Asia Cup / ମହିଳା ଏସିଆ କପ୍: ପାକିସ୍ତାନକୁ ହରାଇଲା ଭାରତ

କାର୍ଡ)ହାରିଲା ପାକିସ୍ତାନ
ଟାଇଟେଲ-ମହିଳା ଏସିଆ କପ୍: ପାକିସ୍ତାନକୁ ହରାଇଲା ଭାରତ
ଅଗର୍ସ ବ୍ୟୁରୋ: ବିଜୟରୁ ଏସିଆ କପରେ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ। ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇ ଦମ୍ ଦେଖାଇଛି ହରମନ ସେନା। ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପାକିସ୍ତାନ ଉପରେ ଭାରୀ ପଡ଼ିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ ହରାଇ ୧୪.୧ ଓଭରରେ ଟାର୍ଗେଟକୁ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ୩ ୱିକେଟ ଦଖଲ କରିଥିବା ଦୀପ୍ତି ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। ଇଣ୍ଡିଆ ପକ୍ଷରୁ ଶେଫାଳି ବର୍ମା ଏବଂ ସ୍ମୃତି ମନ୍ଧାନା ଭାରତକୁ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚକୁ ୧୪.୧ ଓଭରରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ଶେଫାଳି ବର୍ମା ୨୯ ବଲରୁ ୬ଟି ଚୌକା ଏବଂ ଗୋଟିଏ ଛକା ସହ ୪୦ ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୩୧ ବଲରୁ ୯ଟି ଚୌକା ସହିତ ୪୫ ରନ୍ ସାଙ୍ଗକୁ ଦୀପ୍ତି ଶର୍ମାଙ୍କ ୩ ୱିକେଟ୍ ଭାରତକୁ ସହଜ ବିଜୟ ଭେଟି ଦେଇଥିଲା।
📱 Get Argus News App
✨Related Topics
Explore more stories