|
logo
Live

Argus News - ୭୦ଟି ଦଳକୁ ନେଇ ନୂଆପଡା ଦୁର୍ଗମ ଅଞ୍ଚଳ ଖଡ଼ିଆଳରେ ଜମୁଛି ଫୁଟବଲ ମହାକୁମ୍ଭ

Sports

୭୦ଟି ଦଳକୁ ନେଇ ନୂଆପଡା ଦୁର୍ଗମ ଅଞ୍ଚଳ ଖଡ଼ିଆଳରେ ଜମୁଛି ଫୁଟବଲ ମହାକୁମ୍ଭ

Sangram Tripathy
Browse all articles by Sangram Tripathy
·1 year ago·1 min read
୭୦ଟି ଦଳକୁ ନେଇ ନୂଆପଡା ଦୁର୍ଗମ ଅଞ୍ଚଳ ଖଡ଼ିଆଳରେ ଜମୁଛି ଫୁଟବଲ ମହାକୁମ୍ଭ

ଅର୍ଗସ ବ୍ୟୁରୋ:ନୂଆପଡା ଜିଲ୍ଲା ଦୁର୍ଗମ ଅଞ୍ଚଳ ଖଡ଼ିଆଳର ରାଜା ଏଟି ହାଇସ୍କୁଲ ପଡ଼ିଆରେ ଜମୁଛି ଫୁଟବଲ ମହାକୁମ୍ଭ ୨୦୨୪ l ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟ୍ସ ଆସୋଶେସନ ଦ୍ବାରା ଆୟୋଜିତ ଏହି ଫୁଟବଲ ମହାକୁମ୍ଭରେ ସିନାପାଲି, ବୋଡେନ ବ୍ଲକର ଉପାନ୍ତ, ସୀମାନ୍ତ ଗ୍ରାମାଞ୍ଚଳର ଖେଳାଳି ଆସି ଫ୍ଲଡ ଲାଇଟ ତଳେ ଖେଳୁଛନ୍ତି ଦିବାରାତ୍ର ମ୍ୟାଚ l ହଜାର ହଜାର ଖେଳ ପ୍ରେମୀଙ୍କ ଗହଳି ଭିତରେ ଖେଳ ପ୍ରଦର୍ଶନ କରି ବେଶ ଖୁସି ଅଛନ୍ତି ଖେଳାଳି l ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଫୁଟବଲ ମହାକୁମ୍ଭକୁ କରିଥିଲେ ଉଦଘାଟନ l ଖଡ଼ିଆଳ, ସିନାପାଲି, ବୋଡେନ ବ୍ଲକ ସମେତ ଖଡ଼ିଆଳ ଏନଏସିର ମିଶି ମୋଟ ୭୦ଟି ଦଳକୁ ନେଇ ଚାଲିଛି ଫୁଟବଲ ମହାକୁମ୍ଭ l ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ନଭେମ୍ବର ୭ ପର୍ଯ୍ୟନ୍ତ ୧୭ ଦିନ ଧରି ଚାଲିବ l ପ୍ରତିଦିନ ଖେଳ ଦେଖିବାକୁ ଛୋଟରୁ ବଡ଼ ସମସ୍ତଙ୍କ ଭିଡ଼ ଜମୁଛି l ଓଡ଼ିଆ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ଧାରା ବିବରଣୀ ହେଉଛି l ପ୍ରତିଦିନ ଅଞ୍ଚଳ ର ଜନ ପ୍ରତିନିଧି ମାନେ ଅତିଥି ରୂପେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହ କରୁଛନ୍ତି। ଫୁଟବଲ ମହାକୁମ୍ଭ ଅଞ୍ଚଳର ଖେଳାଳିଙ୍କୁ ଦେଇଛି ନିଆରା ପରିଚୟ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୭୦ଟି ଦଳକୁ ନେଇ ନୂଆପଡା ଦୁର୍ଗମ ଅଞ୍ଚଳ ଖଡ଼ିଆଳରେ ଜମୁଛି ଫୁଟବଲ ମହାକୁମ୍ଭ | Argus News