜେମିସନ ୧୯ ରନ୍ ଏବଂ ବ୍ରେସ୍ ୱେଲ୍ ୧୫ ରନ୍ ସଂଗ୍ରହ କରି ଦଳୀଯ ସ୍କୋରକୁ ୩୩୩ ରନରେ ପହଞ୍ଚାଇଥିଲେ । ଯାହାଫଳରେ ଟିମ୍ ଇଣ୍ଡିଆ ସମ୍ନାରେ ୩୩୪ ରନର ଏକ ବିଶାଳ ଲକ୍ଷ୍ୟ ରହିଛି । ଏହି ମୁକାବିଲାକୁ ଜିତି ଭାରତୀୟ ଦଳ ମ୍ୟାଚ୍ ସହିତ ସିରିଜ୍ ସିଲ୍ ଲକ୍ଷ୍ୟ ରହିଛି । ଅନ୍ୟପଟେ ଆଜି ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: