ପରିବାରର ସମ୍ମତି,ମନୁଙ୍କ ହାତଧରିବେ ନୀରଜ!

ଅର୍ଗସ ବ୍ୟୁରୋ:ଏଥର ବାଜିବ ଶାହାନାଇ, ଦିଲୱାଲେ ନେଇଯିବେ ଦୁଲହନିଆଙ୍କୁ,ମନୁଙ୍କ ହାତରେ ଲାଗିବ ମେହେନ୍ଦୀ,ଆଉ ବର ସାଜିବେ ସୁନାପୁଅ ନୀରଜ,ଖେଳିବେ ଦ୍ବିତୀୟ ଇଂନିସ। ସୋସିଆ ମିଡିଆରେ ଜୋର ଧରିଛି ଚର୍ଚ୍ଚା। ୟୁଜର୍ସ ଲେଖୁଛନ୍ତି ଏଥର ମନୁଙ୍କ ହାତ ଧରିବେ ନୀରଜ। କୁଆଡେ ନୀରଜ ଚୋପ୍ରା-ମନୁ ଭାକର ରିସ୍ତା ପକ୍କା ହୋଇସାରିଛି। ସୋସିଆଲ ମିଡିଆରେ ଦୁଇଟି ଭିଡିଓ ମଧ୍ୟ ଭାଇରାଲ ହେଉଛି। ସୋଶାଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଥିବା ବେଳେ ଏହା ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ଭାଇରାଲ ଭିଡିଓ ଉପରେ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ପ୍ରଥମ ଭିଡିଓଟି ପ୍ୟାରିସ୍ ଅଲମ୍ପିକ୍ସ ଗେମ୍ସ ଗ୍ରାମରୁ ଭାଇରାଲ ହୋଇଥିବା ଜଣାପଡୁଛି,ଭିଡିଓରେ, ନୀରଜ ଚୋପ୍ରା ଏବଂ ମନୁ ଭାକର ଖେଳ ଗ୍ରାମରେ ପରସ୍ପର ସହ ଗୁପଚୁପ୍ରେ କଥାବାର୍ତ୍ତା ହେଉଥିବାବେଳେ,ହସ ହସ ନିଆରା ଆନ୍ଦାଜରେ ଦେଖିବାକୁ ମିଲିଥିଲା,ଆଉ ଏଥିସହ ଅନ୍ୟ ଏକ ଭିଡ଼ିଓରେ ମନୁଙ୍କ ମା ସୁମେଧା ଭାକର ନୀରଜଙ୍କ ସହ କଥାବାର୍ତ୍ତା କରୁଥିବା ସହତାଙ୍କ ହାତ ଧରିଥିଲେ,କୁଆଡେ ମନୁଙ୍କ ପାଇଁ ତାଙ୍କ ହାତ ମାଗୁଥିଲେ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଭିଡିଓରେ ନୀରଜ ସୁମେଧା ଭାକରଙ୍କ ମୁଣ୍ଡରେ ହାତ ରଖି ପ୍ରତିଶ୍ରୁତି ଦେଉଥିବାର ନଜର ଆସିଥିଲେ। ଆଉ ଏ ଭିଡ଼ିଓ ଦେଖିବା ପରେ ୟୁଜର ଲେଖିଛନ୍ତି,ମନୁ ଏବଂ ନୀରଜ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି। ମାତ୍ର ଉଭୟଙ୍କ ପରିବାର ଲୋକ ଏହାକୁ ଖଣ୍ଡନ କରିଛନ୍ତି। ନୀରଜଙ୍କ ପରିବାର ଲୋକ କହିଛନ୍ତି ନୀରଜଙ୍କ ବିବାହ ହେଲେ ସମସ୍ତଙ୍କୁ ସୂଚନା ଦିଆଯିବ। ନୀରଜ କେବେ ଓ କାହାକୁ ବିବାହ କରିବ ସମସ୍ତେ ନିଶ୍ଚିତ ଜାଣିବେ। ଅନ୍ୟପଟେ ମନୁଙ୍କ ମା କହିଛନ୍ତି ମନୁର ବିବାହ ବୟସ ହୋଇ ନାହିଁ,ଜଣେ ମା ପୁଅ ସହ କଥା ହେଲେ ଅସୁବିଧା କେଉଁଠି ବୋଲି କହିଛନ୍ତି। ଆଉ ଏବେ ଏବେ ଅଲମ୍ପିକ୍ସ ଶେଷ ହୋଇଥିବାବେଳେ ଭାରତର ଜାଭେଲିନ୍ ଥ୍ରୋ ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ଏବଂ ସୁଟର ମନୁ ଭାକର ଖବର ଦୁନିଆର ହେଡ୍ ଲାଇନ୍ ପାଲଟିଛନ୍ତି।
ଖେଳ ଜୀବନକୁ ନେଇ ନୁହେଁ,ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ପ୍ୟାରିସ୍ ଅଲମ୍ପିକ୍ସରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିବା ସହସଭିଙ୍କ ମନ ଜିତିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା ଏବଂ ସୁଟର ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିବା ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର ଭାରତକୁ ଦ୍ବିତୀୟ ବ୍ରୋଞ୍ଜ ପଦକ ଭେଟିଦେଇଥିଲେ। ୨ଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। ଅଲମ୍ପିକ୍ସରେ ଜାଭେଲିନ ଫିଙ୍ଗି ଭାରତ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତି ଥିଲେ ନୀରଜ ଚୋପ୍ରା।
📱 Get Argus News App
✨
ଅଲମ୍ପିକ୍ସରେ ଦେଶ ପାଇଁ ପଦକ ଜିତଥିବା ନୀରଜ ପ୍ୟାରିସରୁ ଭାରତ ଆସିବା ପରିବର୍ତ୍ତେ ଜର୍ମାନୀ ଯାତ୍ରା କରିଛନ୍ତି ଦୀର୍ଘଦିନ ଧରି ସେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିଲେ