Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

2ୟ ବିଜୟ ସହ ପଏଣ୍ଟ ଟେବୁଲରେ ଦୁଇ ନମ୍ବର ସ୍ଥାନରେ ଟିମ୍ କୋଣାର୍କ

Manini Pattanayak
Browse all articles by Manini Pattanayak
·1 year ago·1 min read
2ୟ ବିଜୟ ସହ ପଏଣ୍ଟ ଟେବୁଲରେ ଦୁଇ ନମ୍ବର ସ୍ଥାନରେ ଟିମ୍ କୋଣାର୍କ

ଭୁବନେଶ୍ୱର:  ମୈଦାନରେ ଲିଜେଣ୍ଡ୍ସ ଆଉ ଲିଜେଣ୍ଡ୍ସଙ୍କ ଭିତରେ କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା। ଗ୍ରାଉଣ୍ଡରେ ଦଳର ଧମାକେଦାର୍ ପ୍ରଦର୍ଶନ। ଇଣ୍ଡିଆ କ୍ୟାପିଟାଲକୁ ଧୂଳିଚଟାଇଲା ଦଳ। 2ୟ ବିଜୟ ସହ ପଏଣ୍ଟ ଟେବୁଲରେ ଦୁଇ ନମ୍ବର ସ୍ଥାନରେ ଟିମ୍ କୋଣାର୍କ। ଚଳିତ ଲିଜେଣ୍ଡ୍ସ ଲିଗରେ ଶୁକ୍ରବାର ଦେଖିବାକୁ ମିଳିଛି ଧମାକେଦାର୍ ମ୍ୟାଚ୍। କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା ଓ ଇଣ୍ଡିଆ କ୍ୟାପିଟାଲ ଭିତରେ ରୋମାଞ୍ଚକର ମ୍ୟାଚ। ଶୁକ୍ରବାର ଜମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ପ୍ରତିପକ୍ଷ ଇଣ୍ଡିଆ କ୍ୟାପିଟାଲ ବ୍ୟାଟସ୍ ମ୍ୟାନଙ୍କ ହୋସ୍ ଉଡ଼ାଇଛନ୍ତି କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶାର ବୋଲର୍। 
 ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4ଟି ୱିକେଟ୍ ହରାଇ 127 ରନ ସଂଗ୍ରହ କରିଥିଲା କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା। କେଭିନ ଓ ବ୍ରେନ ୪୬ ବଲରୁ ୫୫ ରନ ସଂଗ୍ରହ କରି ଅପରାଜିତ ରହିଥିଲେ ।

ଦିଲଶାନ ମୂନାୱିରା ୩୩ ଓ ୟୁସୁଫ ପଠାନ ୧୨ ରନ କରିଥିଲେ । ତେବେ 127 ରନର ଟାର୍ଗେଟକୁ ହାସଲ କରିବାରେ ଫେଲ୍ ମାରିଥିଲା ଇଣ୍ଡିଆ କ୍ୟାପିଟାଲ୍ସ। କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶାର ବୋଲରଙ୍କ ଆଗରେ ମାଟି କାମୁଡିଥିଲେ ଇଣ୍ଡିଆ କ୍ୟାପିଟାଲର ବୋଲର୍। 20 ଓଭରରେ 7 ୱିକେଟ୍ ହରାଇ 122 ରନ୍ କରିବାକୁ ସମର୍ଥ ହୋଇଥିଲା ଟିମ୍। କୋଣାର୍କ ସୂର୍ଯ୍ୟାଜ୍ ପକ୍ଷରୁ ଦିୱେଷ ପଠାନିଆ, କେଭନ କୁପର, ଶାହାବାଜ ନଦୀମ, ପ୍ରବୀଣ ଟାମ୍ବେ, କେପି ଆପାନ୍ନା ଓ ୟୁସୁଫ ପଠାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କେଭିନ ଲିଜେଣ୍ଡ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି।   ତେବେ ଏହି ବିଜୟ ସହ କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ହାସଲ କରିଛି। 6 ପଏଣ୍ଟ ସହ ଦଳ ଟପରେ ପହଞ୍ଚିବାକୁ ଆଉ ବାକି ରହିଛି ଆଉ ମାତ୍ର 4 ପଏଣ୍ଟ।  

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
With the win, Odisha are now placed second on the points table and will play their next match against Toyam Hyderabad on October 6 in Jammu | Argus News