Videos
|
Sports

ମହିଳା ଏସିଆ କପ୍: ୟୁଏଇକୁ ହରାଇ ସେମି ନିକଟତର ଭାରତ

Sangram Tripathy
Browse all articles by Sangram Tripathy
·2 years ago
ମହିଳା ଏସିଆ କପ୍: ୟୁଏଇକୁ ହରାଇ ସେମି ନିକଟତର ଭାରତ

 

ଅର୍ଗସ ବ୍ୟରୋ: ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ,ମହିଳା ଏସିଆ କପ୍ ରେ ଭାରତ ଲଗାତର ଦ୍ବିତୀୟ ବିଜୟ ହାସଲ ସହ ସେମି ଫାଇନାଲ ନିକଟତର ହୋଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିବା ଭାରତୀୟ ମହିଳା ଦଳ ଦ୍ବିତୀୟ ମ୍ୟାଚରେ ୟୁଏଇ ବିପକ୍ଷରେ ବୃହତ୍ତ ବିଜୟ ହାସଲ କରିଛି। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରୁଥିଲା ୨୦ ଓଭରରେ ୫ ୱିକେଟ ହରାଇ ୨୦୧ ରନ କରିଥିଲା।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ଜବାବରେ ୟୁଏଇ ୨୦ ଓଭରରେ ୭ ୱିକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତୀୟ ମ୍ୟାଚ୍‌କୁ ୭୮ ରନରେ ଜିତି ନେଇଛି। ୨୯ ବଲରେ ଅପରାଜିତ ୬୪ ରନର ଇନିଂସ ଲାଗି ଭାରତୀୟ ଟିମର ରିଚା ଘୋଷଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ । 

Women's Asia Cup: India close to semis after losing to UAE | Argus News