ମହିଳା ଟି-୨୦ ବିଶ୍ୱକପ୍ :ଶ୍ରୀଲଙ୍କାଙ୍କୁ ୮୨ ରନରେ ପରାସ୍ତ କଲା ହରମନପ୍ରୀତି ସେନା
·1 year ago·1 min read

ଅର୍ଗସ ବ୍ୟୁରୋ:ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାଙ୍କୁ ୮୨ ରନରେ ପରାସ୍ତ କରି ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ସ୍ମିତି ମାନ୍ଧନା ଓ ହରମନପ୍ରୀତିଙ୍କ ଧୂଆଁଧାର ଅର୍ଦ୍ଧଶତକ ପରେ ବୋଲିଂରେ ଦମ ଦେଖାଇଲେ ଅରୁନ୍ଧତି ଓ ଆଶା। ଗ୍ରୁପ ପର୍ଯ୍ୟାୟର ନିଜର ତୃତୀୟ ମ୍ୟାଚ୍ରେ ଭାରତୀୟ ଟିମ୍ ଏସିଆର ଚାମ୍ପିୟନ ଶ୍ରୀଲଙ୍କାକୁ ଏକତରଫା ଭାବେ ପରାସ୍ତ କରିଛି । ଭାରତ ୧୭୩ ରନର ଟାର୍ଗେଟ ଦେଇଥିବା ବେଳେ ଶ୍ରୀଲଙ୍କା ୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ ଭାରତୀୟ ମହିଳା ଟିମକୁ ହରାଇ ଥିଲା। ଫଳରେ ଏହି ବିଜୟ ସହ ବିଶ୍ୱକପରେ ଭାରତୀୟ ଟିମ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛି। ଅପରାଜିତ ୫୨ ରନର ପାରି ଖେଳିଥିବା ଅଧିନାୟକ ହରମନପ୍ରୀତ କୌର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଦଳ ପାକିସ୍ତାନକୁ ହରାଇଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: