ୱାର୍ଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଡ ଆଉ କେବେ ଖେଳିବନି ପାକିସ୍ତାନ

Key Points
ଭାରତର କଡ଼ା ଆଭିମୁଖ୍ୟ ପରେ ଚାପରେ ଥିଲା ପାକିସ୍ତାନ
ପହଲଗାମ ଆକ୍ରମଣକୁ ଆମେ କେବେ ଭୁଲିବୁନି
ପାକିସ୍ତାନ କ୍ରିକେଟ ବୋର୍ଡର ବଡ଼ ନିଷ୍ପତ୍ତି
ୱାର୍ଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଡ ଆଉ କେବେ ଖେଳିବନି ପାକିସ୍ତାନ
ଭାରତର କଡ଼ା ଆଭିମୁଖ୍ୟ ପରେ ଚାପରେ ଥିଲା ପାକିସ୍ତାନ। କାରଣ ଥିଲା କେବଳ ଗୋଟିଏ। ପହଲଗାମରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ପୁରା ଭାରତ କ୍ରୋଧ ନିଆଁରେ ଜଳୁଥିଲା। ଏହାପରେ ଭାରତ କଡ଼ା ପ୍ରତିଶୋଧ ନେବାକୁ ଅପରେସନ ସିନ୍ଦୂର ନାଁରେ ଏୟାର ଷ୍ଟ୍ରାଇକ କରିଥିଲା। ଭାରତୀୟ ଖେଳାଳି ଅପରେସନ ସିନ୍ଦୂରକୁ ସମ୍ମାନ ଦେଇଛନ୍ତି। ଆମପାଇଁ wcl ଚାମ୍ପିୟନଶିପ କପ୍ ବଡ଼ ନୁହେଁ। ଭାରତୀୟ ଖେଳାଳି କହିଛନ୍ତି ଖେଳ ଠାରୁ ଦେଶ ବହୁ ଊର୍ଦ୍ଧ୍ବରେ। ୨୬ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁକୁ ଆମେ କେବେ ଭୁଲି ପାରିବୁନି। ଭାରତ ପାକିସ୍ତାନ ସହ ଖେଳିବନି ବୋଲି ସଫା ସଫା ବୋଲି ମନା କରିଦେଇଥିଲା।
ଏହାପରେ ନିଷ୍ପତ୍ତି ନେଲା ପାକିସ୍ତାନ କ୍ରିକେଟ ବୋର୍ଡ । ୱାର୍ଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଡ ଆଉ ଖେଳିବନି ପାକିସ୍ତାନ। ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ 2025 ର ଫାଇନାଲରେ, ପାକିସ୍ତାନ ଚାମ୍ପିୟନମାନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି। ସେମାନେ ଆଉ କେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ। ଇଣ୍ଡିଆ ଚାମ୍ପିଅନସ୍ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଚାମ୍ପିଅନସ୍ ସହିତ ଖେଳିବାକୁ ମନା କରିଥବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଛି।ପ୍ରଥମ ଗ୍ରୁପ୍ ପର୍ଯ୍ୟାୟରେ ଏହି ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବାର ଥିଲା କିନ୍ତୁ ଭାରତର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରି ନଥିଲେ। କେବଳ ଏତିକି ନୁହେଁ, ଭାରତୀୟ ଟିମ ସେମିଫାଇନାଲ୍ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ୍ ଖେଳି ନଥିଲା।
📱 Get Argus News App
✨ଅନ୍ୟପକ୍ଷେ ଲିଗ୍ ମ୍ୟାଚ୍ ବାତିଲ ହେବା ସତ୍ତ୍ୱେ ଭାରତୀୟ ଦଳକୁ ପଏଣ୍ଟ ଦିଆଯାଇଥିବାରୁ WCL ର ଆୟୋଜକମାନେ ଭାରତକୁ ସମର୍ଥନ କରୁଥିବା PCB ଅଭିଯୋଗ କରିଛି। ଏଥିରେ କ୍ଷୁବ୍ଧ ହୋଇ ପଡ଼ୋଶୀ ଦେଶର ବୋର୍ଡ ଲିଗ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି। PCB କହିଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ WCL ଟୁର୍ଣ୍ଣାମେଣ୍ଟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି ଏବଂ ବର୍ତ୍ତମାନ ଭବିଷ୍ୟତରେ କୌଣସି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ। ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାର ଥିଲା। କିନ୍ତୁ ଭାରତୀୟ ଦଳରେ ଖେଳିବାକୁ ଥିବା ଶିଖର ଧାୱନ, ଯୁବରାଜ ସିଂହ, ଇରଫାନ ପଠାନ, ୟୁସୁଫ ପଠାନ ଏବଂ ହରଭଜନ ସିଂହ ସଫା ମନା କରିଦେଇଥିଲେ। ଭାରତୀୟ ଟିମ ପ୍ରମାଣ କରିଦେଲେ ଯେ, ଏକତା ଥିଲେ ସବୁ ସମ୍ଭବ। ଚାମ୍ପିୟନଶିପ କପ୍ ବଡ଼ ନୁହେଁ ଦେଶ ବଡ଼।