ମହିଳା ଟି୨୦; ବାଂଲାଦେଶ ବିଜୟୀ
·1 year ago

ଅର୍ଗସ ବ୍ୟୁରୋ: ୟୁଏଇରେ ଆଜିଠାରୁ ମହିଳା ଟି୨୦ ବିଶ୍ବକପ୍ ଆରମ୍ଭ ହୋଇଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଛି। ଏହି ମ୍ୟାଚ ପରେ ଦୁଇ ଏସୀୟ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳା ଯାଉଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।
ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ କରିବା ପାଇଁ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବେ। ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଧ୍ୟରେ ମ୍ୟାଚ୍ ହେବ ।
ଆହୁରି ପଢନ୍ତୁ ଖେଳ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: